ସୁବର୍ଣ୍ଣପୁର: ଚଳିତ ବର୍ଷ ସୁବର୍ଣ୍ଣପୁରର ଐତିହାସିକ ବଳିଯାତ୍ରା ବନ୍ଦ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ଦୀର୍ଘ ପନ୍ଦର ଦିନ ଧରି ପାଳିତ ହେଉଥିବା ଏହି ଯାତ୍ରାରେ ସେବାୟତମାନେ ସାମିଲ ହେବାକୁ ମୋଟା ଅଙ୍କର ଅର୍ଥ ଦାବି କରୁଛନ୍ତି। ବିଶେଷକରି ବଳିଯାତ୍ରାରେ ନିୟୋଜିତ ଡଙ୍ଗୁଆ ସେବାୟତ ଅଧିକ ଅର୍ଥ ଦାବି କରୁଛନ୍ତି। ବଳିଯାତ୍ରା କମିଟି ପକ୍ଷରୁ ଆୟୋଜିତ ବୈଠକରେ ଏହି ନିର୍ଦ୍ଧିଷ୍ଟ ପ୍ରକାରର ସେବାୟତଙ୍କୁ ଗତବର୍ଷ ପରି ଏଥର ବି ସେବା କାର୍ଯ୍ୟ କରିବା ପାଇଁ କୁହାଯାଇଥିଲା । ହେଲେ ସେବାୟତ ଅଧିକ ଅର୍ଥ ଦାବି ବଳିଯାତ୍ରା ବନ୍ଦ କରିବା କମିଟି ନିଷ୍ପତ୍ତି ନେଇଛି।
ସୂଚନା ଅନୁଯାୟୀ,ଐତିହାସିକ ବଳିୟାତ୍ରାରେ 36ଟି ସମ୍ପ୍ରଦାୟର ସେବାୟତମାନେ ସାମିଲ ହୋଇଥାନ୍ତି। ବାଦ୍ୟକାର, ପୁରୋହିତ, ଡଙ୍ଗୁଆ,ଗାୟନ,ଚାରିଘରିଆ ,ତେଲି ଆଦି ସାମିଲ ହୋଇ 15 ଦିନ ଧରି ବଳିଯାତ୍ରା ପାଳନ କରିଥାନ୍ତି। ଏଠାରେ ବଳି କହିଲେ ଛାଗ ଅବା ମଇଁଷି ଆଦି ହତ୍ୟାକୁ ବୁଝାଏ ନାହିଁ। ବଳି କହିଲେ ବରୁଆକୁ ହିଁ ବୁଝାଇଥାଏ।
ତେବେ ଚଳିତ ମାସ 28 ତାରିଖ ମହାଳୟା ତିଥିରୁ ବଳିୟାତ୍ରା ଆରମ୍ଭ ହେବାକୁ ଥିବାବେଳେ ସେବାୟତମାନଙ୍କ ପ୍ରଚୁର ଅର୍ଥଦାବି ବାଲିଯାତ୍ରା କମିଟି ଓ ଦେବୋତ୍ତର ବିଭାଗର ମୁଣ୍ଡବ୍ୟଥାର କାରଣ ହୋଇଛି। ବଳି ବନ୍ଦ ହେବାକୁ ଥିବାବେଳେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କରିଛି ବଳିଯାତ୍ରା କମିଟି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