ETV Bharat / state

ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମୃତ୍ୟୁ ଅଭିଯାଗ, ପ୍ରଶାସନର ନାହିଁ ଦେଖା - subarnapur latest news

ବୀରମହାରାଜପୁର ବ୍ଳକର କୁମୁର ସିଂହା ଗାଁରେ ଅଜଣା ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମେଣ୍ଢା ମୃତ୍ୟୁ ଅଭିଯୋଗ । ମେଣ୍ଢାପାଳକ କପିଳ ଜଙ୍ଗଲ ବିଭାଗ , ପଶୁ ପାଳନ ବିଭାଗ ଓ ରାଜସ୍ବ ବିଭାଗକୁ ମେଣ୍ଢା ମୃତ୍ୟୁ ଖବର ଦେଇଛନ୍ତି । ହେଲେ ଏଯାଏଁ କୌଣସି ସରକାରୀ ବିଭାଗରୁ ଏହାର ତଦନ୍ତ କରିବା ପାଇଁ କେହି ପହଞ୍ଚି ନାହାଁନ୍ତି ।

ମେଣ୍ଢା ମୃତ୍ୟୁ
author img

By

Published : Nov 12, 2019, 8:31 PM IST

ସୁବର୍ଣ୍ଣପୁର: ବୀରମହାରାଜପୁର ବ୍ଳକର କୁମୁର ସିଂହା ଗାଁରେ ଅଜଣା ଜଙ୍ଗଲୀ ଜନ୍ତୁ ଆକ୍ରମଣ । ଏନେଇ ଗାଁ ଲୋକଙ୍କ ଭିତରେ ଭୟ ଓ ଆତଙ୍କ ଖେଳି ଯାଇଛି । ଗତକାଲି ଅଜଣା ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ଗାଁର କପିଳ ମହାକୁଡଙ୍କ 25ଟି ମେଣ୍ଢାର ମୃତ୍ୟୁ ହୋଇଛି । 10ଟି ମେଣ୍ଢା ଗୁରୁତର ଭାବେ ଆହତ ହୋଇଛନ୍ତି ।

ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମୃତ୍ୟୁ ଅଭିଯୋଗ

ସେହିପରି ଅଜଣା ଜଙ୍ଗଲୀ ଜନ୍ତୁର ଆକ୍ରମଣରେ 2 ଦିନତଳେ କୁମୁର ସିଂହାର ପଡୋଶୀ ଗାଁ ନୂଆଗଡ ଓ ଫୁଲଚରାରେ 2ଟି ମେଣ୍ଢାର ମୃତ୍ୟୁ ହୋଇଥିଲା । ମେଣ୍ଢାପାଳକ କପିଳ ଜଙ୍ଗଲ ବିଭାଗ, ପଶୁ ପାଳନ ବିଭାଗ ଓ ରାଜସ୍ବ ବିଭାଗକୁ ମେଣ୍ଢା ମୃତ୍ୟୁ ଖବର ଦେଇଛନ୍ତି । ହେଲେ ଏଯାଏଁ କୌଣସି ସରକାରୀ ବିଭାଗରୁ ଏହାର ତଦନ୍ତ କରିବା ପାଇଁ କେହି ପହଞ୍ଚି ନାହାଁନ୍ତି ।

ଗତକାଲି ରାତିରେ କପିଳଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି 52ଟି ମେଣ୍ଢାରୁ 25ଟି ମେଣ୍ଢାକୁ ଭୟଙ୍କର ଭାବେ ଆକ୍ରମଣ କରିଥିଲାବେଳେ ଗୁହାଳରେ ଥିବା ସମସ୍ତ ମେଣ୍ଢାମାନଙ୍କୁ ଆକ୍ରମଣ କରିଥିବା ମେଣ୍ଢାପାଳକ କପିଳ ଅଭିଯୋଗ କରିଛନ୍ତି ।

