ETV Bharat / state

ସୁବର୍ଣ୍ଣପୁର: ବ୍ଲକ ଛକ ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସୁବର୍ଣ୍ଣପୁର ସହରର ବିଜୁ ପଟ୍ଟନାୟକ ମହାନଦୀ ପୋଲରୁ ତେଲନଦୀ ପୋଲ ଯାଏଁ ରାସ୍ତା ପ୍ରଶସ୍ତିକରଣ ପାଇଁ ଜିଲ୍ଲାପାଳ ମନୀଷା ବନାର୍ଜୀ ବ୍ଲକ ଛକ ପରିଦର୍ଶନ କରି ଜବର ଦଖଲ ଉଚ୍ଛେଦ ପାଇଁ ନିର୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର
author img

By

Published : Nov 19, 2019, 9:56 PM IST

ସୁବର୍ଣ୍ଣପୁର: ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ । ବିଜୁ ପଟ୍ଟନାୟକ ମହାନଦୀ ପୋଲରୁ ତେଲନଦୀ ପୋଲ ଯାଏଁ ରାସ୍ତା ପ୍ରଶସ୍ତିକରଣ ପାଇଁ ମଙ୍ଗଳବାର ଜିଲ୍ଲାପାଳ ମନୀଷା ବନାର୍ଜୀ ବ୍ଲକ ଛକ ପରିଦର୍ଶନ କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲାରେ ସରକାରୀ ଜାଗା ଜବରଦଖଲ କରିଥିବାରୁ ଏବେ ରାସ୍ତା କାମ ପାଇଁ ସମସ୍ୟା ଦେଖା ଦେଇଛି । ଜବରଦଖଲକାରୀ ସରକାରୀ ଜାଗାରୁ ଉଚ୍ଛେଦର ପ୍ରତିବାଦ କରୁଥିବା ବେଳେ ରାସ୍ତା ପ୍ରଶସ୍ତିକରଣ ଓ ବ୍ଲକ ଛକ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ ।

ମଙ୍ଗଳବାର ଜିଲ୍ଲାପାଳ ପରିଦର୍ଶନ କରି ରାଜସ୍ବ ବିଭାଗ ଅଧିକାରୀଙ୍କୁ ତୁରନ୍ତ ସରକାରୀ ଜାଗା ଚିହ୍ନଟ କରି ଜବରଦଖଲ ଉଚ୍ଛେଦ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳଙ୍କ ବ୍ଲକ ଛକ ପରିଦର୍ଶନ ବେଳେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ରାସ୍ତା ପ୍ରଶସ୍ତିକରଣରେ ଆବଶ୍ୟକ କରୁଥିବା ଜାଗା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ପୌରପରିଷଦ କର୍ତ୍ତୃପକ୍ଷ , ରାଜସ୍ବ ନିରୀକ୍ଷକଙ୍କ ସମେତ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରର ବିଜୁ ପଟ୍ଟନାୟକ ମହାନଦୀ ପୋଲରୁ ତେଲନଦୀ ପୋଲ ଯାଏଁ ରାସ୍ତା ପ୍ରଶସ୍ତିକରଣ ପାଇଁ ଆଜି ଜିଲ୍ଲାପାଳ ମନୀଷା ବନାର୍ଜୀ ବ୍ଲକ ଛକ ପରିଦର୍ଶନ କରିଛନ୍ତି।ଆଗରୁ ଅନେକ ସରକାରୀ ଯାଗା ଜବର ଦଖଲ କରିଥିବାରୁ ଏବେ ରାସ୍ତା କାମ କରିବା ପାଇଁ ସମସ୍ୟା ଦେଖା ଦେଇଛି।ଜବର ଦଖଲକାରୀ ସରକାରୀ ଯାଗାରୁ ଉଛେଦର ପ୍ରତିବାଦ କରୁଥିବା ବେଳେ ରାସ୍ତା ପ୍ରଶସ୍ତି କରଣ ଓ ବ୍ଲକ ଛକ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ।ଆଜି ଜିଲ୍ଲାପାଳ ପରିଦର୍ଶନ କରି ରାଜସ୍ବ ବିଭାଗ ଅଧିକାରୀଙ୍କୁ ତୁରନ୍ତ ସରକାରୀ ଯାଗା ଚିହ୍ନଟ କରି ଜବର ଦଖଲ ଉଛେଦ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।Body:ଆଜି ଜିଲ୍ଲାପାଳଙ୍କ ବ୍ଲକ ଛକ ପରିଦର୍ଶନ ବେଳେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ରାସ୍ତା ପ୍ରଶସ୍ତି କରଣରେ ଆବଶ୍ୟକ କରୁଥିବା ଯାଗା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ।ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ , ପୌର ପରିଷଦ କତ୍ତୃପକ୍ଷ , ରାଜସ୍ୱ ନିରୀକ୍ଷକ ଙ୍କ ସମେତ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.