ETV Bharat / state

ଦୋକାନ ଗୃହ ବଣ୍ଟନ ପ୍ରକ୍ରିୟାକୁ ବିରୋଧ, କଂଗ୍ରେସର ଆନ୍ଦୋଳନ

author img

By

Published : Apr 4, 2022, 5:53 PM IST

ସହରର ବ୍ଳକ ଛକରେ ସଦର ପୌର ପରିଷଦ ପକ୍ଷରୁ ତିଆରି ହୋଇଥିବା ଦୋକାନ ଗୃହ ବଣ୍ଟନ ପ୍ରକ୍ରିୟାକୁ ତୀବ୍ର ବିରୋଧ କରିଛି ଜିଲ୍ଲା କଂଗ୍ରେସ । କଂଗ୍ରେସ ଦଳର ବରିଷ୍ଠ ସଭ୍ୟ ସୁଧିର ପଣ୍ଡାଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ପୌର ପରିଷଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ

କଂଗ୍ରେସର ଆନ୍ଦୋଳନ
କଂଗ୍ରେସର ଆନ୍ଦୋଳନ

ସୁବର୍ଣ୍ଣପୁର: ସହରର ବ୍ଳକ ଛକରେ ସଦର ପୌର ପରିଷଦ ପକ୍ଷରୁ ତିଆରି ହୋଇଥିବା ଦୋକାନ ଗୃହ ବଣ୍ଟନ ପ୍ରକ୍ରିୟାକୁ ତୀବ୍ର ବିରୋଧ କରିଛି ଜିଲ୍ଲା କଂଗ୍ରେସ । କଂଗ୍ରେସ ଦଳର ବରିଷ୍ଠ ସଭ୍ୟ ସୁଧିର ପଣ୍ଡାଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ପୌର ପରିଷଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଘେରାଉ କରିଛନ୍ତି ।

ଦୋକାନ ଗୃହ ବଣ୍ଟନ ପ୍ରକ୍ରିୟାକୁ ବିରୋଧ, କଂଗ୍ରେସର ଆନ୍ଦୋଳନ

ନୂତନ ଭାବେ ବ୍ଲକ ଛକରେ 18 ଗୋଟି ଷ୍ଟଲ ତିଆରି କରାଯାଇଥିବା ବେଳେ ସେଥିରୁ 14 ଗୋଟି ଷ୍ଟଲ ବଣ୍ଟନ କରିବା ପାଇଁ ପୌର ପରିଷଦ ପକ୍ଷରୁ ବିଜ୍ଞାପନ ଦିଆଯାଇଛି । ତେବେ ସିକ୍ୟୁରିଟି ବାବଦକୁ ଦେଢ ଲକ୍ଷ ଟଙ୍କା ଦେଇ ଆବେଦନ କରିବା ପାଇଁ କୁହାଯାଇଥିବା ବେଳେ ଯେଉଁ ଆବେଦନକାରୀ ଅଧିକ ଟଙ୍କା ଦେଇ ନିଲାମରେ ଷ୍ଟଲ ନେବେ ବୋଲି ବିଜ୍ଞାପନରେ କୁହାଯାଇଥିବା ଅଭିଯୋଗ ହୋଇଛି ।

ତେବେ ବେକାରୀ ସମସ୍ୟା ଦୂରୀକରଣ ପାଇଁ ପୌର ପରିଷଦ କାର୍ଯ୍ୟ ନକରି ଦୋକାନ ଗୃହର ବ୍ୟବସାୟୀକରଣ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ଭିତରେ ଲଟେରି ମାଧ୍ୟମରେ ଷ୍ଟଲ ବଣ୍ଟନ କରିବାକୁ ଦାବି କରାଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.