ETV Bharat / bharat

ତିରୁପତି ବାଲାଜୀ ପ୍ରସାଦ ବିବାଦ; ଜାଣନ୍ତୁ ଲଡୁରେ ବ୍ୟବହୃତ ଘିଅ ଦାମ କେତେ ? - SRIVARI LADDU PRASADAM

SRIVARI LADDU PRASADAM: ତିରୁପତି ବାଲାଜୀ ମନ୍ଦିର ‘ପ୍ରସାଦ ଲଡୁ’ରେ ପଶୁ ଚର୍ବି ଓ ନିମ୍ନ ମାନର ସାମଗ୍ରୀ ମିଶୁଥିବା ଅଭିଯୋଗ ଆସିବା ପରେ ସାରା ଦେଶରେ ଚର୍ଚ୍ଚା, ତେଜୁଛି ବିବାଦ । ତତକାଳୀନ YSRCP ସରକାର ସମୟରେ ଏପରି ହେଉଥିବା ଅଭିଯୋଗ ଆସିବା ପରେ ଚାରିଆଡେ ନିନ୍ଦା । ଲଡୁ ବିବାଦକୁ ନେଇ ସଫେଇ ଦେଇଛି ତିରୁମାଳା ତିରୁପତି ଦେବସ୍ତାନମ୍ (ଟିଟିଡି) ପୂର୍ବତନ ଅଧ୍ୟକ୍ଷ । ଏପଟେ ପ୍ରଶ୍ନ ଉଠିଛି କିପରି ଏତେ କମ ଟଙ୍କା (୩୨୦)ରେ ଘିଅ କିିଣୁଥିଲା ମନ୍ଦିର ପ୍ରଶାସନ ? ଅଧିକ ପଢନ୍ତୁ

Tirupati Laddu Row
Tirupati Laddu Row (ETV Bharat Odisha)
author img

By ETV Bharat Odisha Team

Published : Sep 21, 2024, 6:24 PM IST

ହାଇଦ୍ରାବାଦ: ବ୍ରହ୍ମାଣ୍ଡ ଠାକୁର ପ୍ରଭୁ ଶ୍ରୀନିବାସଙ୍କ ମନ୍ଦିର ତିରୁମାଳା ଦେଶ ତଥା ବିଦେଶରେ ବସବାସ କରୁଥିବା କୋଟି କୋଟି ହିନ୍ଦୁ ଶ୍ରଦ୍ଧାଳୁଙ୍କ ଆସ୍ଥା ବା ଧାର୍ମିକ ପ୍ରାଣକେନ୍ଦ୍ର । ହିନ୍ଦୁ ଭକ୍ତଙ୍କ ପାଇଁ ତିରୁପତି ମନ୍ଦିର ପ୍ରସାଦ ‘ପବିତ୍ର ଲଡୁ’ ଅମୃତ ସଦୃଶ । ତିରୁପତି ବାଲାଜୀଙ୍କ ଦର୍ଶନ ପରେ ଲଡୁ ପ୍ରସାଦ ସେବନ, ସତେଯେମିତି ସ୍ବର୍ଗୀୟ ଆନନ୍ଦର ପରିପୂରକ । ଶ୍ରଦ୍ଧା ଏବଂ ଭକ୍ତିର ସହିତ ଶ୍ରୀଭେଙ୍କେଟେଶ୍ବରଙ୍କ ଦର୍ଶନ ମାତ୍ରେ ହିଁ ମନ, ପ୍ରାଣ, ଆତ୍ମା ବିମୋହିତ ହୋଇଥାଏ । ପ୍ରଭୁଙ୍କ ଦର୍ଶନ ପରେ ମନର ଅବସ୍ଥା ଅବର୍ଣ୍ଣନୀୟ ।

Tirupati Laddu Row
Tirupati Laddu Row (ETV Bharat Odisha)

