ETV Bharat / state

କାମରେ ଆସୁନି ପ୍ରକଳ୍ପ, ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମବାସୀ

author img

By

Published : May 12, 2023, 8:40 PM IST

ସୁବର୍ଣ୍ଣପୁରରେ ରକସା ପଞ୍ଚାୟତର ହିଙ୍ଗମା ଗାଁରେ ପାନୀୟ ଜଳର ସଙ୍କଟ। ଗାଁରେ ପ୍ରକଳ୍ପ ଥାଇ ମଧ୍ୟ ପାନୀୟ ଜଳ କଷ୍ଟ ଭୋଗ କରୁଛନ୍ତି ଗ୍ରାମବାସୀ। ଅଧିକ ପଢ଼ନ୍ତୁ

ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମବାସୀ
ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମବାସୀ
ସୁବର୍ଣ୍ଣପୁରରେ ରକସା ପଞ୍ଚାୟତର ହିଙ୍ଗମା ଗାଁରେ ପାନୀୟ ଜଳର ସଙ୍କଟ

ସୁବର୍ଣ୍ଣପୁର: ପ୍ରତିଟି ଗାଁକୁ ପାଣି ଯୋଗାଇବା ପାଇଁ ସରକାରଙ୍କ ମାଳମାଳ ଯୋଜନା । ପ୍ରତ୍ୟେକଟି ଗାଁରେ ତିଆରି ହେଇଛି ବିଶାଳ ବିଶାଳ ପାଣିଟାଙ୍କି । ହେଲେ ପାଣି ଟାଙ୍କିରେ ନାହିଁ ପାଣି । କେତେବେଳେ ଯାନ୍ତ୍ରିକ ତୃଟି ତ କେତେବେଳେ ରକ୍ଷଣ ବେକ୍ଷଣର ଅଭାବ । ଫଳରେ ଶତାଧିକ ଲୋକ ପାଣି ଟୋପାଏ ପାଇବାରୁ ବଞ୍ଚିତ । ସେହିପରି ପାଣି ଟାଙ୍କି ଥାଇ ମଧ୍ୟ ରକସା ପଞ୍ଚାୟତର ହିଙ୍ଗମା ଗାଁରେ ପାନୀୟ ଜଳର ସଙ୍କଟ ଦେଖିବାକୁ ମିଳିଛି । ଗାଁରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପାନୀୟ ଜଳ ପ୍ରକଳ୍ପ ତିଆରି କରାଯାଇଛି । ହେଲେ ପ୍ରକଳ୍ପର ଅନେକ ଯନ୍ତ୍ରାଂଶ ଏବେ କାର୍ଯ୍ୟ କରୁ ନଥିବାରୁ ଅଧିକାଂଶ ସମୟରେ ପ୍ରକଳ୍ପରୁ ଲୋକେ ପାଣି ପାଉ ନାହାଁନ୍ତି ।

ଗାଁ ଲୋକଙ୍କୁ ପାଣି ଯୋଗାଇ ଦେବାକୁ ଗାଁରେ ନୂତନ ପାଇପ୍‌ ଲାଇନ୍‌ ବିଛା ହୋଇ ଷ୍ଟାଣ୍ଡ୍‌ ପୋଷ୍ଟ୍‌ ମଧ୍ୟ ତିଆରି କରାଯାଇଛି । ଦୀର୍ଘ ଦିନ ହେଲା ନୂତନ ପାଇପ ଲାଇନ କାର୍ଯ୍ଯ ଶେଷ ହୋଇ ଥିଲେ ହେଁ ସେହି ପାଇପ ଲାଇନକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ ଯନ୍ତ୍ରୀ ତତ୍ପରତା ପ୍ରକାଶ କରୁ ନଥିବା ଅଭିଯୋଗ ହୋଇଛି । ନୂତନ ପାଇପ ଲାଇନର ମଧ୍ୟମରେ ପ୍ରତ୍ୟେକ ଘରକୁ ପାଣି ସଂଯୋଗ ବି ଦିଆଯାଉ ନାହିଁ । ପୁରୁଣା ପାଇପ ଲାଇନ ଯୋଗେ ପାଣି ଦେଉ ଥିବାରୁ ପ୍ରାୟ 90 ପ୍ରତିଶତ ପ୍ରକଳ୍ପ ପାଣି ନଷ୍ଟ ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ରକସା ପଞ୍ଚାୟତର ଅଭିମନ୍ୟୁ ଡାଙ୍ଗ କହିଛନ୍ତି, "ପ୍ରାୟ ଦେଢ ବର୍ଷ ହେଲା ପ୍ରକଳ୍ପ ପାଇଁ ଏକ ନୂତନ ପମ୍ପ ଘର ତିଆରି କରାଯାଉଛି ଯେ ତାହା ସଂପୂର୍ଣ୍ଣ ହେବାର ନାଁ ଧରୁନାହିଁ । ଏହି ନୂତନ ପମ୍ପ ଘର ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଛି । ତେବେ ଦିନକୁ ଦିନ ଖରା ତାତି ବଢ଼ିବାରେ ଲାଗିଥିବା ବେଳେ ଏହି ପ୍ରଚଣ୍ଡ ଗ୍ରୀଷ୍ମ କାଳରେ ଗାଁ ଲୋକେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି । ଗାଁ ପୋଖରୀ ଅବା ଏକମାତ୍ର ନଳକୂଅ ଏକମାତ୍ର ସାହାରା । ହେଲେ ଅଧିକ ଗରମ କାରଣରୁ ପୋଖରୀରୁ ପାଣି ଶୁଖିଗଲାଣି, କଳରେ ବହୁବାର ମାରିବା ପରେ ପାଣି ବାହାରୁଛି । ଗାଁର ମହିଳାମାନେ ସକାଳୁ ସକାଳୁ ନିକଟରେ ଲମ୍ବାଧାଡି କରୁଛନ୍ତି । ଗାଁରେ ପ୍ରକଳ୍ପ ଥାଇ ମଧ୍ୟ ଲୋକେ ପାନୀୟ ଜଳ କଷ୍ଟ ଭୋଗ କରୁଛନ୍ତି । ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଅନୁରୋଧ କଲେ ବି ଦାବି ଶୁଣୁ ନାହିଁନ୍ତି ଯନ୍ତ୍ରୀ । ପାନୀୟ ଜଳ ସମସ୍ୟା ସମାଧାନ କରିବା ପାଇଁ ଆଜି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛୁ।" ତେବେ ତୁରନ୍ତ ଏହାର ପ୍ରତିକାର ନକଲେ ଆଗକୁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.