ETV Bharat / state

ସାବିତ୍ରୀ ବ୍ରତ, ଫଳ ଦରରେ ନିଆଁ - ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ ଦିନକୁ ପୂର୍ବରୁ ସୋନପୁର ବଜାରରେ ନାହିଁନଥିବା ଭିଡ । ଚଢା ଦରରେ ଫଳ ବିକ୍ରି କରି ଲାଭବାନ ବ୍ୟବସାୟୀ । ଅଧିକ ପଢନ୍ତୁ

fruit price hike for sabitri puja in sonpur

author img

By

Published : May 19, 2023, 7:48 AM IST

fruit price hike for sabitri puja in sonpur

ସୋନପୁର: ଆଜି ସାବିତ୍ରୀ ବ୍ରତ । ସ୍ବାମୀର ଦୀର୍ଘାୟୁ କାମନା କରି ବ୍ରତ କରିବେ ପ୍ରତିଟି ସଧବା ନାରୀ । ନୂଆ ଶାଢୀ, ଶଙ୍ଖା, ସିନ୍ଦୁର ନେଇ ଦେବୀ ମାଆ ସାବିତ୍ରୀଙ୍କୁ ପୂଜା କରିବେ ସଧବା ମହିଳା ମାନେ । ସାବିତ୍ରୀ ଓଷା ଗୋଟିଏ ଦିନ ପୂର୍ବରୁ ସୁବର୍ଣ୍ଣପୁର ସହରର ବଜାରରେ ନାହିଁ ନଥିବା ଭିଡ ପରିଲିଖିତ ହୋଇଥିଲା । କପଡା ଦୋକାନ ଓ ଫଳ ଦୋକାନରେ ଗ୍ରାହକଙ୍କ ଭିଡ ଜମିଥିଲା । ଅନ୍ୟପଟେ ବ୍ୟବସାୟ କରି ଭଲ ଦୁଇ ପଇସା ରୋଜଗାର କରିଛନ୍ତି ବ୍ୟବସାୟୀ ।

ତେବେ ସୋନପୁର ବଜାରରେ ଗତକାଲି ଫଳ ବଜାରରେ ଦର ଆକାଶ ଛୁଇଁ ରହିଥିଲା । ଚଢା ଦରରେ ଫଳ ବିକ୍ରି କରୁଥିଲେ ବ୍ୟବସାୟୀ । ତରଭୁଜ କେଜି 100 ଟଙ୍କା ରହିଥିବା ବେଳେ ନଡିଆ 30 ଟଙ୍କା ରହିଥିଲା । ଦରଦାମ ଅଧିକ ରହିଥିଲେ ବି ଗ୍ରାହକ ମାନେ ଫଳ କିଣିବାକୁ ଫଛ ଘୁଞ୍ଚା ଦେଇ ନଥିଲେ । ଏପରିକି 40ରୁ 50 ଦନା ବିଶିଷ୍ଟ ମାଳ ଯାହା ଅନ୍ୟ ଦିନ ଗୁଡିକରେ ସାଧାରଣତଃ 10 ଟଙ୍କାରେ ବିକ୍ରି ହୋଇଥାଏ ତାହା ଗତକାଲି 20 ରୁ 25 ଟଙ୍କା ଦରରେ ବିକ୍ରି ହେଉଥିଲା । ସନ୍ଧ୍ୟା ସମୟରେ ବଜାରରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବା ସହ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଗୁଡିକ ପକ୍ଷରୁ ବଜାର କରି ଆସିଥିବା ଲୋକ ତଥା ବ୍ୟବସାୟୀଙ୍କ ପାଇଁ ବିଭିନ୍ନ ପ୍ରକାରର ଥଣ୍ଡା ପାନୀୟ ମାଗଣାରେ ଦିଆଯାଉଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ-ସାବିତ୍ରୀ ପାଇଁ ଲାଗିଛି ଫଳ ବଜାର, ଲୋକଙ୍କ ଆକର୍ଷଣ ଜଙ୍ଗଲୀ ଫଳ

ଓଡିଆ ପରମ୍ପରା ଅନୁଯାୟୀ ବିବାହିତା ମହିଳାମାନେ ଏହି ବ୍ରତ କରିଥାନ୍ତି । ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ ହୁଏ । ସ୍ବାମୀଙ୍କ ଦୀର୍ଘ ଜୀବନ ମନାସି ସାବିତ୍ରୀ ବ୍ରତ କରିଥାନ୍ତି । ସାବିତ୍ରୀ ସଧବା ନାରୀଙ୍କର ଆଦର୍ଶ। ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ପ୍ରତିଟି ମହିଳା । ସ୍ବାମୀଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଏ ଓଷା ପାଳନ କରିଥାନ୍ତି । ସକାଳୁ ପୂଜା ଥାଳି ସଜେଇବା ସହ ନିଜେ ଶଙ୍ଖା ସିନ୍ଦୁର ରଙ୍ଗବେରଙ୍ଗର ଶାଢୀ ପିନ୍ଧି ମନ୍ଦିର ଯାଇଥାନ୍ତି । ନିର୍ଜଳା ବ୍ରତ କରି ସେଠାରେ ପୂଜାର୍ଚ୍ଚନା କରିଥାନ୍ତି ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.