ETV Bharat / state

ଗାଁ ପରିବେଶରେ ଫ୍ୟାଶନ ସୋ

author img

By

Published : Aug 9, 2021, 10:45 PM IST

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପରି ଏକ ନିପଟ ମଫସଲରେ ଆୟୋଜିତ ହୋଇଛି ଫ୍ୟାଶନ ସୋ । ଯେଉଁ କାର୍ଯ୍ୟକ୍ରମରେ ଗାଉଁଲି ଝିଅ ଓ ଯୁବତୀ ମାନେ ବେଶ ଉତ୍ସାହର ସହିତ ଭାଗ ନେଇଛନ୍ତି। ଅଧିକ ପଢନ୍ତୁ...

ଗାଁ ପରିବେଶରେ ଫ୍ୟାଶନ ସୋ: ଆଧୁନିକ ପରିପାଟିରେ ଆକର୍ଷଣୀୟ ଲାଗୁଥିଲେ ଯୁବତୀ ମାନେ

ସୁବର୍ଣ୍ଣପୁର: ଆଜିର ମହିଳା ଆଉ ଘର କୋଣରେ ରହିନାହିଁ । ଘରର ଚାରି କାନ୍ଥ ଭିତରୁ ବାହାରି ନିଜ ସ୍ୱତନ୍ତ୍ରତା ଉପଭୋଗ କରିବା ସହିତ ଅଧିକାର ସାବ୍ୟସ୍ତ କରି ନିଜର ବ୍ୟକ୍ତିତ୍ୱ ବିକାଶ କରିପାରୁଛି। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଯାଗାରେ ଅନେକ ସମୟରେ ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ ମାନ ଦେଖିବାକୁ ମିଳିଛି।

ଗାଁ ପରିବେଶରେ ଫ୍ୟାଶନ ସୋ

ଜିଲ୍ଲାର ଡୁଙ୍ଗୁରିପାଲି ପରି ଏକ ନିପଟ ମଫସଲରେ ଆୟୋଜିତ ହୋଇଛି ଫ୍ୟାଶନ ସୋ। ଯେଉଁ କାର୍ଯ୍ୟକ୍ରମରେ ଗାଉଁଲି ଝିଅ ଓ ଯୁବତୀ ମାନେ ବେଶ ଉତ୍ସାହର ସହିତ ଭାଗ ନେଇଛନ୍ତି। ଡୁଙ୍ଗୁରିପାଲି ଆରଏମସି ସମ୍ବିଳନୀ କକ୍ଷରେ ମୁସ୍କାନ ବିୟୁଟି ପାର୍ଲର ପକ୍ଷରୁ ଆୟୋଜିତ ଏହି ଫ୍ୟାସନ ସୋରେ 32 ଜଣ ଝିଅ ଓ ଯୁବତୀ ସାମିଲ ହୋଇ କ୍ୟାଟ ୱାକ କରିଛନ୍ତି। ଆଧୁନିକ ବେଶ ପୋଷାକରେ ସଜ୍ଜିତ ହୋଇ ଆଧୁନିକ ସଙ୍ଗୀତର ତାଳେ ତାଳେ ରାମ୍ପ ୱାକ କରିଛନ୍ତି । ସୁସଜ୍ଜିତ ମଞ୍ଚରେ ଆଧୁନିକ ବେଶରେ ଝିଅ ଓ ଯୁବତୀ ମାନେ ବେଶ ଆକର୍ଷଣୀୟ ଲାଗୁଥିବା ବେଳେ ଚକିତ ହୋଇ କ୍ୟାଟ ୱାକ କରୁଥିବା ଯୁବତୀ ମାନଙ୍କୁ ଚାହିଁ ରହିଥିଲେ ଦେଖଣାହାରୀ । ନିପଟ ମଫସଲରେ ଆୟୋଜିତ ହୋଇଥିବା ଏହି ଫ୍ୟାସନ ସୋରେ ଦେଖଣାହାରୀ ବି ଆୟୋଜକ ଓ କ୍ୟାଟ ୱାକ କରିଥିବା ଝିଅ ଓ ଯୁବତୀଙ୍କ ପ୍ରଶଂସା କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.