ETV Bharat / sports

IND VS SA: ବରୁଣଙ୍କ ୫ ଓ୍ବିକେଟ ହାସଲ ସତ୍ତ୍ବେ ହାରିଲା ଟିମ୍ ଇଣ୍ଡିଆ - IND VS SA T20I

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟି ଟ୍ବେଣ୍ଟି ମ୍ୟାଚରେ ଭାରତର ପରାଜୟ । ୩ ଓ୍ବିକେଟରେ ବିଜୟୀ ହୋଇ ୧-୧ରେ ସିରିଜ ବରାବର କଲା ଘରୋଇ ଦଳ ।

IND VS SA
IND VS SA (AP Photo)
author img

By ETV Bharat Odisha Team

Published : Nov 11, 2024, 7:12 AM IST

Updated : Nov 11, 2024, 10:15 AM IST

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ଓ ଭାରତ 4ଟିକିଆ ମ୍ୟାଚ ବିଶିଷ୍ଟ ଟି 20 ସିରିଜର ଦ୍ବିତୀୟ ମ୍ୟାଚରେ ଟିମ୍‌ ଇଣ୍ଡିଆର ଶୋଚନୀୟ ପରାଜୟ । ବୃଥାଗଲା ବରୁଣ ଚକ୍ରବର୍ତ୍ତୀଙ୍କ 5 ଓ୍ବିକେଟ । 3 ଓ୍ବିକେଟରେ ସୂର୍ଯ୍ୟବାହିନୀକୁ ପରାସ୍ତ କଲା ଘରୋଇ ଦଳ । ଫଳରେ ଦକ୍ଷୀଣ ଆଫ୍ରିକା 1-1ରେ ସିରିଜ ବରାବର କରିଛି । ଦଳ ପାଇଁ ସଙ୍କଟମୋଚକ ସାଜିଲେ ଟ୍ରିଷ୍ଟନ ଷ୍ଟବ ଓ ଗେରାଲ୍ଡ । ଭାରତର ସପକ୍ଷରେ ଯାଉଥିବା ମ୍ୟାଚକୁ ଛଡାଇ ନେଲେ ଏହି ଦୁଇ ବ୍ୟାଟର ।

ନିରାଶ କଲେ ଭାରତୀୟ ବ୍ୟାଟର:

ଟି 20 ସିରିଜର ଦ୍ବିତୀୟ ମ୍ୟାଚ ଗତକାଲି (ରବିବାର) ସେଣ୍ଟ ଜର୍ଜଙ୍କ ଓଭାଲରେ ଭାରତୀୟ ସମୟ 8ଟା 30ରେ ଆରମ୍ଭ ହୋଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ଫଳରେ ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । କିନ୍ତୁ ଦଳର ସମସ୍ତ ବ୍ୟାଟର ଦର୍ଶକଙ୍କୁ ନିରାଶ କରିଥିଲେ । ବିପକ୍ଷ ଦଳର ଘାତକ ବୋଲିଂରେ ଚିତପଟାଙ୍ଗ ହୋଇଥିଲେ ଭାରତୀୟ ବ୍ୟାଟର । 4 ଜଣ 10 ରନ କରିବା ପୂର୍ବରୁ ପାଭିଲିୟନକୁ ଫେରିଥିବା ବେଳେ ଜଣେ 0ରେ ଆଉଟ ହୋଇଥିଲେ । ଟପ୍‌ ଅର୍ଡର ରନ କରିବାରେ ପୁରା ବିଫଳ ହୋଇଥିଲା । ଦଳୀୟ ସ୍କୋର 15 ହୋଇଥିବା ବେଳେ 3ଟି ଓ୍ବିକେଟ ପଡିଥିଲା । 70 ରନ ବେଳକୁ 5ଟି ଓ୍ବିକେଟ ହରାଇଥିଲା ଭାରତ । ପ୍ରଥମ ମ୍ୟାଚରେ ଶତକ କରିଥିବା ସଞ୍ଜୁ ଦ୍ବିତୀୟ ମ୍ୟାଚରେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଅଭିଷେଖ 4, ସୂର୍ଯ୍ୟ 4, ତିଳକ ବର୍ମା 20 ଅକ୍ସର ପଟେଲ 27 ରନ କରିଥିଲେ । ମିଡିଲ ଅର୍ଡରରେ ହାର୍ଦ୍ଦିକ ବ୍ୟାଟିଂ କରିବାକୁ ଆସି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ, କିନ୍ତୁ ତାଙ୍କୁ ସାଥ ଦେଉଥିବା ଖେଳାଳି ଅଧିକ ସମୟ ପଡିଆରେ ତିଷ୍ଟି ପାରୁନଥିଲେ । ହାର୍ଦ୍ଦିକ ମ୍ୟାଚ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 39 ରନ କରିଥିଲେ । 20 ଓଭରରେ ଦଳ 6ଟି ଓ୍ବିକେଟ ହରାଇ 124 ରନ କରିଥିଲା ।

