ETV Bharat / state

ରଥାରୂଢ ହେବେନି ବଡ ଜଗନ୍ନାଥ, ଦଧିବାମନ ଦେବ - ratha yatra

ସୁବର୍ଣ୍ଣପୁର ଜିଲ୍ଲାରେ ଏଥର ଆଉ ରଥାରୂଢ ହେବେ ହେବେ ନାହିଁ ଜଗନ୍ନାଥ । ମହମାରୀକୁ ଆଖି ଆଗରେ ରଖି ଚଳିତ ଥର ରଥଯାତ୍ରା ପାଳନ ନ କରିବାକୁ ଜିଲ୍ଲା ଦେବୋତ୍ତର ବିଭାଗ ଓ ଯାତ୍ରା କମିଟି ନିଷ୍ପତି ନେଇଛି। ଅଧିକ ପଢନ୍ତୁ...

There will be no rath yatra in Subarnapur
ରଥାରୁଢ ହେବେନି ବଡ ଜଗନ୍ନାଥ ,ଦଧିବାମନ ଦେବ
author img

By

Published : Jun 25, 2021, 11:00 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଏଥର ଆଉ ରଥାରୂଢ ହେବେ ନାହିଁ ଶ୍ରୀ ଜଗନ୍ନାଥ । ମହମାରୀକୁ ଆଖି ଆଗରେ ରଖି ଚଳିତ ଥର ରଥଯାତ୍ରା ପାଳନ ନ କରିବାକୁ ହାଇକୋର୍ଟ ଚଳିତ ଥର ନିଷ୍ପତି ନେଇଛନ୍ତି । ଯାହାକୁ ସମ୍ମତି ଜଣାଇଛନ୍ତି ଜିଲ୍ଲା ଦେବୋତ୍ତର ବିଭାଗ ଓ ଯାତ୍ରା କମିଟି । ଏପରିକି ସର୍ବ ସାଧାରଣ ଦର୍ଶନ ପାଇଁ ବି ବାରଣ କରାଯାଇଛି। କେବଳ ନୀତିକାନ୍ତି କରାଯିବ ।

ରଥାରୁଢ ହେବେନି ବଡ ଜଗନ୍ନାଥ ,ଦଧିବାମନ ଦେବ

ସହରର ଶ୍ରୀ ବଡ ଜଗନ୍ନାଥ ଓ ଶ୍ରୀ ଦଧିବାମନ ଦେବ ରଥଯାତ୍ରା ଦିନ ପହଣ୍ଡି ହୋଇ ମନ୍ଦିର ପରିସରସ୍ଥିତ ଏକ ମଣ୍ଡପରେ ବିରାଜମାନ ହେବେ। ଏହି ମଣ୍ଡପରେ ରୀତିନୀତି ଅନୁଯାୟୀ ତିନି ବିଗ୍ରହ ବିଭିନ୍ନ ବେଶ ଧାରଣ କରିବେ। ସେହିପରି ବାହୁଡା ଦିନ ତିନି ବିଗ୍ରହ ପୁଣି ସିଂହାସନ ଆରୋହଣ କରିବା ପାଇଁ ଜିଲ୍ଲା ଦେବୋତ୍ତର କମିଟି ନିଷ୍ପତି ନେଇଛି। ସେହିପରି ଜିଲ୍ଲା ଦେବୋତ୍ତର ଅଧିକାରୀ ଓ ଉପ ଜିଲ୍ଲାପାଳ ନରେନ୍ଦ୍ର କଁଅର ପୌରହିତ୍ୟରେ ଆୟୋଜିତ ବୈଠକରେ ସୀମିତ ସଂଖ୍ୟକ ସେବାୟତ ଏହି କାର୍ଯ୍ୟ ସମ୍ପାଦନ କରିବେ । ସାମାଜିକ ଦୂରତା ପାଳନ କରିବେ ଓ ମାସ୍କ ପରିଧାନ କରିବେ ବୋଲି କୁହାଯାଇଛି। ତେବେ ଏଥର ବି ଶ୍ରଦ୍ଧାଳୁ ରଥାରୁଢ଼ ଶ୍ରୀ ଜଗନ୍ନାଥ ଓ ବିଗ୍ରହଙ୍କ ବେଶ ଦେଖିବାରୁ ବଞ୍ଚିତ ହେବେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.