ETV Bharat / state

ରୋଗୀଙ୍କୁ ଔଷଧ ଯୋଗାଇବାରେ ଫେଲ କେନ୍ଦ୍ର-ରାଜ୍ୟ ସରକାର ! ମାଗଣାରେ ମେଡିସିନ ପାଉନାହାଁନ୍ତି ଲୋକେ - ସୁବର୍ଣ୍ଣପୁର ଖବର

ରୋଗୀଙ୍କୁ ମିଳୁନି ମାରାତ୍ମକ ରୋଗ ପାଇଁ ଔଷଧ । ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଡାକ୍ତର ଲେଖୁଥିବା ଔଷଧ କ୍ୟାମ୍ପସ ଭିତରେ ଥିବା ନିରାମୟ କେନ୍ଦ୍ର କି ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ରରୁ ମିଳୁ ନ ଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ରୋଗୀଙ୍କୁ ଔଷଧ ଯୋଗାଇବାରେ ଫେଲ କେନ୍ଦ୍ର-ରାଜ୍ୟ ସରକାର : ମାଗଣାରେ ମେଡିସିନ ପାଉନାହାଁନ୍ତି ଲୋକେ

author img

By

Published : Jan 20, 2022, 8:29 PM IST

ସୁବର୍ଣ୍ଣପୁର : ମିଳୁନାହିଁ ମାରାତ୍ମକ ରୋଗ ପାଇଁ ଔଷଧ । ରୋଗୀ ଯେତିକି ହନ୍ତସନ୍ତ ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ ଔଷଧ ଖୋଜିବାରେ ବେଶି କଷ୍ଟ ଅନୁଭବ କରୁଛନ୍ତି । ଅତି ମାରାତ୍ମକ ରୋଗ ଗୁଡିକର ଔଷଧ ମିଳୁ ନ ଥିବାରୁ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି । ହେଲେ ସବୁ ଜାଣି ନ ଜାଣିଲା ପରି ଚେଇଁ ଶୋଇଛି ସୁବର୍ଣ୍ଣପୁର ସ୍ବାସ୍ଥ୍ୟ ବିଭାଗ । ରୋଗୀଙ୍କୁ ନା ମିଳୁଛି ମାଗଣା ଔଷଧ ନା କମ ମୂଲ୍ୟର ଜେନେରିକ ଔଷଧ ।

ରୋଗୀଙ୍କୁ ଔଷଧ ଯୋଗାଇବାରେ ଫେଲ କେନ୍ଦ୍ର-ରାଜ୍ୟ ସରକାର : ମାଗଣାରେ ମେଡିସିନ ପାଉନାହାଁନ୍ତି ଲୋକେ

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶହ ଶହ ରୋଗୀ ପ୍ରତିଦିନ ଆସି ନିରାଶରେ ଘରକୁ ଫେରୁଛନ୍ତି । ମୁଖ୍ୟ ଚିକିତ୍ସାଳୟରେ 24 ଘଣ୍ଟିଆ ନିରାମୟ ଯୋଜନାରେ ଔଷଧ ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି । ହେଲେ ଅତି ମାରାତ୍ମକ ରୋଗଗୁଡିକର ଔଷଧ ଡାକ୍ତରଖାନାରେ ମିଳୁ ନ ଥିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପୁଣି ସହରରେ ଥିବା ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ରରୁ ଅତି କମ ମୂଲ୍ୟରେ ଔଷଧ ମିଳୁଥିବା ବେଳେ ତାହା ବି ପର୍ଯ୍ୟାପ୍ତ ପରିମାଣରେ ଆସୁନାହିଁ । ଫଳରେ ରୋଗୀମାନେ ଔଷଧ ନ ପାଇ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହେଉଛି । ପ୍ରାୟ ଛଅମାସ ପୂର୍ବରୁ ରୋଗୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସବୁ ପ୍ରକାର ଔଷଧ ପାଉଥିଲେ ।

ନିରାମୟ ଯୋଜନାରେ ମୁଖ୍ୟ ଚିକିତ୍ସାଳୟକୁ ଆସୁ ନ ଥିବା ଔଷଧସବୁ କ୍ୟାମ୍ପସ ମେଡିସିନ ଷ୍ଟୋରରୁ କିଣି ରୋଗୀମାନଙ୍କୁ ପ୍ରଦାନ କରାଯାଉଥିଲା । ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ଯୋଜନାରେ ବାର୍ଷିକ ପ୍ରାୟ 18 ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଔଷଧ କିଣି ରୋଗୀଙ୍କୁ ଦିଆଯାଉଥିଲା । ତେବେ ବଡ ବଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରୁଥିବା ରୋଗୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ପାଇ ପାରୁଥିଲେ ।

ତେବେ ଏବେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ରରେ ପର୍ଯ୍ୟାପ୍ତ ଔଷଧ ମିଳୁ ନ ଥିବା ବେଳେ ଚିକିତ୍ସାଳୟରୁ ବି ଔଷଧ ମିଳୁନାହିଁ । ଅପରପକ୍ଷରେ ଗତ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା କରିଥିବା ବେଳେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିବା ପାଇଁ ମନା କରିଛନ୍ତି । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ତିଆରି କରିଥିଲେ ବି ତାହା ଯେ ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ । ତାହା ଏହି ଘଟଣାରୁ ସ୍ପଷ୍ଟ ହେଉଛି । ତେବେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଔଷଧ ଯୋଗାଇ ଦେବାକୁ ଦାବି ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.