ETV Bharat / state

ସୁବର୍ଣ୍ଣପୁରରେ ହାତୀ ଉପଦ୍ରବ, ବନବିଭାଗ ଦୃଷ୍ଟି ଦେଉନଥିବା ଗ୍ରାମବାସୀଙ୍କ ଅଭିଯୋଗ - ବନବିଭାଗ ଦୃଷ୍ଟି ଦେଉନଥିବା ଗ୍ରାମବାସୀଙ୍କ ଅଭିଯୋଗ

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା, ସୋନପୁର ଓ ବିନିକା ରେଞ୍ଜରେ ହାତୀ ଉପଦ୍ରବରେ ଅତିଷ୍ଠ ହେଲେଣି ଲୋକେ । ହାତୀପଲ ବ୍ୟାପକ ପରିମାଣରେ ଫସଲ ନଷ୍ଟ କରୁଥିବା ବେଳେ ହାତୀ ଘଉଡାଇବା ପାଇଁ ବନ କର୍ମଚାରୀ ମାନେ ସଚେତନ ନ ଥିବା ଅଭିଯୋଗ ହେଉଛି। ଅଧିକ ପଢନ୍ତୁ...

elephant damage agriculture filed in subarnapur
ସୁବର୍ଣ୍ଣପୁରରେ ହାତୀ ଉପଦ୍ରବ,ବନବିଭାଗ ଦୃଷ୍ଟି ଦେଉନଥିବା ଗ୍ରାମବାସୀଙ୍କ ଅଭିଯୋଗ
author img

By

Published : Apr 10, 2021, 12:53 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ ବଢୁଛି ହାତୀ ଉପଦ୍ରବ । ବ୍ୟାପକ ପରିମାଣେ ଚାଷ ନଷ୍ଟ କରିବା ସହ ଫସଲନଷ୍ଟ କରୁଛନ୍ତି ହାତୀପଲ । ଏଥିପ୍ରତି ବନବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସୁବର୍ଣ୍ଣପୁରରେ ହାତୀ ଉପଦ୍ରବ,ବନବିଭାଗ ଦୃଷ୍ଟି ଦେଉନଥିବା ଗ୍ରାମବାସୀଙ୍କ ଅଭିଯୋଗ

ବିଶେଷକରି ଜିଲ୍ଲାର ଉଲୁଣ୍ଡା,ସୋନପୁର ଓ ବିନିକା ରେଞ୍ଜରେ ହାତୀ ଉପଦ୍ରବରେ ଅତିଷ୍ଠ ହେଲେଣି ଲୋକେ । ହାତୀପଲ ବ୍ୟାପକ ପରିମାଣରେ ଫସଲ ନଷ୍ଟ କରୁଥିବା ବେଳେ ହାତୀ ଘଉଡାଇବା ପାଇଁ ବନ କର୍ମଚାରୀ ମାନେ ସଚେତନ ନ ଥିବା ଅଭିଯୋଗ ହେଉଛି।ବନ ବିଭାଗ ପକ୍ଷରୁ ହାତୀ ଟ୍ରାକିଂ ଦଳ ଗଠନ କରାଯାଇଛି। ହେଲେ ଟ୍ରାକିଂ ଦଳ ହାତୀଙ୍କ ଗତି ଉପରେ ଲୋକଙ୍କୁ ସଚେତନ କରୁ ନ ଥିବା ଅଭିଯୋଗ ହେଉଛି । ଆଜକୁ ତିନି ଦିନ ହେଲା ବିନିକା ବ୍ଳକ ମଣିଗାଁ ଓ ଝରାପଡାରେ ହାତୀପଲ ବ୍ୟାପକ ଉପଦ୍ରବ କରିଛନ୍ତି । ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ମହାନଦୀ କୂଳରେ ହୋଇଥିବା ଶହ ଶହ ଏକର ରବି ଧାନଚାଷ ଦଳିମକଚି ନଷ୍ଟ କରି ଦେଇଛନ୍ତି । ଉଲୁଣ୍ଡା ବ୍ଳକ ସିଂହାସନ ଜଙ୍ଗଲରେ ସ୍ଥାୟୀ ଭାବେ ହାତୀ ମାନେ ରହୁଥିବା ବେଳେ ଆଖପାଖ ଅଞ୍ଚଳରେ ବ୍ୟାପକ ଉପଦ୍ରବ କରିବା ସହିତ ବିନିକା ବ୍ଳକକୁ ଯାଇ ଅନେକ ଧନ ଜୀବନ ନଷ୍ଟ କରୁଛନ୍ତି । ହାତୀପଲ ସିଂହାସନ ଜଙ୍ଗଲରୁ ସିଂଢୋଲ ଦେଇ ମହାନଦୀ ତଟେ ତଟେ ଯାଇ ସିନ୍ଦୁରପୁର ପଞ୍ଚାୟତର ମଣିଗାଁରେ ବ୍ୟାପକ ଉତ୍ପାତ କରିଛନ୍ତି ।

ତେବେ ହାତୀ ଘଉଡାଇବା ପାଇଁ ବନ କର୍ମଚାରୀମାନେ ଯତ୍ନବାନ ହେଉ ନ ଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ଉଲୁଣ୍ଡା ବ୍ଳକରୁ ଯାଇ ବିନିକା ଅଂଚଳରେ ହାତୀପଲ ଉପଦ୍ରବ କରି ପୁଣି ସିଂହାସନ ଜଂଗଲକୁ ଫେରି ଆସୁଛନ୍ତି । କ୍ଷତିଗ୍ରସ୍ତ ଚାଷୀମାନଙ୍କ ଅଭିଯୋଗକୁ ବନ ଅଧିକାରୀ ଅସ୍ବୀକାର କରୁଥିବା ବେଳେ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉଥିବା କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.