ETV Bharat / state

କେବେ ସରିବ ସୁବର୍ଣ୍ଣପୁର ରିଂରୋଡ.. - ହୀରାକୁଦ ନଦୀବନ୍ଧ

କାମ ଚାଲିଛିଯେ ଚାଲିଛି... ସରିବ କେବେ ଜଣା ନାହିଁ । 2ବର୍ଷର କାମକୁ ଲାଗିଲାଣି 9ବର୍ଷ ତଥାପି ଅସମ୍ପୂର୍ଣ୍ଣ । ଏପରି ସ୍ଥଳେ ସୁବର୍ଣ୍ଣପୁର ବାସୀଙ୍କ ଧୈର୍ଯ୍ୟ ଭାଙ୍ଗୁଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 28, 2019, 8:07 PM IST

ସୁବର୍ଣ୍ଣପୁର: ମନ୍ଦିରମାଳୀନି ସହର ସୁବର୍ଣ୍ଣପୁର । ଐତିହାସିକ ସହର ସୁବର୍ଣ୍ଣପୁର । ଏହି ସଂସ୍କୃତି ସହରକୁ ବନ୍ୟାରୁ ରକ୍ଷା କରିବା ପାଇଁ ବିଗତ 2006 ମସିହାରେ ଯୋଜନା କରାଯାଇଥିଲା । କାରଣ ମହାନଦୀ କୂଳରେ ଅବସ୍ଥିତ ଓ ହୀରାକୁଦ ନଦୀବନ୍ଧର ବନ୍ୟାଜଳ ପ୍ରଥମେ ସୁବର୍ଣ୍ଣପୁରକୁ ଆସୁଥିବାରୁ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହେଉଛି । ମହାନଦୀ କୂଳରେ ଗଢିଉଠିଥିବା ଅନେକ ମନ୍ଦିର ସହ ବହୁ ଅନୁଷ୍ଠାନକୁ ଏହି ବନ୍ୟା ଧୀରେ ଧୀରେ ବିପଦ ବଢାଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଫଳରେ ଏହି ସବୁ କିର୍ତ୍ତୀରାଜିକୁ ସୁରକ୍ଷା ଦେବା ପାଇଁ ରିଂରୋଡର ପରିକଳ୍ପନା କଲେ ସରକାର । ଯୋଜନା ଅନୁସାରେ 2011 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 21 କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ରିଂରୋଡର ଭୂମିପୁଜନ କଲେ । ଏହି ପ୍ରକଳ୍ପ ଦୁଇବର୍ଷରେ ଶେଷ ହେବ ବୋଲି ସରକାରୀ ଭାବେ ଘୋଷଣା ମଧ୍ୟ କରାଯାଇଥିଲା । ମହାନଦୀ ସେତୁ ଠାରୁ ତେଲନଦୀ ସେତୁ ପର୍ଯ୍ୟନ୍ତ ଦୀର୍ଘ 6 କିମି ରିଂରୋଡର ଭାଗ୍ୟ ଏବେ ଝୁଲୁଛି । ଦିନ ବଢିବା ସହ ବଢୁଛି ପ୍ରକଳ୍ପର ମୁଲ୍ୟ । କିନ୍ତୁ ରିଂରୋଡ କାମ କହିଲେ କେବଳ ମାଟି ରାସ୍ତା ଛଡା ଆଉ କିଛି ନାହିଁ । ଦୁଇବର୍ଷର କାମ ଆସି ପହଞ୍ଚିଲାଣି 9ବର୍ଷରେ କେବେ କାମ ସରିବ ତାହା ମଧ୍ୟ ଜଣାନାହିଁ । କାମ ବିଳମ୍ବକୁ ନେଇ ସୁବର୍ଣ୍ଣପୁର ସହରରେ ବୃଦ୍ଧି ପାଉଛି ଅସନ୍ତୋଷ ।

