ETV Bharat / state

ନୂଆଖାଇ ପାଇଁ ପ୍ରସ୍ତୁତ ସୁବର୍ଣ୍ଣପୁର ସହର - ସୁବର୍ଣ୍ଣପୁର

ନୂଆଖାଇ ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ସହର । ଆସନ୍ତାକାଲିି ଇଷ୍ଟଦେବୀଙ୍କ ପାଇଁ ନବାନ୍ନ ଲାଗି ନେଇ ଲଗ୍ନ ନିର୍ଦ୍ଧାରିତ ହୋଇସାରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Sep 2, 2019, 3:06 PM IST

ସୁବର୍ଣ୍ଣପୁର: ଆସନ୍ତାକାଲି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏଥିପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ସହର । ସୋନପୁର ଗଡଜାତବାସୀ ବେଶ ଧୂମଧାମରେ ପାଳନ କରିବେ ଏହି ପର୍ବକୁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସକାଳ 9ଟା 57ରୁ 10ଟା 11ସମୟ ମଧ୍ୟରେ ଇଷ୍ଟଦେବୀ ମା ସୁରେଶ୍ଵରୀଙ୍କ ପାଖରେ ନବାନ୍ନ ଲାଗି କରିବାକୁ ଲଗ୍ନ ନିର୍ଣ୍ଣୟ କରାଯାଇଛି । ବିଶାଖା ନକ୍ଷତ୍ର ତୁଳା ରାଶି ଲଗ୍ନରେ ମାହେନ୍ଦ୍ର ବେଳାରେ ଦେବୀ ମା'ଙ୍କ ନିକଟରେ ନବାନ୍ନ ଲାଗି କରାଯିବ ।

ସହରର ଅଷ୍ଟଚଣ୍ଡୀଙ୍କ ପାଖରେ ନବାନ୍ନ ଲାଗିବା ପରେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳରେ ଲୋକେ ନିଜ ନିଜ ଇଷ୍ଟ ଦେବଦେବୀଙ୍କ ପାଖରେ ନବାନ୍ନ ଲଗାଇବା ପରେ ସପରିବାର ଗ୍ରହଣ କରିବେ । ନିର୍ଦ୍ଧାରିତ ଲଗ୍ନର ଘଣ୍ଟାଏ ପୂର୍ବରୁ ମା ସମଲେଇ ମନ୍ଦିରରୁ ପାହୁର ଯାତ୍ରା ବାହାର କରିବାକୁ ସ୍ଥିର ହୋଇଛି । ଏଥିପାଇଁ ପାହୁର ଯାତ୍ରା କମିଟି ଓ ସଦର ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଆସନ୍ତାକାଲି ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ। ସୋନପୁର ଗଡଜାତବାସୀ ବି ବେଶ ଧୁମଧାମରେ ରେ ପାଳନ କରିବେ ଏହି ପର୍ବକୁ। ସକାଳ 9ଟା 57 ମିନିଟରୁ 10ଟା 11 ମିନିଟ ମଧ୍ୟରେ ଇଷ୍ଟଦେବୀ ମା ସୁରେଶ୍ଵରୀଙ୍କ ପାଖରେ ନୂଆଁ ସମର୍ପଣ କରିବାକୁ ଲଗ୍ନ ନିର୍ଣ୍ଣୟ କରାଯାଇଛି। ବିଶାଖା ନକ୍ଷତ୍ରରେ , ତୁଳା ରାଶି ଲଗ୍ନରେ ମାହେନ୍ଦ୍ରବେଳାରେ ଦେବୀ ମାଙ୍କ ପାଖରେ ନୂଆଁ ସମର୍ପଣ କରାଯିବ।

Body:ସହରର ଅଷ୍ଟଚଣ୍ଡିଙ୍କ ପାଖରେ ନୁଆଁଲାଗିବା ପରେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଂଚଳର ଲୋକେ ନିଜନିଜ ଇଷ୍ଟ ଦେବଦେବୀଙ୍କ ପାଖରେ ନୂଆଁ ଲଗାଇବା ସହିତ ସପରିବାର ଗ୍ରହଣ କରିବେ।

Conclusion:ନିର୍ଦ୍ଧାରିତ ଲଗ୍ନର ଘଣ୍ଟାଏ ପୂର୍ବରୁ ମା ସମଲେଇ ମନ୍ଦିରରୁ ପାହୁର ଯାତ୍ରା ବାହାର କରିବାକୁ ସ୍ଥିର ହୋଇଛି।ଏଥିପାଇଁ ପାହୁର ଯାତ୍ରା କମିଟି ଓ ସଦର ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରା ଯାଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.