ETV Bharat / state

ମାହେଶ୍ୱରୀଙ୍କ ସ୍ନାନଯାତ୍ରା ସମ୍ପନ୍ନ

author img

By

Published : Oct 3, 2022, 1:16 PM IST

Updated : Oct 3, 2022, 1:33 PM IST

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ତେହେଡି ଗ୍ରାମର ଅନନ୍ୟ ଶକ୍ତିପୀଠ ମା' ମାହେଶ୍ବରୀଙ୍କ । ଏଠାରେ ଆୟୋଜନ ହୋଇଯାଇଛି ଷୋଳପୂଜା । ଅଧିକ ପଢନ୍ତୁ

ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା ସମ୍ପନ୍ନ
ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା ସମ୍ପନ୍ନ

ସୁବର୍ଣ୍ଣପୁର: ଚାରିଆଡେ ଚାଲିଛି ଦେବୀ ଦୁର୍ଗାଙ୍କ ଆରାଧନା । ଏନେଇ ଚଳଚଞ୍ଚଳ ସୁବର୍ଣ୍ଣପୁର ଜିଲ୍ଲା । ଧୂପ,ଦୀପ କର୍ପୁର,ନୈବେଦ୍ୟ ଆଦିର ସୁଗନ୍ଧରେ ଉଛୁଳି ପଡୁଛି ପରିବେଶ । ଏଥିସହିତ ମା' ଦୁର୍ଗାଙ୍କ ଭିନ୍ନ ଏକ ରୂପ ମା' ମାହେଶ୍ବରୀଙ୍କ ଷୋଡଶ ଉପଚାର ମଧ୍ୟ ଚାଲିଛି । ଏହି କ୍ରମରେ ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ତେହେଡି ଗ୍ରାମର ଅନନ୍ୟ ଶକ୍ତିପୀଠ ମା' ମାହେଶ୍ବରୀଙ୍କ । ଏଠାରେ ଆୟୋଜନ ହୋଇଯାଇଛି ଷୋଳପୂଜା ।

ମାହେଶ୍ୱରୀଙ୍କ ସ୍ନାନଯାତ୍ରା ସମ୍ପନ୍ନ

ଆଶ୍ବିନ ମାସରେ ମୂଳାଷ୍ଟମୀ ଠାରୁ ଷୋଡଶ ଉପଚାର ପୂଜା ହୋଇ ଆସୁଥିବା ବେଳେ ଏନେଇ ମା'ଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୁଅ ଜିଉନ୍ତିଆରୁ ଆରମ୍ଭ କରି ଭାଇ ଜିଉନ୍ତିଆ ଯାଏଁ ମାଆ ମାହେଶ୍ବରୀଙ୍କ ଷୋଡଶ ଉପଚାର ପୂଜା ଆରାଧନା କରାଯାଏ । ତେବେ ସୂଚନା ମୁତାବକ ଶୁକ୍ଳ ଅଷ୍ଟମୀ ତିଥିରେ ଦେବୀଙ୍କ ଛତ୍ର ଓ ଆଲଟ ଏକ ଶୋଭାଯାତ୍ରାରେ ମହାନଦୀକୁ ସ୍ନାନ ଯାତ୍ରାରେ ଯାଇଥାନ୍ତି । ଏହି ଶୋଭାଯାତ୍ରାରେ ପଶ୍ଚିମ ଓଡିଶାର ଲୋକବାଦ୍ୟ, ଲୋକ ସଙ୍ଗୀତ ତଥା ସାମରିକ କଳାରେ ଭରପୁର ସହିତ ବାଡ଼ି ଖେଳ ବି ଦେଖିବାକୁ ମିଳିଥାଏ । ଏଥି ସହିତ ମା' ମାହେଶ୍ବରୀଙ୍କ ପାଖରେ ନବାନ୍ନ ସମର୍ପଣ କରିବାର ପରମ୍ପରା ବି ଚାଲି ଆସିଛି । ଦେବୀଙ୍କ ସ୍ନାନ ଯାତ୍ରା ପରେ ଷୋଡଶ ଉପଚାର ପୂଜା ବିଧିର ପୂର୍ଣ୍ଣାହୂତି ହେଉଥିବା ବେଳେ ଭଉଣୀ ମାନେ ଦେବୀ ଦୁର୍ଗାଙ୍କ ପାଖରେ ଭାଇ ଜୀଉନ୍ତିଆ ପର୍ବ ପାଳନ କରିବାର ବିଧି ରହିଛି । ଭଉଣୀ ମାନେ କାୟ ମନୋବାକ୍ୟରେ ନିର୍ଜଳା ଉପବାସ କରି ଭାଇ ମାନଙ୍କ ମଙ୍ଗଳ ପାଇଁ ଏହି ଓଷା କରିଥାନ୍ତି । ତେବେ ଏନେଇ ଜିଲ୍ଲାର ଅନ୍ୟତମ ଲେହେଡିର ମା' ମାହେଶ୍ବରୀ ପୀଠରେ ରୀତିନୀତି ଅନୁଯାୟୀ ସ୍ନାନ ପର୍ବ ପାଳନ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ- ଆଜି ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଉତ୍ସବମୁଖର କଳାହାଣ୍ଡି ଜିଲ୍ଲା

ଏନେଇ ଲେହେଡିର ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର କହିଛନ୍ତି, "ଏହି ପରମ୍ପରା ବହୁତ ପୁରାତନ । ଏଥିସହ ଏହିଦିନ ହିଁ ଭାଇ ଦ୍ବିତୀୟା ପର୍ବ ହୋଇଥାଏ । ତେଣୁ ଗାଁ ଯେତେ ବିବାହିତ ଭଉଣୀମାନେ ସମସ୍ତେ ଉପବାସ କରିଛନ୍ତି । ତେବେ ଏନେଇ ମା' ମାହେଶ୍ବରୀଙ୍କୁ ଦୁବ ଚଢା ଯିବା ପରେ ହିଁ ସେମାନେ ଖାଦ୍ୟ ଗ୍ରହଣ କରିଥାନ୍ତି । ତେଣୁ ଏହି ପର୍ବ ହେଉଛି ଏକ ଭାଇଚାରାର ପର୍ବ ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Oct 3, 2022, 1:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.