ETV Bharat / state

ବେଆଇନ ମଦ ବ୍ୟବସାୟକୁ ବିରୋଧ କଲେ ସ୍ବୟଂ ସହାୟକ ଗୋଷ୍ଠୀ - SP SUBARNAPUR

ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସିଆଲି ଗାଁରେ ବେଆଇନ ଭାବେ ମଦ ବ୍ୟବସାୟ ହେଉଥିବାରୁ ଏହାର ପ୍ରତିବାଦ କରିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ ମହିଳା । ଏନେଇ ମହିଳାମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କରି ବେଆଇନ ମଦ କାରବାର ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jun 14, 2019, 5:01 PM IST

Updated : Jun 18, 2019, 10:56 AM IST

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସିଆଲି ଗାଁରେ ବେଆଇନ ଭାବେ ମଦ ବ୍ୟବସାୟ ହେଉଥିବାରୁ ଏହାର ପ୍ରତିବାଦ କରିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ। ଏନେଇ ମହିଳାମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କରି ବେଆଇନ ମଦ କାରବାର ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବୟଂ ସହାୟକ ଗୋଷ୍ଠୀର ନିବେଦନକୁ ଗ୍ରହଣ କରି ଥାନା ଅଧିକାରୀଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସିଆଲି ଗାଁରେ ବ୍ୟାପକ ବେଆଇନ ମଦ ବିକ୍ରି ହେଉଛି । ଏହାକୁ ଦୃଢ ବିରୋଧ କରିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ । ସେମାନେ ଜିଲ୍ଲା ଅବକାରୀ ଅଧିକ୍ଷଙ୍କୁ ଏହା ଅବଗତ କରାଇବା ସହ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜଣାଇଛନ୍ତି । ଦେଶୀ ମଦ ସହିତ ବିଦେଶୀ ମଦ ଅବାଧରେ ବିକ୍ରି ହେଉଥିବାରୁ ଅନେକ ସାମାଜିକ ଓ ପାରିବାରିକ ସମସ୍ୟା ସୃଷ୍ଟି ହେଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।

ସ୍ବୟଂ ସହାୟକ ଗୋଷ୍ଠୀର ଏହି ଉଦ୍ୟମକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରଶଂସା କରିଛନ୍ତି । ସେହିପରି ବେଆଇନ ଭାବେ ଚାଲିଥିବା ମଦ କାରବାର ଉପରେ ତୀକ୍ଷ୍‌ଣ ନଜର ରଖିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁ୍ଷ୍ଠାନ ନେବାକୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

see the attachment
visuals and bytes by ftp
tirthabashi panda 
subarnapur
Last Updated : Jun 18, 2019, 10:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.