କିନ୍ତୁ ୫ ବର୍ଷର YSRCP ସରକାର ଅମଳରେ, ଲଡୁ ପ୍ରସାଦ ନେଇ ଅଭିଯୋଗର ବନ୍ୟା ଆସିଥିଲା । ପବିତ୍ର ସ୍ବାଦିଷ୍ଟ ଲଡୁ ପ୍ରସାଦର ସୁସ୍ବାଦୁ, ସ୍ବାଦ ଏବଂ ମହକ (ବାସ୍ନା) ନେଇ ମନ୍ଦିର ପ୍ରଶାସନ ସମାଲୋଚନା ହେବା ସହିତ ଲଡୁର ଗୁଣବତ୍ତା କ୍ଷୁର୍ଣ୍ଣ ହେଉଥିବା ସ୍ବର ଉଠୁଥିଲା ଏହା ସହିତ ଲଡୁ ମାତ୍ର ଦୁଇ ଦିନରେ ଖରାପ (ଖାଇବା ଅନୁପଯୋଗୀ) ହେଉଥିବା ଅଭିଯୋଗ ହୋଇଥିଲା । କିନ୍ତୁ ତତ୍କାଳୀନ ସରକାର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଅତି ନିକଟର ଇଓ ଧର୍ମା ରେଡ୍ଡୀ ଏ ସମ୍ପର୍କରେ କର୍ଣ୍ଣପାତ କରିନଥିଲେ । ତେବେ ଲଡୁ ପ୍ରସାଦରେ ବ୍ୟବହୃତ ଘିଅରେ ଅପମିଶ୍ରଣ ନେଇ NDDB ରିପୋର୍ଟରେ ପ୍ରକାଶ ପାଇବା ପରେ ବର୍ତ୍ତମାନ ସାରା ବିଶ୍ବରେ ଚର୍ଚ୍ଚା । ପୂର୍ବତନ ସରକାର YSRCP ଅମଳରେ ଲଡୁ ପ୍ରସ୍ତୁତିରେ ବ୍ୟବହୃତ ଘିଅରେ ବନସ୍ପତି, ପରିବା ଅଂଶ ଏବଂ ପଶୁ ଚର୍ବି ମିଶୁଥିଲା ବୋଲି ଚକିତ କଲା ଭଳି ରିପୋର୍ଟ ଆସିଛି । ଏହି ଘଟଣା ପ୍ରଘଟ ହେବା ପରେ ଦେଶ ତଥା ଦେଶ ବାହାରର କୋଟି କୋଟି ହିନ୍ଦୁ ଭକ୍ତ ବିରକ୍ତି ଏବଂ ରୋଶ ପ୍ରକାଶ କରୁଛନ୍ତି । ଖାଲି ସେତିକି ନୁହେଁ, ପ୍ରଭୁ ଶ୍ରୀଭେଙ୍କେଟେଶ୍ବରଙ୍କ ପବିତ୍ର କାମରେ ଯିଏ ଏପରି କରିଛି ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ସ୍ବର ଉଠିଛି ।

Tirupati temple
Tirupati temple (ETV Bharat Odisha)
ଏହା ବି ପଢନ୍ତୁ- TTDର ଚାଞ୍ଚଲ୍ୟକର ବୟାନ, 'ଲଡୁରେ ବ୍ୟବହୃତ ଘିଅ ଗୁଣବତ୍ତାରେ ହୋଇଛି ସାଲିସ' - Tirupati Laddu Row

୩୨୦ ଟଙ୍କାରେ କିପରି ମିଳୁଛି ଶୁଦ୍ଧ ଗାଈ ଘିଅ ?

ପୂର୍ବତନ ସରକାର ଅମଳରେ ତିରୁପତି ବାଲାଜୀଙ୍କ ଲଡୁ ପ୍ରସାଦରେ ଅପମିଶ୍ରଣ ନେଇ ରିପୋର୍ଟରେ ଖୁଲାସା ହେବା ପରେ ସାମ୍ବାଦିକ ସମ୍ମିଳନୀରେ ନିଜର ପରିଚୟ ବଞ୍ଚାଇବାକୁ ସବୁ ଉଦ୍ୟମ କରୁଛନ୍ତି ପୂର୍ବତନ ସରକାରଙ୍କ ନେତାଗଣ । ଜଗନ ମୋହନ ରେଡ୍ଡୀଙ୍କ ପାରିବାରିକ ସଦସ୍ୟ ତଥା ତିରୁମାଳା ତିରୁପତି ଦେବସ୍ତାନମର ପୂର୍ବତନ ଅଧ୍ୟକ୍ଷ ଓ୍ବାଇଭି ସୁବାରେଡ୍ଡୀ ସାମ୍ବାଦିକ ସମ୍ମିଳନୀରେ ସଫେଇ ଦେଇଛନ୍ତି । ସେ କହିଛନ୍ତି, ପ୍ରତିଦିନ ମନ୍ଦିରର ସ୍ବତନ୍ତ୍ର କାର୍ଯ୍ୟବିଧି, ନୀତିକାନ୍ତି ପାଇଁ ରାଜସ୍ଥାନ ଫତେପୁରରୁ ୬୦ କେଜି ଶୁଦ୍ଧ ଦେଶୀ ଗାଈ ଘିଅ ୧୦୦,୦୨୦ ଟଙ୍କାରେ ଦାନ ପ୍ରାପ୍ତି ଅର୍ଥରେ କ୍ରୟ ହୋଇଥାଏ । ଅର୍ଥାତ ଏକ କେଜି ଶୁଦ୍ଧ ଦେଶୀ ଗାଈ ଘିଅର ମୂଲ୍ୟ ୧,୬୬୭ ଟଙ୍କା ! କିନ୍ତୁ ସେହି ସମୟରେ, ଲଡୁ ପ୍ରସ୍ତୁତିରେ ବ୍ୟବହୃତ ହଜାର ହଜାର କେଜି ଘିଅ କେଜି ପିଛା ମାତ୍ର ୩୨୦ ଟଙ୍କାରେ କ୍ରୟ ହୋଇଥିଲା । ସୁବାରେଡ୍ଡୀ କହିଛନ୍ତି, ଆମେ ଘିଅ କେଜି ପିଛା ୧୬୬୭ ଟଙ୍କାରେ କିଣିଥିଲୁ । ତେବେ ଏହା କିପରି ସମ୍ଭବ କି ୩୨୦ ଟଙ୍କାରେ ଏକ କେଜି ଶୁଦ୍ଧ ଘିଅ ବିକ୍ରି ହେଉଥିଲା ? ଯାହା ତତ୍କାଳୀନ ସରକାର ଅଧିନରେ କାର୍ଯ୍ୟକରୁଥିବା ତିରୁମାଳା ତିରୁପତି ଦେବସ୍ତାନମ ଲଡୁ ପ୍ରସ୍ତୁତି ପାଇଁ ଏହି ଘିଅ ଅନ୍ୟ ଏକ କମ୍ପାନୀ ଠାରୁ କ୍ରୟ କରିଥିଲା ।

