ETV Bharat / state

ସୁବର୍ଣ୍ଣପୁରରେ ସପ୍ତାହନ୍ତ ସଟଡାଉନ, ଦୋକାନ ବଜାର ବନ୍ଦ

author img

By

Published : Apr 24, 2021, 11:57 AM IST

ଆଜି ସାରା ଓଡିଶାରେ ସଟଡାଉନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ସାମିଲ ଅଛି ସୁବର୍ଣ୍ଣପୁର ପ୍ରକ୍ରିୟା । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ୱିକେଣ୍ଡ ସଟଡାଇନ୍ ଆରମ୍ଭ, ଦୋକାନା ବଜାର ସବୁ ବନ୍ଦ

ସୁବର୍ଣ୍ଣପୁର: ଜିଲ୍ଲାରେ ଆଜି ସାପ୍ତାହିକ ସଟଡାଉନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଶନିବାର ଓ ରବିବାର ଦୁଇ ଦିନ ସାପ୍ତାହିକ ସଟଡାଉନ ହୋଇଥିବା ବେଳେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିଛି । କୋରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଳା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସଟଡାଉନ ପାଳନ କରାଯାଉଛି । ଶନିବାର ସକାଳ ସମୟରୁ ସହରର ଦୋକାନ ବଜାର ବନ୍ଦ ରହିଛି ।

ସାରା ସହର ଜନଶୂନ୍ୟ ହୋଇ ପଡ଼ିଛି । ଗତକାଲି ଜିଲ୍ଲାରେ ସଂକ୍ରମିତ ବ୍ୟକ୍ତି 65 ଚିହ୍ନଟ ହୋଇଥିଲେ। ଜିଲ୍ଲାରେ ଏବେ ଅନେକ ଲୋକ ସଚେତନ ହୋଇଛନ୍ତି । ତେବେ ଆଜି ସ୍ବତଃ ସହରବାସୀ ସଟଡାଉନ ପାଳନ କରିଛନ୍ତି ।

କାଁ ଭାଁ ଗାଡି ମୋଟର ଚଳାଚଳ ଓ ଜରୁରୀ କାଳୀନ ସେବାକୁ ବାଦ ଦେଲେ ପରେ ସାରା ସହର ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ତେବେ କୋରୋନାର ଦ୍ଵିତୀୟ ଲହର ଜିଲ୍ଲାବାସୀଙ୍କୁ ଭୟଭୀତ କରିଥିବା ଅନୁମାନ କରାଯାଉଛି । ସହରର ବିଭିନ୍ନ ଛକରେ ପୋଲିସ ପକ୍ଷରୁ ଚେକିଂ କରାଯାଉଛି । ନିଜେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ପୋଲିସ ବ୍ୟବସ୍ଥାର ତଦାରଖ କରୁଛନ୍ତି। ସହରରେ ଜରୁରୀ ସେବାକୁ ଛାଡିଦେଲେ ସବୁ ବନ୍ଦ ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.