ETV Bharat / state

ଖଣି ପ୍ରସଙ୍ଗ ସମାଧାନ ଦାବି: ଡିଆର୍ଡିଏ ଛକରେ 12 ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ - mine issue solution DRDA Square sundargarh

ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା ବ୍ଲକ୍ ସର୍ଗିପାଲି ଫମ୍ପା ସୀସା (ଜିଙ୍କ)ଖଣି ପ୍ରସଙ୍ଗର ସମାଧାନ ଦାବି କରି ଆଜି ଭରତପୁର ଗ୍ରାମବାସୀଙ୍କ ସୁନ୍ଦରଗଡ ଡି.ଆର୍.ଡି.ଏ ଛକରେ 12 ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ଖଣି ପ୍ରସଙ୍ଗ ସମାଧାନ ଦାବିରେ ଡି.ଆର୍.ଡି.ଏ ଛକରେ 12 ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ

author img

By

Published : Mar 15, 2021, 9:55 PM IST

ସୁନ୍ଦରଗଡ : ଜିଲ୍ଲାର ଲେଫ୍ରିପଡା ବ୍ଲକ ସର୍ଗିପାଲି ଜିଙ୍କ ଖଣି ଓ ବଙ୍ଗା ପାହାଡ ଦବୁଥିବା ପ୍ରସଙ୍ଗକୁ ନେଇ ଆଜି ଭରତପୁର ଗ୍ରାମବାସୀ ସୁନ୍ଦରଗଡ ଡି.ଆର୍.ଡି.ଏ ଛକରେ ବିକ୍ଷୋଭ ଆରମ୍ଭ କରିଛନ୍ତି । ଆଜି 12 ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଜିଲ୍ଲା ପ୍ରଶାସନ ଯଦି ଭରତପୁର ଗ୍ରାମବାସୀ ଓ ସ୍ଥାନୀୟ ଲୋକଙ୍କ କଥା ନଶୁଣେ ତେବେ ଏହି ଆନ୍ଦୋଳନ ଆଗକୁ ବଢିବା ସହ ରାଜଧାନୀରେ ପହଞ୍ଚିବ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି ।

ଖଣି ପ୍ରସଙ୍ଗ ସମାଧାନ ଦାବିରେ ଡି.ଆର୍.ଡି.ଏ ଛକରେ 12 ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ

ବିକ୍ଷୋଭକାରୀଙ୍କ ସହ ସାମିଲ ଥିବା ଓଡିଶା ପ୍ରଗତି ଦଳ ସମସ୍ୟାର ସମାଧାନ ନହେଲେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଆନ୍ଦୋଳନ କାରୀଙ୍କ ସହ କେବଳ ଓଡିଶା ପ୍ରଗତି ଦଳ ଯୋଡି ହୋଇ ନାହିଁ କଂଗ୍ରେସର ଜିଲ୍ଲା ସଭାପତି ବେଣୁ ମାଧବ ତ୍ରିପାଠୀ ଓ ଆଦିବାସୀ ନେତା ତଥା ଜର୍ଜ ତିର୍କୀ ମଧ୍ୟ ବିକ୍ଷୋଭକାରୀଙ୍କ ନିକଟରେ ପହଞ୍ଚି ସେମାନଙ୍କ ଦାବି ନେଇ ପ୍ରଶାସନକୁ ଚାପ ଦେବେ ବୋଲି ସମ୍ମତି ଦେଇଛନ୍ତି ।

ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଜର୍ଜ ତିର୍କୀ ଘଟଣାସ୍ଥଳକୁ ଯାଇ ସମୀକ୍ଷା କଲାପରେ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି । ସୂଚନା ଥାଉକି ଜିଙ୍କ ଖଣି ଦ୍ୱାରା ସଂଶୟ ଘେରରେ ଥିବା ଭରତପୁର, ବଡବଙ୍ଗା, ସର୍ଗିପାଲି ପରି ପାଞ୍ଚଟି ଗ୍ରାମର ଲୋକେ ଗତ ଜାନୁଆରି ମାସ 12 ତାରିଖ ଓ ଫେବୃଆରୀ 25 ତାରିଖରେ ଏ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳଙ୍କ ପ୍ରତିଶୃତି ମୁତାବକ ସର୍ଭେ ରିପୋର୍ଟକୁ ମଧ୍ୟ ଅପେକ୍ଷା କରିଥିଲେ । ହେଲେ ଜିଲ୍ଲାପାଳ କିଛି ପଦକ୍ଷେପ ନନେବାରୁ ଆଜି ଭରତପୁର ଗ୍ରାମବାସୀ 12 ଘଣ୍ଟିଆ ବିକ୍ଷୋଭ କରିବେ ବୋଲି ଚେତାବନୀ ଦେଇଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.