ETV Bharat / state

ସୁବର୍ଣ୍ଣପୁରରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ, ପ୍ରଥମ ଦିନରେ 487 ନେଲେ ଟିକା - Subarnapur district news

ସୁବର୍ଣ୍ଣପୁର ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟ କୋରୋନା ଟୀକାକରଣ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣର , ପ୍ରଥମ ଦିନରେ ଟିକା ନେଲେ 487

author img

By

Published : Mar 2, 2021, 9:45 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟ କୋରୋନା ଟୀକାକରଣ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ 60ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଥମ ଦିନରେ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ସହିତ ଡୁଙ୍ଗୁରିପାଲି , ଉଲୁଣ୍ଡା, ବୀରମହାରାଜପୁର, ନାଇକେନପାଲି ଆଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏସସି ) ଗୁଡିକରେ ଏହି ଟିକା ଦିଆଯାଇଛି ।

ସୁବର୍ଣ୍ଣପୁରରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣର , ପ୍ରଥମ ଦିନରେ 487 ନେଲେ ଟିକା

ପ୍ରଥମ ଦିନରେ 487 ଜଣଙ୍କୁ ଏହି ଟିକା ଦିଆଯାଇଥିବାବେଳେ ତିନିଦିନ ମଧ୍ୟରେ ଜିଲ୍ଲାର 15ଟି ସ୍ଥାନରେ ଏହି ଟିକା ଦିଆଯିବା ନେଇ ସ୍ଥିର କରାଯାଇଛି । ଦିନକୁ 15ଶହ ଜଣଙ୍କୁ କୋରୋନା ଭ୍ୟାକସିନ ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଏପରିକି ଆଗାମୀ ଦିନରେ ସସସ୍ତ ପିଏଚସି, ସିଏସସି ଓ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଏହି ଟିକା ପ୍ରଦାନ କରାଯିବ । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଟି ଓ୍ବେବସାଇଟ ଖୋଲାଯାଇ ଅନଲାଇନରେ ସାଧାରଣ ଲୋକ ଆବେଦନ କରିପାରିବେ ବୋଲି ମଧ୍ୟ ସୂଚନା ଦିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.