ଜନ୍ତୁ ଆକ୍ରମଣ ଯୋଗୁଁ ଗାଁରେ ଭୟର ବାତାବରଣ ଥିବା ବେଳେ ଏହାର ନିରାକରଣ ପାଇଁ ଗାଁଲୋକେ ସ୍ଥାନୀୟ ପ୍ରଶାସନର ସହଯୋଗ ଲୋଡିଛନ୍ତି । ହେଲେ ଏଯାଏଁ କୌଣସି ସରକାରୀ ଅଧିକାରୀ କୌଣସି ପଦକ୍ଷେପ ନିଆଯାଇ ନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକର କୁମୁର ସିଂହା ଗାଁରେ ଅଜଣା ଜଂଗଲି ଜନ୍ତୁ ଆକ୍ରମଣ ପାଇଁ ଗାଁ ଲୋକଙ୍କ ଭିତରେ ଭୟ ଓ ଆତଙ୍କ ଖେଳି ଯାଇଛି ।ଗତକାଲି ଅଜଣା ଜଂଗଲି ଜନ୍ତୁ ଆକ୍ରମଣରେ ଗାଁର କପିଳ ମହାକୁରଙ୍କ 25ଟି ମେଣ୍ଢାର ମୃତ୍ୟୁ ହୋଇଛି ।10ଟି ମେଣ୍ଢା ଗୁରୁତର ଭାବେ ଆହତ ହୋଇଛନ୍ତି ।ସେହିପରି ଗତ ପଅରଦିନ କୁମୁର ସିଂହାର ପଡୋଶୀ ଗାଁ ନୂଆଁଗଡ ଓ ଫୁଲଚରାରେ ଦୁଇଟି ମେଣ୍ଢା ଅଜଣା ଜଂଗଲି ଜନ୍ତୁର ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।ମେଣ୍ଢା ପାଳକ କପିଳ ଜଂଗଲ ବିଭାଗ ,ପଶୁ ପାଳନ ବିଭାଗ ଓ ରାଜସ୍ବ ବିଭାଗକୁ ମେଣ୍ଢା ମୃତ୍ୟୁ ଖବର ଦେଇଛନ୍ତି ।ହେଲେ ଏଯାଏଁ କୌଣସି ସରକାରୀ ବିଭାଗରୁ ଏହାର ତଦନ୍ତ କରିବା ପାଇଁ କେହି ପହଂଚି ନାହାନ୍ତି ।ଗତକାଲି ରାତିରେ କପିଳଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି 52ଟି ମେଣ୍ଡାରୁ 25ଟି ମେଣ୍ଢାକୁ ଭୟଙ୍କର ଭାବେ ଆକ୍ରମଣ କରିଥିବା ବେଳେ ଗୁହାଳରେ ଥିବା ସମସ୍ତ ମେଣ୍ଢାମାନଙ୍କୁ ଆକ୍ରମଣ କରିଥିବା ମେଣ୍ଢା ପାଳକ କପିଳ ଅଭିଯୋଗ କରିଛନ୍ତି ।ଜନ୍ତୁ ଆକ୍ରମଣ ଯୋଗୁଁ ଗାଁରେ ଭୟର ବାତାବରଣ ଥିବା ବେଳେ ଏହାର ନିରାକରଣ ପାଇଁ ଗାଁଲୋକେ ସ୍ଥାନୀୟ ପ୍ରଶାସନର ସହଯୋଗ ଲୋଡିଛନ୍ତି ।ହେଲେ ଏତେବେଳ ଯାଏଁ କୌଣସି ସରକାରୀ ଅଧିକାରୀ ଏହି ଘଟଣା ପ୍ରତି ସମ୍ବେଦନଶୀଳ ନ ଥିବା ଜଣାପଡୁଛି ।
ବାଇଟ-1- କପିଳ ମହାକୁର ,କ୍ଷତିଗ୍ରସ୍ତ ମେଣ୍ଢା ପାଳକ ,ସୁବର୍ଣ୍ଣପୁର ।
ବାଇଟ-2-ପ୍ରଦୀପ ପଣ୍ଡା , ଗ୍ରାମବାସୀ ,ସୁବର୍ଣ୍ଣପୁର ।Body:ସରକାରୀ ସହାୟତା ପାଇଁ କପିଳ ଦାବୀ କରିଥିବା ବେଳେ ତଦନ୍ତ ପାଇଁ କେହି ନ ଆସିଲେ ବାଧ୍ୟ ହୋଇ ମେଣ୍ଢାମାନଙ୍କୁ ପୋତିଦେବେ ବୋଲି କହିଛନ୍ତି Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.