ବିଭିନ୍ନ ରାଜନୈତିକ ଦଳ , ସଂଗଠନର ଚାପ ସତ୍ବେ ସରକାର କାମ ସାରିବାକୁ କୌଣସି ତତ୍ପରତା ଦେଖାଉ ନାହାନ୍ତି । ଗତ କିଛି ଦିନ ତଳେ ମରୁଡି ପ୍ରବଣ ବଲାଙ୍ଗିରରେ ଯେମିତି ବନ୍ୟା ତାର ତାଣ୍ଡବ ରଚିଲା ଆଗାମୀ ଦିନରେ ଯେ ସୁବର୍ଣ୍ଣପୁରରେ ନହେବ କିଏ କହିବ । ଅନ୍ୟପଟେ ଜିଲ୍ଲାର ଦୁଇ ଜଣ ବିଧାୟକ ଏବେ ରାଜ୍ୟ ସରକାରଙ୍କ ଦୁଇଟି ଗୁରୁତପୂର୍ଣ୍ଣ ବିଭାଗର ମନ୍ତ୍ରୀ ଏହା ସତ୍ବେ କାମ ନସରିବା ଦୁର୍ଭାଗ୍ୟ ଜନକ । ସେପଟେ ଜିଲ୍ଲା ପୁର୍ତ୍ତ ବିଭାଗ ଯନ୍ତ୍ରୀ କହୁଛନ୍ତି ଖୁବଶିଘ୍ର କାମ ସରିବ ।