ଏହା ବି ପଢନ୍ତୁ-କିପରି ପ୍ରସ୍ତୁତ ହୁଏ ତିରୁପତି ଲଡୁ, ଜାଣନ୍ତି କି ? - Tirupati Laddu

ଦୁଗ୍ଧ ବିଶେଷଜ୍ଞଙ୍କ ମତରେ ୧୭ରୁ ୧୮ ଲିଟର କ୍ଷୀର ଆବଶ୍ୟକ ହୋଇଥାଏ ଏକ କେଜି ଗାଈ ଘିଅ ପାଇଁ । କ୍ଷୀର ଲିଟରକୁ ୪୦ ଟଙ୍କା ହିସାବରେ, ୧୭ରୁ ୧୮ ଲିଟର କ୍ଷୀର ମୂଲ୍ୟ ୭୨୦ ଟଙ୍କା । ଏପଟେ ମଇଁଷୀ କ୍ଷୀର ଘିଅ ଦାମ ଲିଟର ପିଛା ବଜାରରେ ୮୦୦ ଟଙ୍କା । ତେବେ କିପରେ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶର କିଛି କମ୍ପାନୀ ପରିବହନ ଖର୍ଚ୍ଚ ସହିତ ଶୁଦ୍ଧ ଘିଅ ତତ୍କାଳୀନ ମନ୍ଦିର ପ୍ରଶାସନକୁ ମାତ୍ର ୩୨୦ ଟଙ୍କାରେ ବିକ୍ରି କରୁଥିଲେ ? ଏଥରୁ ସ୍ପଷ୍ଟ ଏପରିକି ସାଧାରଣ ଲୋକଟିଏ ମଧ୍ୟ ବୁଝିପାରିବ ଯେ ଲଡୁ ପାଇଁ ବ୍ୟବହୃତ ଘିଅରେ ଅପମିଶ୍ରଣ ହୋଇଥିଲା । କିନ୍ତୁ ଏ କଥା କିପରି ତତ୍କାଳୀନ ସରକାରର ଅଧିକାରୀମାନେ ଜାଣିପାରିଲେ ନାହିଁ ।

ଏହା ବି ପଢନ୍ତୁ- NDDB ଲ୍ୟାବ ରିପୋର୍ଟରେ ପ୍ରମାଣିତ, ତିରୁପତି ମନ୍ଦିର ପ୍ରସାଦରେ ମିଶୁଥିଲା ପଶୁ ଚର୍ବି: ଟିଡିପି - ANIMAL FAT IN TIRUPATI LADDUS

