ETV Bharat / bharat

ଦିଲ୍ଲୀରେ ଆତିଶୀ ଯୁଗ ଆରମ୍ଭ, ଏମିତି ଥିଲା ମନ୍ତ୍ରୀରୁ ମୁଖ୍ୟମନ୍ତ୍ରୀ ଯାତ୍ରା - Atishi Marlena New Delhi CM

author img

By ETV Bharat Odisha Team

Published : 2 hours ago

Atishi Marlena New Delhi CM: ଆଜିଠୁ ଦିଲ୍ଲୀରେ ଆରମ୍ଭ ହେଲା ଆତିଶୀ ଯୁଗ । ମନ୍ତ୍ରୀରୁ ମୁଖ୍ୟମନ୍ତ୍ରୀ ହେବାର ଯାତ୍ରା କେମିତି ଥିଲା । ଚାଲନ୍ତୁ ଜାଣିବା ।

Atishi takes oath as delhi cm
Atishi takes oath as delhi cm (ETV Bharat)

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ଆରମ୍ଭ ହେଲା ଆତିଶୀ ଯୁଗ । ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନା । ରାଜଭବନରେ ଉପରାଜ୍ୟପାଳ ଭିକେ ସକ୍ସେନା ତାଙ୍କୁ ପଦ ଗୋପନୀୟତାର ଶପଥପାଠ କରାଇଛନ୍ତି । ଆତିଶୀଙ୍କ ସହ କ୍ୟାବିନେଟର 5 ମନ୍ତ୍ରୀ ମଧ୍ୟ ତାଙ୍କ ସହ ଶପଥ ନେଇଛନ୍ତି । ସେମାନେ ହେଲେ ଗୋପାଳ ରାୟ, କୈଳାଶ ଗେହଲୋଟ, ସୌରଭ ଭରଦ୍ବାଜ, ଇମରାନ ହୁସେନ ଓ ମୁକେଶ ଅହଲାବତ । ନିରାଡମ୍ବର ଭାବେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କେବଳ ସଚିବ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଅରବିନ୍ଦ କେଜ୍ରିୱାଲ ଇସ୍ତଫା ଦେବା ପରେ ଖାଲି ପଡିଥିଲା ମୁଖ୍ୟମନ୍ତ୍ରୀ ଆସନ ।

ମାତ୍ର ଦେଢ ବର୍ଷରେ ମନ୍ତ୍ରୀରୁ ମୁଖ୍ୟମନ୍ତ୍ରୀର ଯାତ୍ରା:

ମନ୍ତ୍ରୀ ହେବାର ମାତ୍ର ଦେଢ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି ଆତିଶୀ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଓ ଆର୍ଥିକ ଅନିୟମିତତା ମାମଲାରେ ଫସିଥିବା କ୍ରେଜିୱାଲଙ୍କ ଦୁଇ ମନ୍ତ୍ରୀ ମନିଷ ସିସୋଦିଆ ଓ ସତେନ୍ଦ୍ର ଜୈନ ଇସ୍ତଫା ଦେଇଥିଲେ । ଏହାପରେ ମନ୍ତ୍ରୀମଣ୍ଡଳରେ ଆତିଶୀ ଓ ସୌରଭ ଭରଦ୍ବାଜଙ୍କୁ ସାମିଲ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗତବର୍ଷ ମାର୍ଚ୍ଚ 23ରେ କେଜ୍ରିୱାଲଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ ଆତିଶୀ ।

ସେଲିବ୍ରେସନଙ୍କୁ ଆତିଶୀଙ୍କ ନା:

ଯେଉଁ ଦିନ ବିଧାୟକ ଦଳ ନେତା ଭାବେ ଆତିଶୀଙ୍କୁ ଚୟନ କରାଯାଇଥିଲା ସେହିଦିନ ସେଲିବ୍ରେସନ ନକରିବାକୁ ସମର୍ଥକଙ୍କୁ ଅପିଲ କରିଥିଲେ ଆତିଶୀ । କହିଥିଲେ, ମୁଁ ସମସ୍ତଙ୍କୁ ନିବେଦନ କରୁଛି ମୋତେ ଅଭିନନ୍ଦନ ଜଣାନ୍ତୁ ନାହିଁ କିମ୍ବା ଫୁଲମାଳ ପିନ୍ଧାନ୍ତୁ ନାହିଁ । କେଜ୍ରିୱାଲଙ୍କୁ ଇସ୍ତଫା ଦେଇଥିବାରୁ ମୁଁ ଦୁଃଖିତ ।

