ETV Bharat / state

ଅଧ୍ୟକ୍ଷକଙ୍କ ବଦଳିକୁ ବିରୋଧ, କକ୍ଷ ଛାଡିଲେ ଛାତ୍ରଛାତ୍ରୀ

ଅଧ୍ୟକ୍ଷଙ୍କ ବଦଳିକୁ ବିରୋଧ । ଶ୍ରେଣୀ ପ୍ରକୋଷ୍ଠ ଛାଡି ଆନ୍ଦୋଳନରେ ଛାତ୍ରଛାତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 31, 2019, 4:17 PM IST

ସୁବର୍ଣ୍ଣପୁର: ପ୍ରିନ୍ସିପାଲଙ୍କ ବଦଳିକୁ ବିରୋଧ । ଆନ୍ଦୋଳନରେ ଶହ ଶହ ଛାତ୍ରଛାତ୍ରୀ । ଉଲୁଣ୍ଡା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ରମଣୀକାନ୍ତ ସାହୁଙ୍କ ବଦଳିକୁ ବିରୋଧ କରି ଶହ ଶହ ଛାତ୍ରଛାତ୍ରୀ ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଛାତ୍ରଛାତ୍ରୀମାନେ କକ୍ଷ ବର୍ଜନ କରିବା ସହ ବିଦ୍ୟାଳୟକୁ ଭିତର ପଟୁ ତାଲା ପକାଇ ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷକଙ୍କ ବଦଳି ନବରଙ୍ଗପୁରକୁ କରାଯାଇଛି । ଯାହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଛାତ୍ରଛାତ୍ରୀ । ପୂର୍ବରୁ ଅଧ୍ୟକ୍ଷକଙ୍କ ବଦଳି ନ କରିବା ପାଇଁ ଛାତ୍ରଛାତ୍ରୀମାନେ ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ଦାବି କରିଥିଲେ । ହେଲେ ସେମାନଙ୍କ ଦାବି କେହି କର୍ଣ୍ଣପାତ ନକରିବାରୁ ଶେଷରେ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ

। ଏପରିକି ଯଦି ଅଧ୍ୟକ୍ଷକଙ୍କ ବଦଳି ହୁଏ ଆଉ ସ୍କୁଲରେ ପାଠ ପଢିବେ ନାହିଁ ବୋଲି ଛାତ୍ରଛାତ୍ରୀମାନେ ରୋକ୍‌ଠୋକ୍ ଶୁଣାଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ହେଡଲାଇନ-ଶ୍ରେଣୀ ପ୍ରକୋଷ୍ଠ ଛାଡି ରାଜରାସ୍ତାରେ ଛାତ୍ରଛାତ୍ରୀ ।
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ବିଦ୍ୟାଳୟର ଅଧ୍ୟକ୍ଷ ରମଣୀକାନ୍ତ ସାହୁଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଏହି ଆନ୍ଦୋଳନ କରୁଛନ୍ତି ।ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିବା ସହିତ ବିଦ୍ୟାଳୟର ଭିତର ପଟରୁ ତାଲା ପକାଇ ଦେଇଛନ୍ତି ।ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅଧ୍ୟକ୍ଷଙ୍କ ବଦଳି ବନ୍ଦ କରିବା ପାଇଁ ପୂର୍ବରୁ ଜିଲ୍ଲା ଶିକ୍ଷା ବିଭାଗ ପାଖରେ ଦାବୀ କରିଥିଲେ ।ଅଧ୍ୟକ୍ଷଙ୍କ ବଦଳି ବାତିଲ କରିବା ସହିତ ବିଦ୍ୟାଳୟର ସମସ୍ତ ପଦପଦବୀ ପୂରଣ ପାଇଁ ଅଭିଯୋଗ କରିଥିଲେ ।ହେଲେ ଅଧ୍ୟକ୍ଷ ରମଣୀକାନ୍ତ ସାହୁଙ୍କ ବଦଳି ନବରଂଗପୁର ହୋଇଥିବା ଜାଣିବା ପରେ ଛାତ୍ରଛାତ୍ରୀମାନେ ଏହି ଆନ୍ଦୋଳନ କରିଛନ୍ତି ।Body:ଏହି ବିଦ୍ୟାଳୟରେ ସବୁକିଛି ଠିକଠାକ ଚାଲିଥିବା ବେଳେ ଅଧ୍ୟକ୍ଷଙ୍କ ବଦଳି ହେଲେ ଛାତ୍ରଛାତ୍ରୀମାନେ ଆଉ ବିଦ୍ୟାଳୟରେ ପଢିବେ ନାହିଁ ବୋଲି କହିଛନ୍ତି ।ତୁରନ୍ତ ଅଧ୍ୟକ୍ଷଙ୍କ ବଦଳି ବାତିଲ କରିବା ପାଇଁ ଦାବୀ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
Conclusion:ଏଡିଟେଡ ଭିଜୁଆଲ ବାଇଟ ଯାଇଛି ।
ଖାଲି ପବ୍ଲିଶ କରିବେ ଓ ଯଦି କିଛି ଭୂଲ ରହିଛି ଜଣାଇବାକୁ ଅନୁରୋଧ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.