କର୍ଣ୍ଣାଟକ ଦୁଗ୍ଧ ସଂଘ (କେଏମଏଫ୍), ‘ନନ୍ଦିନୀ’ ବ୍ରାଣ୍ଡ ଅଧିନରେ ୫୦ ବର୍ଷ ଧରି ତିରୁମାଳା ତିରୁପତି ଦେବସ୍ତାନମକୁ ଦୁଗ୍ଧ ସାମଗ୍ରୀ ଯୋଗାଇ ଆସୁଥିଲା । ତେବେ ଅଧିକ ଦରର ଦ୍ବାହି ଦେଇ ଜଗନ ସରକାର ନନ୍ଦିନୀ ବ୍ରାଣ୍ଡ ଦୁଗ୍ଧ ସାମଗ୍ରୀ କ୍ରୟ କରିବା ବନ୍ଦ କରିଥିଲା । ଏପଟେ କେଏମଏଫ୍ ସଭାପତି ଭିମାନାୟକ କହିଥିଲେ, ତିରୁମାଳା ତିରୁପତି ଦେବସ୍ତାନମ ପ୍ରଶାସନ ଧାର୍ଯ୍ୟ କରିଥିବା ଦରରେ ଦୁଗ୍ଧ ସାମଗ୍ରୀ ବିକ୍ରୟ କରିବା ସମ୍ଭବ ନଥିଲା । ତେଣୁ ଏହା ବର୍ତ୍ତମାନ ସ୍ପଷ୍ଟରେ ସ୍ବଳ୍ପ ଦାମରେ ଘିଅ କିଣିବା ନାଁରେ ମନ୍ଦିର ପ୍ରଶାସନ ଅପମିଶ୍ରିତ ଘିଅ କିଣିଥିଲା ।

ଏହା ବି ପଢନ୍ତୁ-ବରିଷ୍ଠ ନାଗରିକ ତୀର୍ଥଯାତ୍ରା, ତିରୁପତିଙ୍କ ଦର୍ଶନରେ ବାହାରିଲେ ୯୭୦ ବରିଷ୍ଠ ନାଗରିକ

କଣ ଥିଲା NDDB ରିପୋର୍ଟ ?

"ରିପୋର୍ଟରେ କୁହାଯାଇଛି ଯେ ଘିଅରେ ପନି ପରିବା ଏବଂ ପଶୁ ଚର୍ବି ବ୍ୟବହାର ହୋଇଛି । ପଶୁ ଚର୍ବି ମଧ୍ୟରେ ଘୁଷୁରୀ ଚର୍ବି, ଖଜୁରୀ ତେଲ, ଗୋରୁ ଚର୍ବି, ମାଛ ତେଲ, ଅଙ୍ଗୁର ମଞ୍ଜି ଓ ଲିନସିଡ ମିଶ୍ରଣ କରାଯାଉଛି । ଘିଅର ଗୁଣବତ୍ତା ଏସବୁର ଏକ ମିଶ୍ରଣ ଥିଲା । ଶୁଦ୍ଧ ଦୁଗ୍ଧରେ ଚର୍ବି ର ମାତ୍ରା 95.68 ରୁ 104.32 ପ୍ରତିଶତ ମଧ୍ୟରେ ରହିବା ଉଚିତ । କିନ୍ତୁ ଆମର ସମସ୍ତ ଘିଅ ଗୁଣବତ୍ତାର ଭାଲ୍ୟୁ 20 ପ୍ରତିଶତ ରହିଛି । ଏଥିରୁ ସ୍ପଷ୍ଟ ହେଉଛି ଲଡୁ ପାଇଁ ଯୋଗାଇ ଦିଆଯାଇଥିବା ଘିଅ ଅତ୍ୟନ୍ତ ନିମ୍ନମାନର । ଆମେ ଯୋଗାଣକାରୀଙ୍କ ତାଲିକା ପ୍ରସ୍ତୁତ କରି ଦଣ୍ଡ ଦେବା ପ୍ରକ୍ରିୟା ଆରମ୍ଭ କରିଛୁ । ଘିଅ ଯୋଗାଣ ପ୍ରକ୍ରିୟାରେ ଉନ୍ନତି ଆଣିବା ଏବଂ ଆମର ଆଭ୍ୟନ୍ତରୀଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛୁ । ଯାହା ଦ୍ବାରା ଆମେ ଆଉ ଏହି ସମସ୍ୟାର ସମ୍ମୁଖୀନ ହେବୁ ନାହିଁ । ଆମକୁ ଏପରି ଘିଅ ଯୋଗାଣକାରୀଙ୍କି ମିଳିଛନ୍ତି ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆମକୁ ବିଶେଷଜ୍ଞ କମିଟି ପକ୍ଷରୁ ନିଜସ୍ୱ ଲ୍ୟାବ ସେଟ୍ ଅପ୍ କରିବାକୁ କହିଛନ୍ତି । ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ହୋଇଯିବ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.