ETV Bharat / state

ଜମି ଦୁର୍ନୀତି ଗୁମର ନଂ-3: ମାଫିଆଙ୍କ କବଜାରେ ଜଙ୍ଗଲ ଜମି

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲରେ ଖାଲି ରୟତି କିସମର ଜମି ନୁହେଁ , ସରକାରୀ ରାଜସ୍ବ ଜମି ଓ ଜଙ୍ଗଲ ଜମି ବି ବାଦ୍ ପଡିନି । ଜାଲ କାଗଜପତ୍ର ବଳରେ ଜଙ୍ଗଲ ଓ ଗୋଚର ଜମି ବିକ୍ରି ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

author img

By

Published : Jun 21, 2019, 3:38 PM IST

ଡିଜାଇନ ଫଟୋ

ସୁବର୍ଣ୍ଣପୁର: ଜମି ମାଫିଆ ଓ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକା । ସଲାସୁତୁରା ଆଉ ବିଗ୍‌ ମନି ବଳରେ ବିଗ ଡିଲ୍‌ । ଜଙ୍ଗଲ ଓ ଗୋଚର ଜମି ବିଭାଗୀୟ କର୍ମଚାରୀଙ୍କୁ ହାତ କରି ପୁଳାପୁଳା ଟଙ୍କାରେ ବିକ୍ରି ହୋଇଛି । ଆଗରୁ ଆମେ ଦେଇଥିଲୁ ଏଭଳି କିଛି ଚାଞ୍ଚଲ୍ୟ କର ରିପୋର୍ଟ ଯେଉଁଥିରେ, ଜମି ମାଲିକଙ୍କ ଅଗୋଚରରେ ବଦଳା ଯାଉଥିଲା ଜମିର ମାଲିକାନା ସତ୍ତ୍ବ, ଗୋଟିଏ ଜମିକୁ ଦୁଇ କ୍ରେତା ଓ ବିକ୍ରେତା । ଏବେ ଜଙ୍ଗଲ ଜମିକୁ ବି ଛାଡି ନାହାନ୍ତି ମାଫିଆ । ଟଙ୍କା ବଳରେ ଜଙ୍ଗଲ ଜମିକୁ ଚଳୁ କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜମି ଜାଲିଆତି ମହାଘୋଟଲାର ଫର୍ଦ୍ଦ ବେଶ ଲମ୍ବା । ବେସରକାରୀ ଜମି ପରେ ସରକାରୀ ଓ ଜଙ୍ଗଲ ଜମିକୁ ବି ଛାଡି ନାହାନ୍ତି ଅଧିକାରୀ । ଯାହାର ବଳିଷ୍ଠ ପ୍ରମାଣ ଲାଗିଛି ଇଟିଭି ଭାରତ ହାତରେ । ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ ଅଧିନରେ ଥିବା ରାଣିପୁର, ଚିଠିପାଲି ଓ ତିରେଇପାଲି ଗାଁର ପ୍ରାୟ 30 ଏକର ଜମିକୁ କିଛି ମାଫିଆ ନିଜ ନାମରେ କରିଦେଇଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଆଉ ଏହି ମହାଘୋଟଲାରେ ପ୍ରତ୍ୟକ୍ଷ ଭାବେ ଜଡିତ ଅଛନ୍ତି ଖୋଦ୍ ତହସିଲଦାର ଓ ରାଜସ୍ବ ନିରୀକ୍ଷକ। ଏହି ଘଟଣାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଉପଜିଲ୍ଲାପାଳ ।

ଜିଲ୍ଲାର ରାଣିପୁର, ଚିଠିପାଲି ଓ ତିରେଇପାଲି ଗାଁର ପ୍ରାୟ 30 ଏକର ଜମି ହଡପ ହୋଇଛି । ଯାହାର ମାଷ୍ଟର ମାଇଣ୍ଡ ହେଉଛନ୍ତି ପୂର୍ବତନ ତହସିଲଦାର । ଯିଏ କି ନିଜ ସ୍ବାର୍ଥ ପାଇଁ ଜଙ୍ଗଲ ଓ ଗୋଚର ଜମିକୁ ମାଫିଆଙ୍କ ହାତରେ ଟେକି ଦେଇଥିଲେ । ଦୀର୍ଘ 16 ବର୍ଷ ଧରି ଚାଲିଥିଲା ଏଭଳି ହରିଲୁଟ୍ । ଯାହାର ଏବେ ତଦନ୍ତ ଚାଲିଛି । ସେପଟେ ଜମି ଦୁର୍ନିତି ମାମଲାର ଆବଶ୍ୟକ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ତେବେ ଏ ଥିଲା ତହସିଲ ଅଫିସ୍, ଦୁର୍ନିତି ପାର୍ଟ-3ର ଖୁଲସା । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କଲେ ଆହୁରି ଅନେକ ଗୁମରର ଫର୍ଦ୍ଦାଫାଶ ହେବ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.