ETV Bharat / state

ଆଜି ସପ୍ତପୁରୀ ଅମାବାସ୍ୟା, ସାଧାରଣ ମୁଖା ହନୁମାନ ପାଇଁ ମଳିନ ପଡିଛି ଲଙ୍କାପୋଡି ପର୍ବ - ଟେରାକୋଟା ଶିଳ୍ପ

ଧିରେ ଧିରେ ଲୋପ ପାଉଛି ସୁବର୍ଣ୍ଣପୁର ଗଡଜାତର ଟେରାକୋଟା ହନୁମାନ । ଏପରି ଏକ ହସ୍ତକଳାକୁ ବଞ୍ଚାଇ ରଖିବା ସହ ଟେରାକୋଟା ହନୁମାନର ବହୁଳ ବ୍ୟବହାର ପାଇଁ ଦାବି । ଅଧିକ ପଢନ୍ତୁ...

ସାଧାରଣମୁଖା ହନୁମାନ ପାଇଁ ମଳିନ ପଡ଼ୁଛି ଲଙ୍କାପୋଡି ପର୍ବ, ଲୋପ ପାଉଛି ଟେରାକୋଟା ଶିଳ୍ପ

author img

By

Published : Sep 7, 2021, 10:26 AM IST

ସୁବର୍ଣ୍ଣପୁର: ଗଡଜାତ ହସ୍ତକଳା ଇତିହାସରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ସୁବର୍ଣ୍ଣପୁର ଜିଲ୍ଲା । କୁମ୍ଭାର ଚକରେ ଏହି ହନୁମାନଙ୍କ ଗୋଡ ଚାରୋଟି ଓ ଶରୀର ତିଆରି କରିବା ପରେ ମାଟି କାରିଗରମାନେ ମୂର୍ତ୍ତିର ବାକି ଅଂଶ ସବୁ ହାତରେ ତିଆରି କରିଥାନ୍ତି । ହନୁମାନଙ୍କ ଦାନ୍ତ ନିକୁଟିଆ ହୋଇଥିବା ବେଳେ ମୁହଁଟି ଦେଖିଲେ ମୂର୍ତ୍ତି ରାଗରେ ଫାଟି ପଡୁଛି ବୋଲି ଜଣାପଡେ । ମୁହଁରେ ବଡ ବଡ ନିଶ ସାଙ୍ଗକୁ ମୂର୍ତ୍ତିର ଲାଞ୍ଜ ମୁଣ୍ଡ ଉପରେ ଟେକି ହୋଇ ରହିଥାଏ ।

ସାଧାରଣମୁଖା ହନୁମାନ ପାଇଁ ମଳିନ ପଡ଼ୁଛି ଲଙ୍କାପୋଡି ପର୍ବ, ଲୋପ ପାଉଛି ଟେରାକୋଟା

ତେବେ ତ୍ରିଭଙ୍ଗୀ ଭ୍ରୁକୁଟିଆ ଦାନ୍ତ ନିକୁଟିଆ ହନୁମାନ ବୋଲି ସାଧାରଣତଃ ଲୋକେ କହିଥାନ୍ତି । ଏହି ଟେରାକୋଟା ହନୁମାନ କେବଳ ସୁବର୍ଣ୍ଣପୁର ସହରରେ ହିଁ ତିଆରି ହେଉ ଥିବାବେଳେ ସପ୍ତପୁରୀ ଅମାବାସ୍ୟାରେ ଲଙ୍କାପୋଡି ପର୍ବରେ ଏହା ବହୁଳ ଭାବେ ବ୍ୟବହାର ହୋଇଥାଏ । ଅମାବାସ୍ୟାର ସନ୍ଧ୍ୟାରେ ହନୁମାନ ଲାଙ୍ଗୁଡରେ ନିଆଁ ଲଗାଇ ଛୋଟ ଛୁଆ ଏହାକୁ ରାସ୍ତାରେ ଟାଣି ଲଙ୍କାପୋଡି ପର୍ବ ପାଳନ କରନ୍ତି । ଏହା ପରେ ପରମ୍ପରା ଅନୁଯାୟୀ ଏହାକୁ ସହରର ଜୁଡାଖୁମ୍ଭ ଠାରେ କଚାଡି ଦିଆଯାଏ । ପୁଣି ଆରବର୍ଷକୁ ହଜାର ହଜାର ସଂଖ୍ୟାରେ ଟେରାକୋଟା ହନୁମାନ ତିଆରି କରାଯାଏ । ତେବେ ଏହି ମୂର୍ତ୍ତି ତିଆରି ପାଇଁ କାରିଗରମାନେ ବେଶ ସମୟ ଖର୍ଚ୍ଚ କରୁ ଥିବାବେଳେ ଦିନକୁ ପ୍ରାୟ ୫ ରୁ ୭ ଟି ବଡ ବଡ ହନୁମାନ ତିଆରି କରନ୍ତି ।

ଯାହା ଫଳରେ ପରିଶ୍ରମ ତୁଳନାରେ ସେମାନଙ୍କୁ ପାରିଶ୍ରମିକ କମ ମିଳିଥାଏ । ତେଣୁ କିଛି ମାଟି କାରିଗର ଏବେ ସାଧାରଣ ମୁଖା ବା ମୁନୁଷ୍ୟକୃତି ହନୁମାନ ତିଆରି କରି ବଜାରରେ ବିକ୍ରି କରୁଛନ୍ତି । ସାଧାରଣ ମୁଖା ହନୁମାନଙ୍କ ମୁହଁ ଛାଞ୍ଚରେ ତିଆରି କରାଯାଉଥିବାରୁ କାରିଗରମାନେ ଦୈନିକ ଶହ ଶହ ହନୁମାନ ତିଆରି କରୁଛନ୍ତି । ଯାହା ବେଶ ଶସ୍ତାରେ ବି ବଜାରରେ ବିକ୍ରି ହେଉଛି । ଗୋଟିଏ ଦିନ ପାଇଁ ଟେରାକୋଟା ହନୁମାନ କିଣି ଅଧିକ ଖର୍ଚ୍ଚ କରିବାକୁ ପସନ୍ଦ କରୁ ନାହାନ୍ତି ଲୋକେ । ତେଣୁ କମ୍ ଖର୍ଚ୍ଚ କରି ଶସ୍ତାରେ ସାଧାରଣମୁଖା ହନୁମାନ କିଣି ବ୍ୟବହାର କରୁଛନ୍ତି । ପ୍ରକୃତରେ କେଉଁ ଆବାହମାନ କାଳରୁ ଲଙ୍କାପୋଡି ପର୍ବରେ ଏହି ଟେରାକୋଟା ହନୁମାନ ବ୍ୟବହାର ହୋଇ ଆସୁ ଥିବାବେଳେ ଏବେ ସାଧାରଣମୁଖା ହନୁମାନ ବ୍ୟବହାର ହେଉଥିବାରୁ ଲଙ୍କାପୋଡି ସଂସ୍କୃତି ଧିରେ ଧିରେ ମଳିନ ପଡୁଛି । ପୂଜା କମିଟି ଏ ମାଟିର ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ କେବଳ ଟେରାକୋଟା ହନୁମାନ ବ୍ୟବହାର କରିବା ସାଙ୍ଗକୁ ଏହାକୁ ଜିଲ୍ଲାର ଶ୍ରେଷ୍ଠ ହସ୍ତକଳା ବୋଲି ଘୋଷଣା କରିବାକୁ ଦାବି ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.