ETV Bharat / state

ପୃଥକ ପୃଥକ ସଡକ ଦୁର୍ଘଟଣାରେ 4 ମୃତ, 6 ଗୁରୁତର - ପୃଥକ ପୃଥକ ସଡକ ଦୁର୍ଘଟଣା ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲାରେ ଚାରି ଦିନରେ ତିନୋଟି ପୃଥକ ପୃଥକ ସଡକ ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 6 ଜଣ ଗୁରୁତ୍ତର ହୋଇଛନ୍ତି। ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର ପୃଥକ ସଡକ ଦୁର୍ଘଟଣାରେ ଚାରି ମୃତ ଛଅ ଗୁରୁତର

author img

By

Published : Dec 18, 2020, 10:24 PM IST

Updated : Dec 18, 2020, 10:51 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଚାରି ଦିନ ଭିତରେ ତିନୋଟି ଭୟଙ୍କର ବାଇକ ଦୁର୍ଘଟଣା ଦେଖିବାକୁ ମିଳିଛି । ଏଥିରେ ଚାରି ଜଣ ମୃତ୍ୟୁ ବରଣ କରିଥିବା ବେଳେ ଛଅ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ପୁନଶ୍ଚ ଆଜି (ଶୁକ୍ରବାର) ସନ୍ଧ୍ୟାରେ ବିରମହାରାଜପୁର ସୋନପୁର ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ପୃଥକ ପୃଥକ ସଡକ ଦୁର୍ଘଟଣାରେ 4 ମୃତ, 6 ଗୁରୁତର

କମ୍ବଲପୁର ଗାଁର ଅଜିତ ପଣ୍ଡା ଓ ତାଙ୍କ ପତ୍ନୀ କୌଣସି କାମରେ ସୋନପୁର ଯାଉଥିବା ବେଳେ ବିପରିତ ଦିଗରୁ ଉଲୁଣ୍ଡା ବ୍ଳକ ମହୁରିଆପାଲିର ସୁନୀଲ ସାଗରଙ୍କ ବାଇକ ସହିତ ଧକ୍କା ହୋଇଥିଲା।

ଫଳରେ, ଉଭୟ ବାଇକରେ ଥିବା ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଗୁରୁତର ଅବସ୍ଥାରେ 108 ଆମ୍ବୁଲାନ୍ସ ଯୋଗେ ବିରମହାରାଜପୁର ଡାକ୍ତରଖାନାକୁ ଅଣାଯାଇଥିଲା । ତିନି ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

Last Updated : Dec 18, 2020, 10:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.