ETV Bharat / state

ମହାନଦୀର ସଙ୍ଗମ ସ୍ଥଳରେ ବିଦେଶାଗତ ପକ୍ଷୀଙ୍କ କଲରବ, ବଢିଛି ପର୍ଯ୍ୟଟକଙ୍କ ସଂଖ୍ୟା - ସୁବର୍ଣ୍ଣପୁରରେ ବିଦେଶୀ ପକ୍ଷୀ

ଶୀତର ଆଗମନରେ ଛୁଟିଛି ବିଦେଶୀ ଅତିଥିଙ୍କ ସୁଅ । ସାତ ଦରିଆ ପାର ହୋଇ ମହାନଦୀର ସଙ୍ଗମ ସ୍ଥଳରେ ପହଞ୍ଚିଛନ୍ତି ବିଦେଶାଗତ ପକ୍ଷୀ ।

ମହାନଦୀର ସଙ୍ଗମ ସ୍ଥଳରେ ବିଦେଶାଗତ ପକ୍ଷୀ
ମହାନଦୀର ସଙ୍ଗମ ସ୍ଥଳରେ ବିଦେଶାଗତ ପକ୍ଷୀ
author img

By

Published : Feb 3, 2023, 4:21 PM IST

ମହାନଦୀର ସଙ୍ଗମ ସ୍ଥଳରେ ବିଦେଶାଗତ ପକ୍ଷୀ

ସୁବର୍ଣ୍ଣପୁର: ବିଦାୟ ନେଉଛି ଶୀତ । ଧୀରେଧୀରେ ଆସୁଛି ଗ୍ରୀଷ୍ମ । ହେଲେ ପ୍ରତି ବର୍ଷ ପରି ଏଥର ବି ସହରର ମହାନଦୀ ବକ୍ଷରେ ବିଦେଶାଗତ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳୁଛି । ବିଶେଷକରି ମହାନଦୀ ବକ୍ଷର ନୀଳ ଜଳରାଶିରେ ନଭେମ୍ବର ମାସରୁ ମାର୍ଚ୍ଚ ମାସର ଅଧା ଯାଏଁ ଜାତି ଜାତିକା ପକ୍ଷୀଙ୍କ କଲରବରେ ମହାନଦୀ ଗର୍ଭ ମୁଖରିତ ହେଉଛି ।

ଭଳିକି ଭଳି ବିଦେଶୀ ପକ୍ଷୀ ଦଳଦଳ ହୋଇ ବିଚରଣ କରୁଥିବା ବେଳେ ଏମାନଙ୍କ ସୁରକ୍ଷା ପାଇଁ ବେଶ ସଚେତନ ହୋଇଛି ବନ ବିଭାଗ । ଏଠିକାର ଖାଦ୍ୟ, ପ୍ରାକୃତିକ ପରିବେଶ ଓ ଜଳବାୟୁରେ ଆକର୍ଷିତ ହୋଇ ରାଜ୍ୟ ତଥା ଦେଶ ବାହାରୁ ଜିଲ୍ଲାକୁ ଆସୁଛନ୍ତି ବିରଳ ପକ୍ଷୀ । ନଜରକମନ ମାର୍ଗନ୍ସର, ରୁଡି ଶେଲଡକ, ରେଡ କ୍ରେଷ୍ଟେଡ ପୋଚାର୍ଡ, ବ୍ଲକା ବେଲିଡ ଟର୍ନ, ରୋଜି ଷ୍ଟର୍ଲିଙ୍ଗ, ପଲାସ ଗଲ, ବ୍ଲକ ହେଡେନ ଗଲ ଆଉ ରିଭର ଲାପବି । ଜଳଚର ପକ୍ଷୀ କୁହନ୍ତୁ କି ସ୍ଥଳଚର । ଏହି ପକ୍ଷୀମାନଙ୍କ ମଧ୍ୟରେ ନର୍ଥ ଆମେରିକାର କମନ ମାର୍ଗନ୍ସର ଭଳି ପକ୍ଷୀ ରହିଥିବା ମଧ୍ୟ ଜଣାଯାଇଛି । ସେହିଭଳି ୟୁରୋପ ଏବଂ ସାଇବେରିଆ ଅଞ୍ଚଳରୁ ମଧ୍ୟ ପକ୍ଷୀ ଏଠାକୁ ଆସିଥିବା ଜଣାପଡିଛି । ଜିଲ୍ଲାର ଅନୁକୂଳ ପାଣିପାଗ ଏହି ବିଦେଶାଗତ ପକ୍ଷୀଙ୍କୁ ସୁହାଉଥିବାରୁ ଧିରେ ଧିରେ ପକ୍ଷୀ ପ୍ରଜାତିର ସଂଖ୍ୟା ବଢି ବଢି ଯାଉଛି।

