ETV Bharat / state

ଦେଶଫାଲ ମହୋତ୍ସବର ୨ୟ ସନ୍ଧ୍ୟା, ଲୋକନୃତ୍ୟରେ ଲୋକାରଣ୍ୟ ମହୋତ୍ସବ ପଡ଼ିଆ

author img

By

Published : Mar 6, 2023, 10:25 AM IST

ସୁବର୍ଣ୍ଣପୁରରେ ଦେଶଫାଲ ମହୋତ୍ସବର ୨ୟ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଲୋକନୃତ୍ୟ ସାଜିଥିଲା ମୁଖ୍ୟ ଆକର୍ଷଣ । ଅଧିକ ପଢନ୍ତୁ

2nd evening of Deshfal Mahotsav 2023
2nd evening of Deshfal Mahotsav 2023
ଦେଶଫାଲ ମହୋତ୍ସବର ୨ୟ ସନ୍ଧ୍ୟା, ଲୋକନୃତ୍ୟରେ ଲୋକାରଣ୍ୟ ମହୋତ୍ସବ ପଡ଼ିଆ

ସୁବର୍ଣ୍ଣପୁର: ଜିଲ୍ଲାରେ ଚତୁର୍ଥ ଦେଶଫାଲ ମହୋତ୍ସବ ୨୦୨୩ର ଆୟୋଜିତ ହୋଇଛି । ଏହି ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ମହୋତ୍ସବ ପଡ଼ିଆ ହୋଇ ଉଠିଥିଲା ଲୋକାରଣ୍ୟ । କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ନିଜ ଅଭିଭାଷଣ ରଖିବା ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । କଳାକାରମାନେ ଲୋକନୃତ୍ୟ ପରିବେଷଣ କରିଥିବା ବେଳେ ଉପସ୍ଥିତ ଦର୍ଶକ ଏହାକୁ ବେଶ ଉପଭୋଗ କରିଥିଲେ ।

ସ୍ଥାନୀୟ କଣ୍ଠଶିଳ୍ପୀଙ୍କ ଭଜନରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ପରେ ପରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରମାନେ ଗୋଟିଏ ପରେ ଗୋଟିଏ ଲୋକନୃତ୍ୟ ପରିବେଷଣ କରିଥିଲେ । ରସରକେଲି, ଡାଲଖାଇ, ମାଏଲାଜଡ, ଚୁଟକୁଚୁଟା, ବଜାଶାଲ ଆଦି ଲୋକନୃତ୍ୟରେ ଦୁଲୁକି ଉଠିଥିଲା ଦେଶଫାଲ ମହୋତ୍ସବର ମୁକ୍ତ ମଞ୍ଚ । ମହାନଦୀ କୂଳରେ ଧର୍ମଶାଳାଠାରେ ବର୍ଣ୍ଣାଢ୍ୟ ପରିବେଶ ଭିତରେ ଆୟୋଜିତ ଏହି ଦେଶଫାଲ ମହୋତ୍ସବର ଦ୍ଵିତୀୟ ସାଂସ୍କୃତିକ ସନ୍ଧ୍ୟାରେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ଗୁଡିକର କଳାକାରମାନେ ନିଜ ନିଜର ଲୋକ ନୃତ୍ୟ ପରିବେଷଣ କରିବାର ସୁଯୋଗ ପାଇଥିଲେ ।

ଏହା ବି ପଢନ୍ତୁ- ବିଜେପି ଯୁବମୋର୍ଚ୍ଚା-ପୋଲିସ ଧସ୍ତାଧସ୍ତି ଘଟଣା, ରାଜରାସ୍ତାକୁ ଓହ୍ଲାଇଲା ଜିଲ୍ଲା ଯୁବମୋର୍ଚ୍ଚା

ସ୍ଥାନୀୟ କଳାକାରଙ୍କ ଲୋକ ନୃତ୍ୟ ପରିବେଷଣରେ ଦେଖଣାହାରୀଙ୍କ ଭିତରେ ବେଶ କୌତୁହଳ ସୃଷ୍ଟି ହେବା ସହିତ କରତାଳିରେ ଫାଟି ପଡ଼ିଥିଲା ମହୋତ୍ସବ ପଡିଆ । ସେହିପରି ଗଞ୍ଜାମର ଯୋଡି ଶଙ୍ଖ, ସୁନ୍ଦରଗଡ଼ର ଆଦିବାସୀ ଲୋକ ନୃତ୍ୟ, ଗଞ୍ଜାମ ରଣପାର ଲୋକ ନୃତ୍ୟ ସାଙ୍ଗକୁ ବରଗଡ଼ ବିନ୍ଦୁ ଦଳର ହାସ୍ୟରସ ଭିତ୍ତିକ ଅଭିନୟ, ପ୍ରସିଦ୍ଧ ପଇଁରୀର ସମ୍ବଲପୁରୀ ଲୋକ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ କମେଡିଆନ ବିନ୍ଦୁ ଓ ତାଙ୍କ ଟିମ ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜିତ କରିଥିଲେ ।

ଏନେଇ କମେଡିଆନ ବିନ୍ଦୁ କହିଛନ୍ତି, " ପ୍ରଥମ ଥର ଲାଗି ମୁଁ ଦେଶପାଲ ମହୋତ୍ସବରେ ଯୋଗ ଦେଇଛି । ଏହି ସ୍ଥାନଟି ଅଭିନେତା ସବ୍ୟସାଚୀ ମହାପାତ୍ରଙ୍କ ଘରଠାରୁ ମାତ୍ର ୧ କିଲୋମିଟର ଦୂର । ଯେଉଁଠି ଆମେ ଶଲାବୁଢାର ସୁଟିଂ କରିଥିଲୁ । ଏହା ଏକ ସୁନ୍ଦର କାର୍ଯ୍ୟକ୍ରମ । ମୁଁ ଏଠାକୁ ଆସିବାକୁ ବହୁ ଆଗ୍ରହୀ ଥିଲେ । ଏଥିରେ ଯୋଗ ଦେଇ ବହୁ ଖୁସି ଅଛି ।"

ସେପଟେ ଜିଲ୍ଲାର କିଛି କୁନି ନୃତ୍ୟଶିଳ୍ପୀ ମଧ୍ୟ ପାରମ୍ପରିକ ପୋଷାକ ପିନ୍ଧି ନୃତ୍ୟ ପରିବେଷଣ କରିଥିଲେ । ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ନେବା ସହିତ ଆଞ୍ଚଳିକ ଉନ୍ନୟନ ପ୍ରଦର୍ଶନୀ ଓ ମେଳାରେ ବି ବେଶ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତିଯାଏଁ ଲୋକେ ଖାଇବା ପିଇବା ନାଚ ଗୀତର ମଜା ନେଇଥିଲେ । ଆୟୋଜକ ମଣ୍ଡଳୀ ପକ୍ଷରୁ ତୃତୀୟ ସନ୍ଧ୍ୟାରେ ପରିବେଷଣ ହେବାକୁ ଥିବା ଆକର୍ଷଣୀୟ ଲୋକନୃତ୍ୟର ସୂଚନା ଦେବା ପରେ ଦ୍ବିତୀୟ ସାଂସ୍କୃତିକ ସନ୍ଧ୍ୟାର ଯବନିକା ପଡିଥିଲା ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.