ETV Bharat / state

Minister Sushant Singhଙ୍କୁ ସବୁବେଳେ ବିରୋଧ କରିବ ଜିଲ୍ଲା ବିଜେପି

author img

By

Published : Nov 27, 2021, 7:01 PM IST

ସୁବର୍ଣ୍ଣପୁର ଜିଲ୍ଲାରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ (Rural Development, Labour & Employees Minister Odisha)ଙ୍କୁ ଗଣତାନ୍ତ୍ରିକ ଉପାୟରେ ସବୁବେଳେ ବିରୋଧ କରାଯିବ । ସୁଶାନ୍ତ ସିଂ ମନ୍ତ୍ରୀ ପଦବୀରେ ଥିବା ପର୍ଯ୍ୟନ୍ତ ଓ ବିଜେପି ଯେ କୌଣସି କାର୍ଯ୍ୟକ୍ରମ ପାଇଁ ସୁବର୍ଣ୍ଣପୁର ଆସିଲେ ତାଙ୍କ ଗସ୍ତକୁ ବିଜେପି ପ୍ରତିବାଦ କରିବ । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର ଜିଲ୍ଲା ବିଜେପି
ସୁବର୍ଣ୍ଣପୁର ଜିଲ୍ଲା ବିଜେପି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଗଣତାନ୍ତ୍ରିକ ଉପାୟରେ ସବୁବେଳେ ବିରୋଧ କରାଯିବ । ସୁଶାନ୍ତ ସିଂ ମନ୍ତ୍ରୀ ପଦବୀରେ ଥିବା ପର୍ଯ୍ୟନ୍ତ ଓ ବିଜେପି ଯେ, କୌଣସି କାର୍ଯ୍ୟକ୍ରମ ପାଇଁ ସୁବର୍ଣ୍ଣପୁର ଆସିଲେ ତାଙ୍କ ଗସ୍ତକୁ ବିଜେପି ପ୍ରତିବାଦ କରିବ । ଏହା ସହିତ କଳାପତାକା ପ୍ରଦର୍ଶନ କରାଯିବ ବୋଲି ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର (Subarnapur Dist president Pramod Mahapatra) କହିଛନ୍ତି ।

Minister Sushant Singh ଙ୍କୁ ସବୁବେଳେ ବିରୋଧ କରିବ ଜିଲ୍ଲା ବିଜେପି

ଆଜି ସହରର କସ୍ତୁରୀ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁଶାନ୍ତ ସିଂଙ୍କ ବାଉନସର ଓ ଗୁଣ୍ଡାମାନେ ସୁବର୍ଣ୍ଣପୁର ଜିଲ୍ଲା ବିଜେପିର ନଗର ସଭାପତି ଓ କାର୍ଯ୍ୟକର୍ତ୍ତାଙ୍କ ଉପରେ କରିଥିବା ଆକ୍ରମଣର ପ୍ରତିବାଦ କରି ନିନ୍ଦା କରିଥିଲା ଜିଲ୍ଲା ବିଜେପି । ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଶୁଭାରମ୍ଭ ବେଳେ ମନ୍ତ୍ରୀ ସୁଶାନ୍ତ ସିଂ ଜିଲ୍ଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସାଧାରଣ ସଭାରେ ଯୋଗ ଦେଇଥିଲେ । ତାଙ୍କୁ ବିଜେପି ନଗର ସଭାପତି ଓ କିଛି କାର୍ଯ୍ୟକର୍ତ୍ତା କଳାପତାକା ଦେଖାଇ ପ୍ରତିବାଦ କରିବା ସମୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସୁଶାନ୍ତ ସିଂଙ୍କ ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିବା ସହିତ ମାଡ ମାରିଥିଲେ ।

ପୋଲିସ ଉପସ୍ଥିତିରେ ସୁଶାନ୍ତ ସିଂଙ୍କ ଗୁଣ୍ଡାମାନେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରିବା ଘଟଣାକୁ ବିଜେପି ସଭାପତି ନିନ୍ଦା କରିବା ସହିତ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ ଥିବା ପର୍ଯ୍ୟନ୍ତି ଜିଲ୍ଲା ବିଜେପି ଗଣତାନ୍ତ୍ରିକ ଉପାୟରେ ତାଙ୍କ ଗସ୍ତକୁ ପ୍ରତିବାଦ କରିବ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.