ETV Bharat / state

କୋରୋନାରେ ଭୟଭୀତ ସୁବର୍ଣ୍ଣପୁର, ଜାରି ହେଲା ଗାଇଡଲାଇନ

author img

By

Published : Aug 1, 2020, 4:00 PM IST

ସହରରେ କୋରୋନା ସଂକ୍ରମଣ ବଢୁଥିବାନେଇ ଭୟଭୀତ ଲୋକେ । ଅପରାହ୍ନ 4 ଟାରୁ ସକାଳ 7 ଯାଏଁ ପ୍ରତିଦିନ କର୍ଫ୍ୟୁ ଲଗାଯାଇଛି । ଅଧିକ ପଢନ୍ତୁ...

Breaking News

ସୁବର୍ଣ୍ଣପୁର: ଆଜି (ଶନିବାର) ପୁଣି ସୁବର୍ଣ୍ଣପୁର ଜିଲ୍ଲାକୁ ସଟଡାଉନ କରାଯାଇଛି । ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢି ବଢି ଯାଉଥିବାରୁ ପ୍ରଶାସନ ସଟଡାଉନ ନିଷ୍ପତ୍ତି ନେଇଛି । ଫଳରେ ଗାଁରୁ ସହର ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ସମେତ ଅଖ ଚକ ସବୁ ବନ୍ଦ ରହିଛି।

ଗତ ଜୁଲାଇ ମାସରେ ପ୍ରତିଟି ଶନିବାର ଓ ରବିବାର ସପ୍ତାହକ ଦୁଇ ଦିନ ପାଇଁ ସଟଡାଉନ କରାଯାଇଥିଲା। ତେବେ ଅନ୍ୟ ଆଦେଶ ପର୍ଯ୍ୟନ୍ତ ଏହାକୁ ଜାରି ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ସହରରେ ବି କୋରୋନା ସଂକ୍ରମଣ ବଢୁ ଥିବାରୁ ଅପରାହ୍ନ 4 ଟାରୁ ସକାଳ 7 ଟା ଯାଏଁ ପ୍ରତିଦିନ କର୍ଫ୍ୟୁ ଲଗାଯାଇଛି।

କୋରୋନାରେ ଭୟଭୀତ ସୁବର୍ଣ୍ଣପୁରବାସୀ, ଜାରି ହେଲା ଲକଡାଉନ

ତେବେ ଆସନ୍ତାକାଲି(ରବିବାର) ବି ସଟଡାଉନ ହେବାକୁ ଥିବାବେଳେ ଔଷଧ, କ୍ଷୀର ଓ ଗ୍ରୋସାରି ଦୋକାନ ଗୁଡିକୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। କୋଭିଡ-19 ସଂକ୍ରମଣ ପାଇଁ ଜନସାଧାରଣଙ୍କ ଭିତରେ ଭୟ ଲାଗି ରହିଥିବା ବେଳେ ପ୍ରଶାସନର ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.