ଏହା ମଧ୍ୟ ପଢନ୍ତୁ-IND VS SA: ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ, ସ୍ପିନ ଆଟାକ୍କରେ ଫସିଲା ଦକ୍ଷିଣ ଆଫ୍ରିକା, 61 ରନରେ ଭାରତର ବିଜୟ

ଏହା ମଧ୍ୟ ପଢନ୍ତୁ-ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନ ଯିବନି ଭାରତ, ଜାଣନ୍ତୁ କେଉଁଠି ଖେଳାଯିବ ମ୍ୟାଚ ?

ଏହା ମଧ୍ୟ ପଢନ୍ତୁ-IND VS SA ପ୍ରଥମ T20 ମ୍ୟାଚ, କିଙ୍ଗ୍ସମେଡରେ କମାଲ ଦେଖାଇବ ସୂର୍ଯ୍ୟ କୁମାର ସେନା

ବରୁଣଙ୍କ 5 ଓ୍ବିକେଟ ବୃଥା, ମ୍ୟାଚ ଛଡାଇ ନେଲେ ଟ୍ରିଷ୍ଟନ ଷ୍ଟବ ଓ ଗେରାଲ୍ଡ:

125ରନର ବିଜୟ ଲକ୍ଷ ନେଇ ପଡିଆକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା । ଘରୋଇ ଦଳକୁ ଲାଗୁଥିଲା ଏହା ସହଜ ବିଜୟ ହେବ । ବରୁଣ ଚକ୍ରବର୍ତ୍ତିଙ୍କ ଘାତକ ବୋଲିଂ ବ୍ୟାଟରଙ୍କ ମନରେ ଭୟ ସୃଷ୍ଟି କରିଥିଲା । ଦଳୀୟ ରନ 66 ହୋଇଥିବା ବେଳେ 6ଟି ଓ୍ବିକେଟ ହରାଇ ସାରିଥିଲା ସାଉଥ ଆଫ୍ରିକା । ସେ ପର୍ଯ୍ୟନ୍ତ ଲାଗୁଥିଲା ଭାରତ ମ୍ୟାଚ ଜିତିଯିବ । କିନ୍ତୁ ଟ୍ରିଷ୍ଟନ ଷ୍ଟବ ଓ ଗେରାଲ୍ଡଙ୍କ ଧୌର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଦଳକୁ ବିଜୟୀ ମୁହାଁ କରିଥିଲା । ଭାରତୀୟ ବୋଲର ବରୁଣ ଘାତକ ବୋଲିଂ କରିଥିଲେ ମଧ୍ୟ ତାହା ବିପକ୍ଷ ଦଳକୁ ଫରକ ପକାଇ ପାରିନଥିଲା । 5ଟି ଓ୍ବିକେଟ ଅକ୍ତିଆର କରି ମଧ୍ୟ ଦଳକୁ ବିଜୟୀ କରାଇ ପାରିନଥିଲେ ବରୁଣ । ଶେଷରେ 19 ଓଭରରେ 7 ଓ୍ବିକେଟ ହରାଇ 128 ରନ କରି ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା ।

Last Updated : Nov 11, 2024, 10:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.