ETV Bharat / state

ଇକୋ ଫ୍ରେଣ୍ଡଲି ଦୁର୍ଗା ପୂଜା ପାଇଁ ପୂଜା କମିଟି ପ୍ରସ୍ତୁତ - ସୁବର୍ଣ୍ଣପୁର

ମା' ଦୁର୍ଗାଙ୍କ ଆଗମନକୁ ରହିଲା ଆଉ କିଛିଟା ଦିନ । ଏନେଇ ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥର ପୂଜା କମିଟିଗୁଡିକ ପରିବେଶ ଅନୁକୂଳ ଦ୍ରବ୍ୟର ବ୍ୟବହାର କରି ପୂଜା ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Sep 29, 2019, 12:53 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଦେବୀଙ୍କ ଆଗମନ ପାଇଁ ପ୍ରସ୍ତୁତି ଜୋରଦାର ଧରିଛି । ସହରର ବଡବଜାର, ଶ୍ରୀଗୁଣ୍ଡିଚା ମନ୍ଦିର ପଡା, ଘୋଡାଘାଟ ପଡା, ବ୍ଲକ ଛକ, ଟିକିରି ପଡା, ଥନାପତି ପଡା ଆଦି ସ୍ଥାନରେ ପୂଜା କମିଟି ସବୁ ଲାଗି ପଡିଛନ୍ତି ମାଙ୍କ ଆଗମନ ପାଇଁ। ମୂର୍ତ୍ତିକାରଙ୍କ ଠାରୁ ଆରମ୍ଭ କରି ପୂଜା ମଣ୍ଡପ ସଜାଉଥିବା କାରିଗର ପରିବେଶ ଅନୁକୂଳ ଦ୍ରବ୍ୟ ବ୍ୟବହାର କରି ନିର୍ଦ୍ଧାରିତ ସମୟ ଭିତରେ କାମ ସାରିବା ଲାଗି ଦିନରାତି ଏକ କରିଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଏଥର ପୂଜା କମିଟିଗୁଡିକ ପରିବେଶ ଅନୁକୂଳ ଦ୍ରବ୍ୟର ବ୍ୟବହାର କରି ପୂଜା ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନକରିବାକୁ ବି ନିଷ୍ପତ୍ତି ନେଇଛନ୍ତି। ପୂଜା ମଣ୍ଡପର ସାଜସଜ୍ଜା ପାଇଁ ବେଶ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ପୂଜା କମିଟିଗୁଡିକ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସହର ସାରା ବିଜ୍ଞାପନ ଦେଖିବାକୁ ମିଳୁଛି । ତେବେ ଏଥର ମା'ଙ୍କ ଆଗମନ ଓ ଐତିହାସିକ ବଳିଯାତ୍ରା ପାଇଁ ସହର ଏବେଠୁ ଉତ୍ସବମୁଖର ହୋଇ ଉଠିଛି ।

ପୂଜା କମିଟି ଗୁଡିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସହରାଞ୍ଚଳ ଜଳ ଯୋଗାଣ ବିଭାଗ, ବିଦ୍ୟୁତ ବିଭାଗ ତଥା ଉପଜିଲ୍ଲାପାଳଙ୍କ ପାଖରୁ ଆବଶ୍ୟକ ଅନୁମତି ଆଣି ସାରିଛନ୍ତି । ଏଥିସହ କମିଟି ପକ୍ଷରୁ ଜିଲ୍ଲା ପୋଲିସ ବିଭାଗକୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଚଳିତ ବର୍ଷ ଦେବୀ ଦୁର୍ଗାଙ୍କ ଆବହନ କରିବାକୁ କିଛି ଦିନ ବାକି ଥିବାବେଳେ ସୁବର୍ଣ୍ଣପୁରରେ ଦେବୀଙ୍କ ଆଗମନ ପାଇଁ ପ୍ରସ୍ତୁତି ଜୋରଦାର ହେଉଛି ।ପରିବେଶ ଅନୁକୂଳ ଦ୍ରବ୍ୟ ବ୍ୟବହାର କରି ପୂଜା ମଣ୍ଡପଗୁଡିକୁ ସୁସଜ୍ଜିତ କରିବାରେ ଲାଗି ପଡିଛନ୍ତି କାରିଗରମାନେ। ମୂର୍ତ୍ତିକାରମାନେ ବି ନିର୍ଧାରିତ ସମୟ ଭିତରେ ଦେବୀଙ୍କ ମୃଣ୍ମୟୀ ପ୍ରତିମା ପୂର୍ଣ୍ଣ ରୂପ ଦେବା ପାଇଁ ଦିନ ରାତି ଲାଗି ଭିଡି କାମରେ ଲାଗିଛନ୍ତି।ସହରର ବଡବଜାର , ଶ୍ରୀଗୁଣ୍ଡିଚା ମନ୍ଦିର ପଡା , ଘୋଡାଘାଟ ପଡା , ବ୍ଲକ ଛକ , ଟିକିରି ପଡା , ଥନାପତି ପଡା ଆଦି ଯାଗାର ପୂଜା କମିଟି ସବୁ ଲାଗି ପଡିଛନ୍ତି ମାଙ୍କ ଆଗମନ ପାଇଁ ।

Body:ଏଥର ପୂଜା କମିଟିଗୁଡିକ ପରିବେଶ ଅନୁକୂଳ ଦ୍ରବ୍ୟର ବ୍ୟବହାର କରି ପୂଜା ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନ କରିବାକୁ ବି ନିଷ୍ପତ୍ତି ନେଇଛନ୍ତି।ପୁଜା କମିଟି ଗୁଡିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ସହରାଞ୍ଚଳ ଜଳ ଯୋଗାଣ ବିଭାଗ , ବିଦ୍ୟୁତ ବିଭାଗ ତଥା ଉପଜିଲ୍ଲାପାଳଙ୍କ ପାଖରୁ ଆବଶ୍ୟକ ଅନୁମତି ଆଣିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲା ପୋଲିସ ବିଭାଗକୁ ଅନୁରୋଧ କରିଛନ୍ତି ।ପୂଜା ମଣ୍ଡପର ସାଜସଜ୍ଜା ପାଇଁ ବେଶ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ପୂଜା କମିଟିଗୁଡିକ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସହର ସାରା ବିଜ୍ଞାପନ ଦେଖିବାକୁ ମିଳୁଛି ।

Conclusion:ତେବେ ଏଥର ମାଙ୍କ ଆଗମନ ଓ ଐତିହାସିକ ବଳିଯାତ୍ରା ପାଇଁ ସହର ଏବେଠୁ ଉତ୍ସବମୁଖର ହୋଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.