ଦିଲ୍ଲୀ ପାଇଲା ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ:

ତେବେ ନିର୍ଦ୍ଧାରିତ ସମୟ 4.30 ବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆତିଶୀ । ତେବେ ଦିଲ୍ଲୀରେ 3 ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆତିଶୀ । ତାଙ୍କ ପୂର୍ବରୁ କଂଗ୍ରେସ ନେତ୍ରୀ ସିଲା ଦିକ୍ଷୀତ 15 ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିଲେ । ତାଙ୍କ ପୂର୍ବରୁ ଦିବଙ୍ଗତ ବିଜେପି ନେତ୍ରୀ ସୁଷମା ସ୍ବରାଜ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି ।

ସବୁଠୁ ଅଧିକ ବିଭାଗ ଆତିଶୀଙ୍କ ହାତରେ:

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଅରିବିନ୍ଦ କେଜ୍ରିୱାଲଙ୍କ ସରକାରରେ ସବୁଠୁ ଅଧିକ ବିଭାଗ ଆତିଶୀଙ୍କ ହାତରେ ଥିଲା । ଅର୍ଥ, ରାଜସ୍ବ, ଯୋଜନା, ମହିଳା ବିକାଶ, ଶିକ୍ଷା, ଉଚ୍ଚ ଶିକ୍ଷା, ପର୍ଯ୍ୟଟନ, କଳା ଓ ସଂସ୍କୃତି ଓ ଭାଷା, ଲୋକ ନିର୍ମାଣ ବିଭାଗ, ବିଦ୍ୟୁତ, ସୂଚନା ଓ ଜନସମ୍ପର୍କ ଓ ସେବା ସତର୍କତା ଭଳି ବିଭାଗର ମନ୍ତ୍ରୀ ଥିଲେ ଆତିଶୀ ।

କ୍ୟାବିନେଟରେ ନୂଆ ଚେହେରା ମୁକେଶ ଅହଲାବତ:

ଆତିଶୀଙ୍କ ସହ 5 ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ସେଥିରୁ ସମସ୍ତେ ପୁରୁଣା ଚେହେରା ହୋଇଥିବା ବେଳେ କେବଳ ନୂଆ ଚେହେରା ଭାବେ ମୁକେଶ ଅହଲାବତ ଶପଥ ନେଇଛନ୍ତି । ଦଳିତ କୋଟାରୁ ବିଧାୟକ ଥିବା ମୁକେଶଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରି ଆଗାମୀ ବିଧାନସଭା ନିର୍ବାଚନରେ ଭୋଟ ବ୍ୟାଙ୍କ ଉପରେ ଆପ୍‌ର ଆଖି ଥିବା ଚର୍ଚ୍ଚା ହେଉଛି ।

କିଏ କିଏ ନେଲେ ଶପଥ

  • ଆତିଶୀ ମର୍ଲେନା - ମୁଖ୍ୟମନ୍ତ୍ରୀ
  • ଗୋପାଳ ରାୟ- କ୍ୟାବିନେଟ ମନ୍ତ୍ରୀ
  • କୈଳାଶ ଗେହେଲୋଟ- କ୍ୟାବିନେଟ ମନ୍ତ୍ରୀ
  • ଇମରାନ ହୁସେନ - କ୍ୟାବିନେଟ ମନ୍ତ୍ରୀ
  • ସୌରଭ ଭରଦ୍ବାଜ- କ୍ୟାବିନେଟ ମନ୍ତ୍ରୀ
  • ମୁକେଶ ଅହଲାବତ-କ୍ୟାବିନେଟ ମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ:

ଜାଣିଛନ୍ତି କି, ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସ୍ୱାମୀ କିଏ ଏବଂ କ'ଣ କରନ୍ତି ?

ଦାମୀ ଗାଡ଼ି ନାହିଁ କି ଆଲିସାନ ବଙ୍ଗଳା, ତଥାପି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସମ୍ପତ୍ତି ଶୁଣିଲେ ଉଡ଼ିଯିବ ହୋସ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜ୍ରିଓ୍ବାଲ, ଆତିଶୀ ମର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ମୋଦିଙ୍କ ଜନ୍ମଦିନରେ କେଜ୍ରିୱାଲଙ୍କ ଇସ୍ତଫା, କାଲି ବାଜିବ ନୂଆ ମୁଖ୍ୟମନ୍ତ୍ରୀ ନାଁରେ ମୋହର !

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.