ସୁବର୍ଣ୍ଣପୁର: ବିଷଧର ସାପ କାମୁଡ଼ାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣଙ୍କର ମୃତ୍ୟୁ ହୋଇଛି । ବୌଦ୍ଧ ଜିଲ୍ଲା ମନୁମୁଣ୍ଡା ଥାନା ଅନ୍ତର୍ଗତ ଶାନ୍ତିପଲି ଗାଁର 55 ବର୍ଷୀୟ ବିଭିଷଣ ବଘାର ରାତିରେ ଘରେ ଶୋଇଥିବା ବେଳେ ପ୍ରାୟ ରାତି ୧୧ଟା ସମୟରେ ତାଙ୍କର ଡାହାଣ ହାତର କାଖ ତଳେ କିଛି ଗୋଟେ କାମୁଡିଲା ବୋଲି ଚିତ୍କାର କରିଥିଲେ । ପାଖରେ ଶୋଇଥିବା ପୁଅ ଝିଅ ଦେଖିବା ପରେ ଗୋଟିଏ ଚିତି ସାପ କାମୁଡ଼ିଥିବା ଜାଣିବାକୁ ପାଇଥିଲେ ।
ପରିବାର ଲୋକେ ବାଇକ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