ETV Bharat / state

ଆସନ୍ତାକାଲିଠୁ ସୁବର୍ଣ୍ଣପୁରରେ ସାପ୍ତାହିକ ସଟଡାଉନ - ସଟଡାଉନରେ ସୁବର୍ଣ୍ଣପୁର

ଜୁଲାଇ ମାସର ପ୍ରତି ଶନିବାର ଓ ରବିବାର ରହିବ ସଟ ଡାଉନ । ଜିଲ୍ଲାରେ ହଠାତ କୋରୋନା ସଂକ୍ରମଣ ବୃଦ୍ଧି ନେଇ ଏପରି ପଦକ୍ଷେପ ନେଇଛନ୍ତି ଜିଲ୍ଲାପ୍ରଶାସନ । ଅଧିକ ପଢନ୍ତୁ...

ଆସନ୍ତାକାଲି ଠୁ ସୁବର୍ଣ୍ଣପୁରରେ 2 ଦିନିଆ ସଟଡାଉନ

author img

By

Published : Jul 10, 2020, 1:50 PM IST

Updated : Jul 10, 2020, 2:21 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ କୋଭିଡ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଜୁଲାଇ ମାସର ପ୍ରତି ଶନିବାର ଓ ରବିବାର ସଟ ଡାଉନ ପାଇଁ ଘୋଷଣା କରିଛି। ଆସନ୍ତାକାଲିଠାରୁ ଦୁଇ ଦିନ ପାଇଁ ସଟ ଡାଉନ କରିବାକୁ ଜିଲ୍ଲା ପ୍ରଶାସନ ସଜବାଜ ହେଉଛି। ଆଜି ପୋଲିସ ପ୍ରଶାସନ ପକ୍ଷରୁ ସଟ ଡାଉନ ପାଇଁ ବ୍ୟାପକ ଭାବେ ମାସ୍କ ଚେକିଂ କରାଯାଉଛି।

ଆସନ୍ତାକାଲି ଠୁ ସୁବର୍ଣ୍ଣପୁରରେ ସାପ୍ତାହିକ ସଟଡାଉନ

ସହରର ବିଜୁ ପଟ୍ଟନାୟକ ଛକ ,ସ୍ପିନିଂ ମିଲ ଛକ,ବ୍ଲକ ଛକ ଆଦିରେ ମାସ୍କ ଚେକିଂ କରିବା ସହିତ ଆଇନ ପାଳନ କରୁ ନ ଥିବା ଲୋକଙ୍କ ପାଖରୁ ଫାଇନ ଆଦାୟ କରାଯାଇଛି।ପୋଲିସ ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ହାତ ଧୋଇବା ,ଘର ସାନିଟାଇଜ କରିବା ଆଦି ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଛି। ଏବେ ଜିଲ୍ଲାରେ ହଠାତ 5 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସଟ ଡାଉନ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ପୋଲିସ ଏବେ ସଟ ଡାଉନ ପାଇଁ ବେଶ ସକ୍ରିୟ ଅଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Jul 10, 2020, 2:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.