ଏହା ମଧ୍ୟ ପଢନ୍ତୁ: ଅସୁସ୍ଥ ମହିଳାଙ୍କୁ ଅଧାବାଟରେ ଓହ୍ଲାଇଲା ବସ, ରାସ୍ତାରେ ଚାଲିଗଲା ଜୀବନ

ମହାନଦୀ ଓ ତେଲନଦୀର ସଂଗମସ୍ଥଳ ବିଦେଶାଗତ ପକ୍ଷୀଙ୍କ ଚାରଣ କ୍ଷେତ୍ରରେ ପରିଣତ ହୋଇଛି । ବର୍ତ୍ତମାନ ଜିଲ୍ଲାରେ ପାଖାପାଖି 91 ପ୍ରଜାତିର ଏହିଭଳି ବିରଳ ପକ୍ଷୀ ଦେଖିବାକୁ ମିଳିଥିବା ବନ ବିଭାଗ ପକ୍ଷରୁ ଜଣାପଡିଛି । ହଜାରହଜାର ବିରଳ ପକ୍ଷୀଙ୍କ କକାଳୀରେ ସୁମଧୁର କୋଳାହଳର ସ୍ୱର ମହାନଦୀର ଗର୍ଭରେ ଶୁଣିବାକୁ ମିଳୁଛି । ଏହି ଅତିଥି ପକ୍ଷୀମାନଙ୍କୁ ଆତିଥେୟତା ଦେବା ସହ ଆବଶ୍ୟକ ଖାଦ୍ୟ ଓ ବାସ ଯୋଗାଇ ଦେଇ ନିଜର ପରିବେଶକୁ ସରସ ସୁନ୍ଦର କରିବା ପାଇଁ ସଭିଏଁ ସଚେତନ ହେବା ଜରୁରୀ ହୋଇ ପଡିଛି ।

ଏନେଇ ପକ୍ଷୀପ୍ରେମୀ କହିଛନ୍ତି, "ନଭେମ୍ବର ମାସରୁ ବିଦେଶୀ ପକ୍ଷୀମାନଙ୍କ ଆଗମନ ଆରମ୍ଭ ହୋଇଥିଲା । ବହୁ ବିରଳ ପକ୍ଷୀମାନେ ଏଠାକୁ ଆସିଥାନ୍ତି । ଅନେକ ପକ୍ଷୀପ୍ରେମୀଙ୍କ ସମେତ ପର୍ଯ୍ୟଟକଙ୍କ ମଧ୍ୟ ସୁଅ ଛୁଟୁଛି । ୟୁରୋପ ଏବଂ ସାଇବେରିଆ ଅଞ୍ଚଳରୁ ଅଧିକ ପକ୍ଷୀ ଆସିଥାନ୍ତି । ଜିଲ୍ଲାର ଅନୁକୂଳ ପାଣିପାଗ ଏହି ବିଦେଶାଗତ ପକ୍ଷୀଙ୍କୁ ସୁହାଉଥିବାରୁ ଧୀରେଧୀରେ ପକ୍ଷୀ ପ୍ରଜାତିର ସଂଖ୍ୟା ବଢୁଛି ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.