ETV Bharat / state

ଦୁର୍ଘଟଣାର ୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର କଲା ପୋଲିସ - ସୁବର୍ଣ୍ଣପୁର ଦୁର୍ଘଟଣା ଖବର

ସୁବର୍ଣ୍ଣପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥରେ ହୋଇଥିବା ଦୁର୍ଘଟଣାର ୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ଅଧିକ ପଢନ୍ତୁ

ଦୁର୍ଘଟଣାର ୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର କଲା ପୋଲିସ

author img

By

Published : Feb 23, 2022, 3:07 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥରେ ହୋଇଥିବା ଦୁର୍ଘଟଣାର ୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛି ଟାଉନ ଥାନା ପୋଲିସ । ମୃତକ ଛତିଶଗଡ ବିଳାସପୁର ଜିଲ୍ଲା ଅନ୍ତର୍ଗତ ପଣ୍ଡରୀ ଗାଁର ୨୯ ବର୍ଷୀୟ ଭଗବାନ ଦୀନ ଜୟଶ୍ରୀ ବୋଲି ସୂଚନା ରହିଛି ।

ସୂଚନାଅନୁସାରେ, ଗତକାଲି(ମଙ୍ଗଳବାର) ସକାଳୁ ଜିଲ୍ଲାର ୫୭ ନମ୍ବର ଜାତୀୟ ରାଜପଥର ଅର୍ଜୁନପୁର ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଏହି ଦୁର୍ଘଟଣାରେ ଟ୍ରକଟି ଏକ ବରଗଛରେ ପିଟି ହୋଇଯିବାରୁ ବରଗଛଟି ଭାଙ୍ଗି ଡ୍ରାଇଭର ଉପରେ ପଡି ଯାଇଥିଲା ।

ତେବେ ପୋଲିସ ଘଟଣାସ୍ଥଳରେ ପହଂଚି ଅଗ୍ନିଶମ ବିଭାଗ ସହାୟତାରେ ଚାରୋଟି କଟର ମେସିନ, ଦୁଇଟି ଜେସିବି, ଏକ ହାଇଡ୍ରା ବ୍ୟବହାର କରି ପ୍ରାୟ ୧୦ ଘଣ୍ଟା ପରିଶ୍ରମ କରିବା ପରେ ଡ୍ରାଇଭରର ମୃତଦେହ ଉଦ୍ଧାର କରି ପାରିଛି । ବ୍ୟବଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.