ତେବେ ଦୁଇ ବର୍ଷର ପ୍ରକଳ୍ପକୁ ପୁରିଲା 9ବର୍ଷ । ଆଉ କେତେ ବର୍ଷରେ ଏହା ଶେଷ ହେଉଛି ଓ ସୁବର୍ଣ୍ଣପୁରବାସୀଙ୍କ କାମରେ ଆସୁଛି ତାହାକୁ ଅପେକ୍ଷା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ବର୍ଷାଦିନେ ମହାନଦୀ ଓ ତେଲନଦୀର ବଢିପାଣି ତଥା ବନ୍ୟାରୁ ସୁବର୍ଣ୍ଣପୁର ସହରକୁ ସୁରକ୍ଷା ଦେବା ପାଇଁ ତିଆରି ଚାରିଛି ରିଂରୋଡ ।ମହାନଦୀ କୂଳେ ଥିବା ଶୈବପୀଠ ଗୋକର୍ଣ୍ଣେଶ୍ବର ,ରାମେଶ୍ବର ତଥା ତେଲନଦୀ କୂଳରେ ଥିବା ସୁବର୍ଣ୍ଣମେରୁ ପୀଠର ସୁରକ୍ଷା ଲାଗି ତିଆରି ରିଂ ବନ୍ଧ କାର୍ଯ୍ୟ କିନ୍ତୁ ଅଧାପନ୍ତରିଆ ଭାବେ ପଡି ରହିଛି ।ପ୍ରଶାସନିକ ଉଦାସୀନତା ଯୋଗୁଁ ରିଂ ରୋଡ ନିର୍ମାଣ ସରିବାର ନାଁ ଧରୁନାହିଁ ।ସହରକୁ ସୁରକ୍ଷା ଦେବାକୁ ମହାନଦୀରୁ ତେଲନଦୀ ଯାଏଁ ଲମ୍ବିଥିବା ରିଂ ରୋଡ ପ୍ରକଳ୍ପ ସଂପୂର୍ଣ୍ଣ କରିବା ପାଇଁ ସହରବାସୀଙ୍କ ପକ୍ଷରୁ ବାରମ୍ବାର ଦାବୀ ହେଉଥିଲେ ହେଁ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି ।Body:ଭିଓ-1-ସୁବର୍ଣ୍ଣପୁର ସହର ପାର୍ଶ୍ବରେ ପ୍ରବାହିତ ମହାନଦୀ ଓ ତେଲନଦୀ କୂଳଦେଇ ତିଆରି ଚାଲିଛି ରିଂ ରୋଡ ପ୍ରକଳ୍ପ ।ହେଲେ ଆଜକୁ ନଅ ବର୍ଷ ହେଲା ସରିବାର ନାଁ ଧରୁନାହିଁ ।ଜାନୁୟୀରୀ 2011ରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରି ରିଂ ବନ୍ଧ କାର୍ଯ୍ୟ ଦୁଇ ବର୍ଷରେ ଶେଷ କରିବାକୁ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇଥିଲେ ।ଜଳସେଚନ ବିଭାଗ ଓ ପୂର୍ତ୍ତବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲା ।ହେଲେ ଏହି ପ୍ରକଳ୍ପର ଦୁଇଟି ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ଆଜିଯାଏଁ ଆରମ୍ଭ ହୋଇନାହିଁ ।ସହରକୁ ସୁରକ୍ଷା ଦେବା ସହିତ ମହାନଦୀ କୂଳରେ ଥିବା ଐତିହାସୀକ ପ୍ରାଚୀନ କୀର୍ତ୍ତିରାଜି ଗୋକର୍ଣ୍ଣେଶ୍ବର ,ରାମେଶ୍ବର ଓ ତେଲନଦୀ କୂଳରେ ଥିବା ସୁବର୍ଣ୍ଣମେରୁ ପୀଠ ପାଇଁ ତିଆରି ଏହି ରିଂ ରୋଡ ଦଶନ୍ଧି.ଭିତରେ ଶେଷ ହେବା ଆଶା ମଉଳି ଯାଇଛି ।
ବାଇଟ-1-ଗୌରୀଶ୍ୟାମ ପଣ୍ଡା , ଆଇନଜିବୀ ,ସୁବର୍ଣ୍ଣପୁର ।
ବାଇଟ-2-ସୁଧିର ପଣ୍ଡା ,ସ୍ବେଛାସେବୀ ,ସୁବର୍ଣ୍ଣପୁର ।
ଭିଓ-2-ସହରର ମହାନଦୀ ପୋଲଠାରୁ ତେଲନଦୀ ପୋଲ ଦେଇ ରିଂ ରୋଡଟି ଲମ୍ବିଛି 6 କିଲୋମିଟର 118 ମିଟର ।2010 ଆର୍ଥିକ ବର୍ଷରେ 21କୋଟି 74 ଲକ୍ଷ ଟଂକା ବ୍ୟୟ ଅଟକଳରେ ତିଆରି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଏଯାଏଁ ଦୁଇଟି ପର୍ଯ୍ୟାୟରେ ପ୍ରାୟ 14 କୋଟି ଟଂକା ଖର୍ଚ୍ଚ କରାଯାଇ ପ୍ରାୟ 5 କିଲୋମିଟର ରାସ୍ତା ତିଆରି କାର୍ଯ୍ୟ ସରିଛି ।ହେଲେ ସହରର ମଧ୍ୟ ଭାଗରେ ହେବାକୁ ଥିବା 11 ଶହ ମିଟର ପୋଲ କାର୍ଯ୍ୟ ଏଯାଏଁ ଆରମ୍ଭ ହୋଇନାହିଁ ।ସେପଟେ ରିଂ ରୋଡର ଅଧିକାଂଶ ଯାଗାରୁ ମାଟି ଧୋଇ ହୋଇ ଯାଇଥିବା ବେଳେ ଅନେକ ଯାଗାରେ ଖାଲଖମାରେ ପରିଣତ ହୋଇଛି ।ଅପରପକ୍ଷରେ ପୋଲ ପାଇଁ ଟେଣ୍ଡର କାର୍ଯ୍ୟ ସରିଥିବା ବେଳେ ମରାମତି କାର୍ଯ୍ୟ ଚାଲିଛି ବୋଲି ଗୃହ ୋ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ।
ବାଇଟ-3-ଜିତେନ୍ଦ୍ର ପଟ୍ଟନାୟକ ,ସ୍ବେଛାସେବୀ ,ସୁବର୍ଣ୍ଣପୁର ।
ବାଇଟ-4-ଅସିତ କୁମାର ବଡପଣ୍ଡା ,ନିର୍ବାହୀ ଯନ୍ତ୍ରୀ ,ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ,ସୁବର୍ଣ୍ଣପୁର ।Conclusion:ଫାଭିଓ-ମୋତେ ଯେତେ ମାଠିବୁ ମାଠ ନୀତିରେ ଚାଲିଛି ସୁବର୍ଣ୍ଣପୁର ସହରର ରିଂ ରୋଡ ପ୍ରକଳ୍ପ ।ଏହି ଐତିହାସୀକ ସହରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଏହି ପ୍ରକଳ୍ପ ଶିଘ୍ର ସଂପୂର୍ଣ୍ଣ ହେଲେ ଗମନା ଗମନ ତଥା ବନ୍ୟା ନିୟନ୍ତ୍ରମ କ୍ଷେତ୍ରରେ ସହରବାସୀଙ୍କୁ ଅନେକ ଲାଭ ମିଳିବ ନିଶ୍ଚିତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.