ETV Bharat / state

ସୁବର୍ଣ୍ଣପୁରରେ ସ୍ବଚ୍ଛତା ଅଭିଯାନ ଫେଲ, କର୍ତ୍ତୃପକ୍ଷ ଦେଲେ ଅଜବ ସଫେଇ - Subarnapur City

ଦିନକୁ ଦିନ ସ୍ବଚ୍ଛତାରେ ତଳକୁ ତଳକୁ ଖସିବାରେ ଲାଗିଛି ସୁବର୍ଣ୍ଣପୁର ସହର । ସ୍ବଳ୍ପ କର୍ମଚାରୀରେ ସଫେଇ ଚାଲୁଥିବା ନେଇ ସଫେଇ ଦେଲେ ପୌର କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ...

ବର୍ଯ୍ୟବସ୍ତୁ ପରିଚାଳନାରେ ଫେଲ ମାରିଲା ପୌର ପରିଷଦ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ

author img

By

Published : Aug 27, 2021, 8:25 PM IST

ସୁବର୍ଣ୍ଣପୁର: ସଦର ପୌର ପରିଷଦରେ କଠିନ ବର୍ଯ୍ୟବସ୍ତୁ ପରିଚାଳନାରେ ଫେଲ ମାରିଥିବା ନେଇ ହୋଇଛି ଅଭିଯୋଗ । ସହରରେ ଯେଉଁଆଡେ ଚାହିଁଲେ କୁଢ କୁଢ ଆବର୍ଜନା । ସହରରେ ଏଣେ ତେଣେ ଦୀର୍ଘ ଦିନ ଧରି ପଡି ରହୁଛି ଅଳିଆ । ପରିଷ୍କାର ପରିଛନ୍ନତା ଦିଗରେ ପୌର ପରିଷଦ ସେତେଟା ଧ୍ୟାନ ଦେଉ ନ ଥିବାରୁ ସହରରେ ସ୍ବଛତା ଅଭିଯାନ ଫେଲ ମାରିଛି । ତେବେ ବୌଦ୍ଧ ଜିଲ୍ଲାରୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକମାନେ ସହର ଭିତରକୁ ଆସିବା ମାତ୍ରେ ସେମାନଙ୍କ ନଜର ପଡୁଛି ଆବର୍ଜନା ଉପରେ ।

ବର୍ଯ୍ୟବସ୍ତୁ ପରିଚାଳନାରେ ଫେଲ ମାରିଲା ପୌର ପରିଷଦ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ

ସେପଟେ ପ୍ରତିଟି ଘରୁ ଆବର୍ଜନା ସଂଗ୍ରହ କରାଯାଇ ଆବର୍ଜନା ସବୁକୁ କମ୍ପୋଷ୍ଟ ତିଆରି କରିବା ପାଇଁ ପୌର ପରିଷଦ ବ୍ୟାପକ ଯୋଜନା ମାନ ହାତକୁ ନେଇଛି । ହେଲେ ତାହା ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ସହରର ବିିଭିନ୍ନ ଯାଗାରେ ଆବର୍ଜନା ପଡି ରହିଥିବା ନେଇ ଦେଖିବାକୁ ମିଳୁଛି । ଏବେ ପରିଷ୍କାର ପରିଛନ୍ନତା ଦାୟିତ୍ବ ପୌର ପରିଷଦ ଘରୋଇ କରଣ କରିଛି । ପ୍ରାୟ 98 ଜଣ ସଫେଇ କର୍ମଚାରୀ ସହରକୁ ପରିଷ୍କାର ପରିଛନ୍ନ କରିବା ଦାୟିତ୍ବରେ ରହିଛନ୍ତି । ଏବେ ପ୍ରାୟ 150 ଜଣ ସଫେଇ କର୍ମଚାରୀ ଆବଶ୍ୟକ କରୁଥିବା ବେଳେ 98 ଜଣ କାର୍ଯ୍ୟ କରୁଛନ୍ତି ।

ତେବେ ସେମାନଙ୍କ ମଧ୍ୟରୁ ପ୍ରତ୍ୟହ ଚାରିରୁ ପାଞ୍ଚ ଜଣ ସଫେଇ କର୍ମଚାରୀ ଅନୁପସ୍ଥିତ ରହୁଛନ୍ତି । ଫଳରେ ସ୍ବଳ୍ପ କର୍ମଚାରୀଙ୍କ ସହଯୋଗରେ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ବ୍ୟାପକ ପରିମାଣରେ ଆବର୍ଜନା ବାହାରୁଛି । ସହରବାସୀଙ୍କ ସୁସ୍ଥ ଜୀବନ ଧାରଣ ଓ ପରିଷ୍କାର ପରିଛନ୍ନତା ପାଇଁ ସ୍ବେଛାସେବୀମାନେ ଗ୍ରୀନ ଟ୍ରିବୁନାଲଙ୍କ ଆଶ୍ରୟ ନେଇଛନ୍ତି । ପୌର ପରିଷଦ ପକ୍ଷରୁ ସହରକୁ ପରିଷ୍କାର ପରିଛନ୍ନ ରଖିବା ସହିତ କଠିନ ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଥିବା ନେଇ ଟ୍ରିବୁନାଲରେ ସତ୍ୟପାଠ ରଖିଥିଲେ ସୁଦ୍ଧା ପୌର ପରିଷଦ ତାର ସତ୍ୟପାଠକୁ କାର୍ଯ୍ୟକାରୀ କରିବା ପାଇଁ ଭୁଲି ଯାଉଥିବା ନେଇ ଅଭିଯୋଗ ହେଉଛି ।

ସେପଟେ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରକୁ ଦୈନିକ ହଜାର ହଜାର ଯାତ୍ରୀ, ପର୍ଯ୍ୟଟକ ଓ ସରକାରୀ କାର୍ଯ୍ୟ ପାଇଁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଲୋକେ ଆସୁଛନ୍ତି । ହେଲେ ଜନଗହଳିପୂର୍ଣ୍ଣ ସ୍ଥାନ ଗୁଡିକରେ ଆବର୍ଜନା ଜମି ରହିବା ଯୋଗୁଁ ଲୋକେ ଏକ ଦୁର୍ଗନ୍ଧମୟ ପରିବେଶର ସାମ୍ନା କରୁଛନ୍ତି । ତେବେ ପୌର ପରିଷଦ ଏ ଦିଗରେ ଧ୍ୟାନ ଦେବା ପାଇଁ ସ୍ବଛାସେବୀମାନେ ଦୃଢ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.