ETV Bharat / state

ସୁବର୍ଣ୍ଣପୁରରେ ପଞ୍ଚାୟତିରାଜ ଦିବସ ପାଳିତ

author img

By

Published : Mar 5, 2020, 2:20 PM IST

ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହ ପାଳିତ ହୋଇଛି ।

panchayatraj divas celebrated in subarnpur
ସୁବର୍ଣ୍ଣପୁରରେ ପଞ୍ଚାୟତିରାଜ ଦିବସ ପାଳିତ

ସୁବର୍ଣ୍ଣପୁର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 104 ତମ ଜନ୍ମ ଜୟନ୍ତୀ । ଏନେଇ ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହ ପାଳିତ ହୋଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନସାଧାରଣଙ୍କ ସହିତ ଲୋକ ପ୍ରତିନିଧିଙ୍କ ସିଧାସଳଖ ସଂପର୍କ ସ୍ଥାପନ କରିବା ସହ ସାମଗ୍ରୀକ ବିକାଶ ଦିଗରେ ବିଜୁ ବାବୁ ବିଜ୍ଞତାର ପରିଚୟ ଦେଇଥିଲେ ବୋଲି କହିଥିଲେ ।

ସୁବର୍ଣ୍ଣପୁରରେ ପଞ୍ଚାୟତିରାଜ ଦିବସ ପାଳିତ

ବିଶେଷକରି ତାଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ନାରୀ ସ୍ବାଧୀନତା ଓ ନାରୀ ଶସକ୍ତିକରଣ ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା । ତୃଣମୂଳସ୍ତରରୁ ନାରୀମାନେ ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ଭାବେ ନିଜକୁ ପ୍ରମାଣିତ କରି ପାରିଛନ୍ତି । ଏହି ସମାରୋହରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଦେବୀ ପ୍ରସାଦ ଦାସ ଓ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଏହି ବ୍ୟବସ୍ଥାରେ ବିକାଶର ଧାରା ସଂପର୍କରେ ଆଲୋଚନା କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.