ETV Bharat / state

ପାଟ ଢୋଲରେ ଷୋହଳଭର୍ଣ୍ଣି ବାଦ୍ୟରେ ପ୍ରସନ୍ନ ହୁଅନ୍ତି ମା'

author img

By

Published : Oct 3, 2022, 4:40 PM IST

ସୋନପୁର ଗଡଜାତର ଐତିହାସୀକ ବଳିଯାତ୍ରାରେ ଲୋକବାଦ୍ୟ ଓ ଲୋକ ସଂଗୀତ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରି ଆସିଛି । ତାନ୍ତ୍ରୀକ ପଦ୍ଧତିରେ ଭିନ୍ନ ଭିନ୍ନ ପ୍ରକାରର ଯନ୍ତ୍ର ଓ ରହସ୍ୟମୟ ମନ୍ତ୍ରର ପ୍ରୟୋଗରେ ବଳିଯାତ୍ରା ପାଳନ କରାଯାଏ । ଅଧିକ ପଢ଼ନ୍ତୁ

traditional music instrument pata dhol at mahabali yatra in subarnapur
ପାଟ ଢୋଲରେ ଷୋହଳଭର୍ଣ୍ଣି ବାଦ୍ୟରେ ପ୍ରସନ୍ନ ହୁଅନ୍ତି ମା'

ସୁବର୍ଣ୍ଣପୁର: ପାରମ୍ପରିକ ଲୋକବାଦ୍ୟ ଷୋହଳ ଭର୍ଣ୍ଣି ବାଦ୍ୟ । ଏହି ବାଦ୍ୟର ଗୁରୁଗମ୍ଭିର ଧ୍ବନିରେ ମୁଖରିତ ହୁଏ ସାରା ପରିବେଶ । ବିଶେଷକରି ସୋନପୁର ଗଡଜାତର ମହାବଳି ଯାତ୍ରାରେ ଏହି ଷୋହଳ ଭର୍ଣ୍ଣି ବାଦ୍ୟର ପ୍ରୟୋଗ ହୁଏ । କାହିଁ କେଉଁ ଅମଳରୁ ବଳିଯାତ୍ରାରେ ମାହେଶ୍ବରୀ ବା ଚେପଟା ଢୋଲ ବ୍ୟବହାର ହୋଇ ଆସୁଛି। ପାଟ ଢୋଲିଆ ଚେପଟା ଢୋଲରେ ପର୍ଯ୍ୟାୟ କ୍ରମେ ଖାଡି ପରେ ଖାଡି ଷୋହଳ ଖାଡି ବାଦ୍ୟ ବଜାଇ ଯନ୍ତ୍ରାଋଢ ବରୁଆ ଦେହରେ ଦୈବୀଶକ୍ତି ପ୍ରକଟିତ କରିବାରେ ସହାୟକ ହୁଅନ୍ତି । ତାନ୍ତ୍ରିକ ପଦ୍ଧତିରେ ଭିନ୍ନ ଭିନ୍ନ ପ୍ରକାରର ଯନ୍ତ୍ର ଓ ରହସ୍ୟମୟ ମନ୍ତ୍ରର ପ୍ରୟୋଗରେ ବଳିଯାତ୍ରା ପାଳନ କରାଯାଏ ।

ପାଟ ଢୋଲରେ ଷୋହଳଭର୍ଣ୍ଣି ବାଦ୍ୟରେ ପ୍ରସନ୍ନ ହୁଅନ୍ତି ମାଆ

ଷୋହଳ ଭର୍ଣ୍ଣି ବାଦ୍ୟର ପ୍ରମୁଖ କେନ୍ଦ୍ର ପାଟ ଢୋଲ ବା ଚେପଟା ଢୋଲ । ଏହି ଢୋଲଟି ଚେପଟା ଆକୃତିର ବୋଲି ଏହାକୁ ଚେପଟା ଢୋଲ କୁହାଯାଏ । ବାଦ୍ୟ ଯନ୍ତ୍ରରେ ମାହେଶ୍ବରୀ ବିରାଜମାନ କରିଥିବା ବିଶ୍ବାସ ଥିବାରୁ ଏହା ପାଟ ଢୋଲ ବା ବଳିଯାତ୍ରାର ପ୍ରମୁଖ ଢୋଲ ବୋଲି କୁହାଯାଏ। ଏନେଇ ଲୋକ ସଂସ୍କୃତି ଗବେଷକ କହିଛନ୍ତି, "ମା'ଙ୍କୁ ଖୁସି କରିବା ପାଇଁ ଷୋହଳ ଭର୍ଣ୍ଣି ବାଦ୍ୟ ବଜାଯାଏ। ଏଥିରେ ପାଟ ଢୋଲକୁ ସର୍ବପୁରାତନ ବୋଲି କୁହାଯାଏ। ଏହା ଇତିହାସ ସହ ଯୋଡ଼ି ହୋଇ ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ: ମାହେଶ୍ୱରୀଙ୍କ ସ୍ନାନଯାତ୍ରା ସମ୍ପନ୍ନ

ଚୌହାନ ଶାସନ କାଳରେ ଖେମୁଣ୍ଡି ରାଜଜେମା ସୋନପୁର ଗଡଜାତକୁ ବୋହୂ ହୋଇ ଆସିବା ପରେ ଉପହାର ସ୍ବରୁପ ଏହି ଢୋଲ ଆଣିଥିବା ଐତିହାସିକ ପ୍ରମାଣ ରହଛି । ଅଷ୍ଟଧାତୁରେ ନିର୍ମିତ ଏହି ଢୋଲଟି ପୁରୁଣା ହୋଇ ଭାଙ୍ଗି ଯିବା ପରେ ମହାନଦୀରେ ଭସାଇ ଦିଆଯାଇଥିଲା । ହେଲେ କିଛି ଦିନ ପରେ ଢୋଲଟି ପାଣି ସ୍ରୋତରେ ବହି ନଯାଇ କୂଳରେ ଲାଗିଥିଲା । ପାଟ ଢୋଲିଆକୁ ସ୍ବପ୍ନାଦେଶ ହେବାରୁ ପୁଣି ଢୋଲଟିକୁ ପୂଜା ଆରାଧନା କରାଯାଇ ମରାମତି କରି ବଳିଯାତ୍ରାରେ ବ୍ୟବହାର ହୋଇ ଆସୁଛି । ଢୋଲ ଉପରେ ବଳି ବିରାଜମାନ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବାର ପରମ୍ପରା ଆଜି ବି ଅତୁଟ ରହିଛି । ବାଦ୍ୟ ଭିତରେ ଷୋହଳ ଭର୍ଣ୍ଣି ବାଦ୍ୟ ଓ ଢୋଲ ଭିତରେ ଚେପଟା ଢୋଲ ପାଇଁ ମହାବଳୀ ଯାତ୍ରା ଏକ ସ୍ବତନ୍ତ୍ର ସ୍ଥାନ ଆଜିଯାଏ ରଖି ଆସିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.