ETV Bharat / state

ଗଞ୍ଜେଇ କରିଡର ପାଲଟିଛି ସୁବର୍ଣ୍ଣପୁର

author img

By

Published : Feb 20, 2022, 5:15 PM IST

ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ଦେଇ ଛତିଶଗଡ ଓ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଅନେକ ବେପାରୀ ଗିରଫ ହୋଇ ଜେଲ ହାଜତକୁ ଯାଉଛନ୍ତି, ତଥାପି ଗଞ୍ଜେଇ କାରବାରରେ ଥମିବାର ନାଁ ନେଉନାହିଁ । ଅଧିକ ପଢନ୍ତୁ

ଗଞ୍ଜେଇ କରିଡର ପାଲଟିଛି ସୁବର୍ଣ୍ଣପୁର
ଗଞ୍ଜେଇ କରିଡର ପାଲଟିଛି ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଗଞ୍ଜେଇ ବେପାରର କରିଡରରେ ପରିଣତ ହେବାରେ ଲାଗିଛି ସୁବର୍ଣ୍ଣପୁର । ପୋଲିସ ଆଖିରେ ଧୂଳି ଦେଇ ଅଭିନବ ଉପାୟରେ ସହର ଦେଇ ଛତିଶଗଡ ଓ ମଧ୍ୟ ପ୍ରଦେଶ ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ହେଉଛି । ତେବେ ଅନେକ ସମୟରେ ପୋଲିସ ଓ ଅବକାରୀ ବିଭାଗର ଜାଣତରେ ଏହି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି ।

ଗଞ୍ଜେଇ କରିଡର ପାଲଟିଛି ସୁବର୍ଣ୍ଣପୁର

ବୌଦ୍ଧ ଜିଲ୍ଲା କଣ୍ଟାମାଲ ଓ ମନମୁଣ୍ଡା ଥାନା ପାର କରିବା ସହିତ ସୁବର୍ଣ୍ଣପୁରର ପ୍ରାୟ ତିନି ଚାରୋଟି ଥାନା ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ମାଫିଆ ମାନେ ଗଞ୍ଜେଇ ପାର କରୁଛନ୍ତି । ବୌଦ୍ଧ ଜିଲ୍ଲାର ଜଙ୍ଗଲ ଜମିରେ ହଜାର ହଜାର ହେକ୍ଟର ଗଞ୍ଜେଇ ଚାଷ ହେଉଥିବା ବେଳେ ଅନ୍ତଃ ରାଜ୍ୟ ମାଫିଆମାନେ ଚାଷ ପାଇଁ ଗଞ୍ଜେଇ ଚାଷୀଙ୍କୁ ଆର୍ଥିକ ସହଯୋଗ କରୁଛନ୍ତି ।

ତେବେ ଅନେକ ସମୟରେ ପୋଲିସ ଓ ଅବକାରୀ ବିଭାଗର ଜାଣତରେ ଏହି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ରାଜ୍ୟ ଅବକାରୀ ମନ୍ତ୍ରୀଙ୍କ ଜିଲ୍ଲାରେ ଅବକାରୀ ବିଭାଗ ଫେଲ ମାରିଥିବା ଅଭିଯୋଗ କରିଛି ବିଜେପି । ଅପରପକ୍ଷରେ ସୀମିତ ସଂଖ୍ୟକ କର୍ମଚାରୀଙ୍କ ସହଯୋଗରେ ନିଜ ଟାକ୍ସଫୋର୍ସ ଜରିଆରେ ୧୮ ଗୋଟି ମାମଲାରେ ୨୭ ଜଣଙ୍କୁ ଗିରଫ କରିବା ସହିତ ୧୨ ଗୋଟି ଗାଡ଼ି ଜବତ କରାଯାଇଥିବା ଜିଲ୍ଲା ଅବକାରୀ ଅଧିକ୍ଷକ କହିଛନ୍ତି ।

ଅନ୍ୟପଟେ ଜନସାଧାରଣ ତଥା ଗଣମାଧ୍ୟମ ଗଞ୍ଜେଇ ଚୋରାଚାଲାଣ ସଂପର୍କରେ ଖବର ଦେଉ ନଥିବାରୁ ଗଞ୍ଜେଇ ଚୋରାଚାଲାଣ ବୃଦ୍ଧି ପାଉଛି ବୋଲି ପାଲଟା ଅଭିଯୋଗ କରିଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକ । ଏପଟେ ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ଅବକାରୀ ବିଭାଗ ଫେଲ ମାରିଥିବା ଅଭିଯୋଗ କରିଛି ବିଜେପି । ସୁବର୍ଣ୍ଣପୁର ସହର ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବାରୁ ଏହା ପୋଲିସର ମୁଣ୍ଡବ୍ୟଥାର କାରଣ ହୋଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.