ETV Bharat / state

ଶ୍ରୀଜଗନ୍ନାଥଙ୍କ ବରାହ ବେଶ - ଭକ୍ତଙ୍କୁ ଦର୍ଶନ ଦେଲେ ବରାହ ବେଶରେ

ଶ୍ରୀ ବଡ଼ ଜଗନ୍ନାଥ ଆଜି ଭକ୍ତଙ୍କୁ ଦର୍ଶନ ଦେଲେ ବରାହ ବେଶରେ । ଅଧିକ ପଢ଼ନ୍ତୁ

ଶ୍ରୀଜଗନ୍ନାଥଙ୍କ ବରାହ ବେଶ
ଶ୍ରୀଜଗନ୍ନାଥଙ୍କ ବରାହ ବେଶ
author img

By

Published : Jul 3, 2022, 10:39 PM IST

ସୁବର୍ଣ୍ଣପୁର : ଆଜି ଆଷାଢ଼ ଶୁକ୍ଳ ଚତୁର୍ଥୀ ତିଥିରେ ସୋନପୁର ଗଡଜାତର ଶ୍ରୀ ବଡ଼ ଜଗନ୍ନାଥ ବରାହ ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି । ସେହିପରି ଶ୍ରୀ ବଳଭଦ୍ର ନୃସିଂହ ବେଶ ଧାରଣ କରିଛନ୍ତି । ଆଜି ନୃସିଂହ ଦେବ ମନ୍ଦିରକୁ ପହଞ୍ଚିବା ପରେ ବେନି ଭାଇ ବେଶ ଧାରଣ କରିଥିଲେ ।

ଶ୍ରୀଜଗନ୍ନାଥଙ୍କ ବରାହ ବେଶ

ସହରର ଶ୍ରୀ ଗୁଣ୍ଡିଚା ଗୁଡ଼ିକରେ ବେନି ଭାଇ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ଅବସ୍ଥାନ କାଳରେ ଭିନ୍ନଭିନ୍ନ ବେଶ ଧାରଣ କରିବେ । ନୃସିଂହ ଦେବଙ୍କ ସହିତ ଶ୍ରୀ ବିଗ୍ରହଙ୍କ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଶ୍ରୀ ଗୁଣ୍ଡିଚା ମନ୍ଦିର କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ଆସନ୍ତାକାଲି ଶ୍ରୀ ବଡ଼ ଜଗନ୍ନାଥ ବାମନ ଓ ଶ୍ରୀ ବଳଭଦ୍ର ପର୍ଶୁରାମ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.