ETV Bharat / state

କମୁଛି ବନ୍ୟା ପାଣି, ସୁଧୁରୁଛି ସ୍ଥିତି - Flood waters are receding in subarnapur

ସୁଧୁରୁଛୁ ସୁବର୍ଣ୍ଣପୁର ସ୍ଥିତି । କମିଛି ବନ୍ୟା ପାଣି । ଜଙ୍ଗଲରେ ଆଶ୍ରୟ ନେଇଥିବା ଲୋକଙ୍କୁ କିଛି ଖାଦ୍ୟ ଯୋଗାଇଛନ୍ତି ଉଲୁଣ୍ଡା ଯୁବକ ସଂଘର ସଭ୍ୟମାନେ । ଅଧିକ ପଢନ୍ତୁ...

କମୁଛି ବନ୍ୟା ପାଣି, ସୁଧୁରୁଛି ସ୍ଥିତି
କମୁଛି ବନ୍ୟା ପାଣି, ସୁଧୁରୁଛି ସ୍ଥିତି
author img

By

Published : Aug 31, 2020, 3:35 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ କମିଛି ବନ୍ୟା ପାଣି । ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ହେଉଥିଲେ ମଧ୍ୟ ଉଭୟ ମହାନଦୀ ଓ ସାଲେସିଂ ଯୋରର ବନ୍ୟା ପାଣି ବେଶ କମିଯାଇଛି । ହେଲେ ଆଜି ବି ଘରକୁ ଫେରି ନାହାଁନ୍ତି ଲମତୁଲ ଗାଁ ଲୋକେ। ଗାଁରେ ଏବେ ବି ପ୍ରାୟ 10 ଫୁଟରୁ ଅଧିକ ପାଣି ଜମି ରହିଛି । ଗାଁ ଲୋକେ ଆଜକୁ ପାଞ୍ଚ ଦିନ ହେଲା ଘରକୁ ଫେରି ନାହାଁନ୍ତି । ଗାଁ ସାରା ଲୋକେ ଜଙ୍ଗଲ ଭିତରେ ଆଶ୍ରୟ ନେଇଥିବାବେଳେ ଚାରି ଦିନ ତାଙ୍କର ଭୋକ ଉପାସରେ କଟିଛି ।

କମୁଛି ବନ୍ୟା ପାଣି, ସୁଧୁରୁଛି ସ୍ଥିତି

ରବିବାର ସଂଧ୍ୟାରେ ଓ ଆଜି(ସୋମବାର) ସକାଳୁ ଉଲୁଣ୍ଡା ଯୁବକ ସଂଘର ସଭ୍ୟମାନେ ଜଙ୍ଗଲରେ ଆଶ୍ରୟ ନେଇଥିବା ଲୋକଙ୍କୁ କିଛି ଶୁଖିଲା ଖାଦ୍ୟ, ପିଇବା ପାଣି, ଔଷଧ ଆଦି ପ୍ରଦାନ କରିଛନ୍ତି। ଆଜି ସ୍ଥାନୀୟ ଗ୍ରାମ ପଞ୍ଚାୟତ ପକ୍ଷରୁ ଗାଁ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

ତେବେ ବର୍ଷା ହେଉ ନ ଥିବାରୁ ଅନ୍ତତଃ ଜଙ୍ଗଲ ଭିତରେ ହେଲେ ବି ଆଶ୍ରୟ ପାଇଛନ୍ତି ଗାଁ ଲୋକେ। ବନ୍ୟାପାଣି ଛାଡି ଯିବା ପରେ ତୁରନ୍ତ ଗାଁରେ କ୍ଷୟକ୍ଷତିର ଆକଳନ କରାଯାଇ ବନ୍ୟା ପୀଡିତଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.