ETV Bharat / state

ଲଗାଣ ବର୍ଷାରେ ଉବୁଟୁବୁ ସୁବର୍ଣ୍ଣପୁର ସହର; ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ

author img

By

Published : Aug 2, 2023, 5:16 PM IST

ତୁହାକୁ ତୁହା ବର୍ଷା ହେବା ଫଳରେ ବେହାଲ ହୋଇପଡିଛି ସୁବର୍ଣ୍ଣପୁର ଜିଲ୍ଲା । ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଅନେକ ଲୋକଙ୍କ ଘରେ ପଶିଛି ପାଣି । ଅଧିକ ପଢନ୍ତୁ

ଲଗାଣ ବର୍ଷାରେ ଉବୁଟୁବୁ ସୁବର୍ଣ୍ଣପୁର
ଲଗାଣ ବର୍ଷାରେ ଉବୁଟୁବୁ ସୁବର୍ଣ୍ଣପୁର
ଲଗାଣ ବର୍ଷାରେ ଉବୁଟୁବୁ ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଗତ 2 ଦିନ ଧରି ଲଗାଣ ବର୍ଷାରେ ବେହାଲ ହୋଇପଡିଛି ସୁବର୍ଣ୍ଣପୁର ଜିଲ୍ଲା। ତୁହାକୁ ତୁହା ବର୍ଷା ହେବା ଫଳରେ ଜିଲ୍ଲା ସଦର ମହକୁମା ଦେଇଯାଇଥିବା 57 ନମ୍ବର ଜାତୀୟ ରାଜପଥର ଅନେକ ଯାଗାରେ ପ୍ରାୟ 2-3 ଫୁଟ ପାଣି ପ୍ରବାହିତ ହେଉଛି l ତେବେ ସଦର ପୌର ପରିଷଦ ପକ୍ଷରୁ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଅଣାଯାଉନଥିବାରୁ ସାମାନ୍ୟ ବର୍ଷାରେ ବି ସହରର ଅନେକ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି।

ବର୍ଷା ଯୋଗୁଁ ରାସ୍ତା ଗୁଡିକର ପାଣି ଘର ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି । ବିଶେଷକରି ସହର ତଳି ଅଞ୍ଚଳର ଲୋକଙ୍କ ପାଇଁ ଲଗାଣ ବର୍ଷା ଏକ ବିରାଟ ସମସ୍ୟା ହୋଇଛି। ସାରା ସହର ପାଣିରେ ଉବୁଟୁବୁ ହେଉଥିବାବେଳେ ଲୋକେ ଘର ଭିତରୁ ଆଉ ବାହାରି ପାରୁନାହାନ୍ତି। ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡିକୁ ଛୁଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସରକାରୀ କ୍ୱାର୍ଟର ଗୁଡିକରେ ମଧ୍ୟ ପାଣି ପଶିଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ଘରେ ପାଣି ପଶିଯାଇଥିବାରୁ ଅନେକ ଆସବାବପତ୍ର ଗୁଡିକ ନଷ୍ଟ ହୋଇପଡିଛି । ଅନେକ କର୍ମଚାରୀ ଘରୁ ବାହାରି ଆଉ ଡ୍ୟୁଟିକୁ ମଧ୍ୟ ଯାଇ ପାରୁନାହାନ୍ତି । ଅଳ୍ପ ବର୍ଷାରେ ବି ଘର ଭିତରକୁ ପାଣି ପଶିଯିବା ଫଳରେ ମାଛ, ବେଙ୍ଗ ତଥା ପାଣି ସାପ ଆଦି ଘର ଭିତରକୁ ପଶିଯାଉଥିବାବେଳେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ। ତେବେ ସହରର କୁମ୍ଭାର ପଡା , ତେନ୍ତୁଳି ଘାଟପଡା, ଟିକିରି ପଡା ଆଦିର ଅନେକ ସ୍ଥାନରେ ବର୍ଷା ପାଣି ଜମି ରହିଛି। ଜଳ ନିଷ୍କାସନ ହୋଇ ପାରୁନଥିବାରୁ ଗୋକରନେଶ୍ୱର ପଡା, ପ୍ରେସ କଲୋନୀ ଆଦିର ବିଭିନ୍ନ ସ୍ଥାନରେ ପ୍ରାୟ ଦୁଇ ତିନି ଫୁଟ ପାଣି ଜମି ରହିଛି।

ଏହା ବି ପଢନ୍ତୁ...Watch: ଲଗାଣ ବର୍ଷାରେ ଉବୁଟୁବୁ ବାଲେଶ୍ବର, ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି

ତେବେ ଜିଲ୍ଲା ପ୍ରଶାସନର ଜରୁରୀକାଳିନ ବିଭାଗ ପକ୍ଷରୁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ଯାଇ ବର୍ଷାରେ ପୀଡିତ ଲୋକଙ୍କ ସମସ୍ୟା ସମାଧାନ ଦିଗରେ କର୍ମଚାରୀମାନେ ବେଶ ତତ୍ପର ଥିବା ଦେଖିବାକୁ ମିଳିଛି। ଏହି ଲଗାଣ ବର୍ଷା ଆଉ ଦିନେ ଦୁଇ ଦିନ ଜାରି ରହିଲେ ମହାନଦୀ, ତେଲନଦୀ, ଅଙ୍ଗନଦୀ ଗୁଡିକରେ ପାଣି ଫୁଲି ବନ୍ୟା ହେବାର ଆଶଙ୍କା ରହିଛି। ତେବେ ଲଗାଣ ବର୍ଷା କାରଣରୁ ସୁବର୍ଣ୍ଣପୁର ସମେତ ବିଭିନ୍ନ ସ୍ଥାନରେ ଅନେକ ସମସ୍ୟା ସୃଷ୍ଟି ହୋଇଛି।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.