ETV Bharat / state

ସୁବର୍ଣ୍ଣପୁର ଘରୋଇ ବିଦ୍ୟାଳୟ ପରିଚାଳନା ପରିଷଦର ଆର୍ଥିକ ସହାୟତା ଦାବି - ସୁବର୍ଣ୍ଣପୁରରେ ଘରୋଇ ବିଦ୍ୟାଳୟର ଆର୍ଥିକ ଅବସ୍ଥା ଶୋଚନୀୟ

ସୁବର୍ଣ୍ଣପୁର ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡିଛି ପ୍ରାଥମିକ ଶିକ୍ଷା । ମହାମାରୀ କୋଭିଡ୍ ପାଇଁ ଦୁଇ ବର୍ଷ ହେଲାଣି ବିଦ୍ୟାଳୟ ବନ୍ଦ ରହିଛି । ଫଳରେ ଘରୋଇ ବିଦ୍ୟାଳୟର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି । ଅଧିକ ପଢନ୍ତୁ

subarnapur private school management committee demand for financial assistance
ସୁବର୍ଣ୍ଣପୁର ଘରୋଇ ବିଦ୍ୟାଳୟ ପରିଚାଳନା ପରିଷଦର ଆର୍ଥିକ ସହାୟତା ଦାବି
author img

By

Published : Jan 23, 2022, 9:31 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡିଛି ପ୍ରାଥମିକ ଶିକ୍ଷା । ମହାମାରୀ କୋଭିଡ୍ ପାଇଁ ଦୁଇ ବର୍ଷ ହେଲାଣି ବିଦ୍ୟାଳୟ ବନ୍ଦ ରହିଛି । ଫଳରେ ଘରୋଇ ବିଦ୍ୟାଳୟର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି ।

ତେବେ ଅଭିଭାବକ ଛାତ୍ରଛାତ୍ରୀଙ୍କ ଟିଉସନ ଫି ଦେଉ ନ ଥିବାରୁ ଘରୋଇ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ଦରମା ପାଇବାରେ ସମସ୍ୟା ହେଉଛି । ଘରୋଇ ବିଦ୍ୟାଳୟ ପରିଚାଳନା ପରିଷଦ ପକ୍ଷରୁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏକ ଆର୍ଥିକ ପ୍ୟାକେଜ ଦେବା ପାଇଁ ଦାବି ରଖିଛନ୍ତି ଘରୋଇ ବିଦ୍ୟାଳୟ ପରିଚାଳନା କମିଟି ।

ସୁବର୍ଣ୍ଣପୁର ଘରୋଇ ବିଦ୍ୟାଳୟ ପରିଚାଳନା ପରିଷଦର ଆର୍ଥିକ ସହାୟତା ଦାବି

ସବୁର୍ଣ୍ଣପୁର ଜିଲ୍ଲାରେ ପ୍ରାୟ 150ରୁ ଅଧିକ ଘରୋଇ ବିଦ୍ୟାଳୟ ଥିବାବେଳେ 1000ରୁ ଅଧିକ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ବିଦ୍ୟାଳୟ ଖୋଲୁ ନ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ସେହିପରି ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା 25 ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଘରୋଇ ବିଦ୍ୟାଳୟରେ ଶିକ୍ଷା ଅଧିକାର ଆଇନ ଅଧିନରେ ଶିକ୍ଷା ପ୍ରଦାନ କରାଯାଉଛି ।

ତେବେ ଏହି ଛାତ୍ରଛାତ୍ରୀଙ୍କର ଆବଶ୍ୟକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବାର ନିୟମ ରହିଛି । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଛାତ୍ରଛାତ୍ରୀଙ୍କ ଲାଗି ଅର୍ଥ ମଞ୍ଜୁରୀ କରାଯାଉ ନାହିଁ । ଫଳରେ ଘରୋଇ ବିଦ୍ୟାଳୟରେ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି ।

ଅନ୍ୟପଟେ ଜିଲ୍ଲା ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରଶାସନ ମାଧ୍ୟମରେ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାଁନ୍ତି ବୋଲି ଅଭିଯୋଗ ହେଉଛି ।

ଅପରପକ୍ଷେ ଶିକ୍ଷା ଏକ ସମ୍ବେଦନଶୀଳ ବିଷୟ ହୋଇଥିବାବେଳେ ସରକାର ଏହା ପ୍ରତି ଯତ୍ନବାନ ହେବା ଆବଶ୍ୟକତା ରହିଛି । ନଚେତ୍ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ ବୋଲି ଘରୋଇ ବିଦ୍ୟାଳୟ ସଂଘ କହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.