ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ପକ୍ଷରୁ ଆଜି ସମ୍ବଲପୁରୀ ଦିନ ପାଳନ କରାଯାଉଛି । ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଦିବସ ଅବସରରେ ଏହି ଖାସ୍ ଦିବସ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ସ୍ଥାନୀୟ ରୟାଲ ପଡିଆରେ ଆୟୋଜିତ ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ଯୋଗଦେଇ ସମ୍ବଲପୁରୀ ଭାଷା, ସାହିତ୍ୟ, ଲୋକ ସଂସ୍କୃତି ବହୁ ଉଚ୍ଚକୋଟୀର ଓ ମାନବବାଦୀ ଗୁଣ ଭରି ରହିଛି ବୋଲି କହିଛନ୍ତି ।
ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯୋଗଦେଇ ସମ୍ବଲପୁରୀ ଭାଷା ଶୁଣିବା ଓ କହିବା ପାଇଁ ତାଙ୍କର ଉତ୍କଣ୍ଠା ବିଷୟରେ କହିଥିଲେ । ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାକାର ମାନେ ଯୋଗଦେଇ ସମ୍ବଲପୁରୀ ଲୋକ ନୃତ୍ୟ ଓ ସମ୍ବଲପୁରୀ ଲୋକଗୀତ ପରିବେଷଣ କରିଥିଲେ । ଉତ୍ସବରେ ଉପସ୍ଥିତ ଅତିଥି, କଳାକାର ତଥା ଦେଖଣାହାରୀ ସଭିଏଁ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିବା ଦେଖିବାକୁ ମିଳିଥିଲା ।
ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ସପ୍ତାହର ପ୍ରତିଟି ସୋମବାର ସରକାରୀ କର୍ମଚାରୀମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ଦେଇଥିବା ନିର୍ଦ୍ଦେଶକୁ ଆୟୋଜକ ମଣ୍ଡଳୀ ବେଶ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, ସୁବର୍ଣ୍ଣପୁର