ETV Bharat / state

କାଲି ଆସିବ ପୌର ରେଜଲ୍ଟ: ଭୋଟ ଗଣତି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି - ପୌର ନିର୍ବାଚନ ଫଳାଫଳ

ସୁବର୍ଣ୍ଣପୁରରେ ପୌର ନିର୍ବାଚନ ଫଳାଫଳ ଘୋଷଣା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା । ସକାଳ ୮ଟାରୁ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ଭୋଟ ଗଣତିରେ ନିୟୋଜିତ କର୍ମଚାରୀମାନେ ସକାଳ 6 ଟାରେ ରିପୋଟିଂ କରିବେ । ଅଧିକ ପଢନ୍ତୁ

କାଲି ଆସିବ ପୌର ନିର୍ବାଚନ ଫଳାଫଳ : ଭୋଟ ଗଣତି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

author img

By

Published : Mar 25, 2022, 3:58 PM IST

ସୁବର୍ଣ୍ଣପୁର: ଆସନ୍ତାକାଲି (ଶନିବାର) ପୌର ନିର୍ବାଚନ ଫଳାଫଳ ଘୋଷଣା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ଅଧିକାରୀ ତଥା ଉପ ଜିଲ୍ଲାପାଳ ନିହାର ରଞ୍ଜନ କଁଅରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସହରର ପୁରୁଣା ଟାଉନ ହଲ ଠାରେ ଭୋଟ ଗଣତି କରାଯିବ । ଭୋଟ ଗଣତି ପାଇଁ 10 ଗୋଟି ଟେବୁଲ କରାଯାଇଥିବା ବେଳେ ପାଞ୍ଚ ଗୋଟି ଟେବୁଲରେ ଅଧ୍ୟକ୍ଷ ପଦର ଭୋଟ ଗଣତି କରାଯିବ ।

କାଲି ଆସିବ ପୌର ନିର୍ବାଚନ ଫଳାଫଳ : ଭୋଟ ଗଣତି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଏହାସହ ଆଉ ୫ଟିରେ କାଉନସିଲର ଭୋଟ ଗଣତି କରାଯିବ । ସକାଳ ୮ଟାରୁ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ଭୋଟ ଗଣତିରେ ନିୟୋଜିତ କର୍ମଚାରୀମାନେ ସକାଳ 6 ଟାରେ ରିପୋଟିଂ କରିବେ । ଭୋଟ ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ବିନିକା ଓ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ଭୋଟ ଗଣତି ପାଇଁ ବି ସ୍ଥାନୀୟ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରିଛି । ତେବେ ଫଳାଫଳ ଘୋଷଣା ହେବା ପୂର୍ବରୁ ଜନସାଧାରଣଙ୍କ ଭିତରେ ସେତେଟା ରାଜନୈତିକ ଫଳାଫଳର ଅଙ୍କକଷା ଚାଲି ନାହିଁ ବୋଲି ରାଜନନୈତିକ ସମୀକ୍ଷକ ମତ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.