ଭୁବନେଶ୍ବର: ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ମହିଳା ବାନ୍ଧବୀ ନିର୍ଯାତନା ଘଟଣାର ତନାଘନା । ଆଜି (ଶନିବାର) ଏହି ମାମଲାରେ ଚନ୍ଦକା ଥାନା ପୋଲିସ କ୍ରାଇମ ସିନ୍ ରିକ୍ରିଏସନ କରିଛି । ଏହା ସହିତ ଅଟକ ଥିବା ୭ ଜଣ ରୋଡ ରୋମିଓ ଆଜି ଗିରଫ ହୋଇଥିଲେ । ପରେ ତାଙ୍କୁ ଜାମିନ ଦେଇଛନ୍ତି ଭୁବନେଶ୍ବର ଜେଏମଏଫସି 2 କୋର୍ଟ । ଘଟଣାର ଛାନଭିନ କ୍ରାଇମବ୍ରାଞ୍ଚ ଜାରି ରଖିଥିବା ବେଳେ ରାଜନୈତିକ ତାତି ରାଜଧାନୀରେ ଦେଖିବାକୁ ମିଳିଛି । ଯୁବ କଂଗ୍ରେସ ଏବଂ ମହିଳା ବିଜେଡି ଜୋରଦାର ପ୍ରତିବାଦ କରିଛନ୍ତି । ଆର୍ମି କ୍ୟାପ୍ଟେନ ତଥା ମେଜରଙ୍କ ସହ ତାଙ୍କ ବାନ୍ଧବୀଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ୍ ଟିମ୍ । ଏନେଇ ତଦନ୍ତକାରୀ ଅଧିକାରୀ ଡିଏସପି ନରେନ୍ଦ୍ର ବେହେରା ସହ ମହିଳା ଅଧିକାରୀ ମଧ୍ୟ ମିଳିତ ଭାବେ ଉଭୟଙ୍କ ବୟାନ ରେକର୍ଡ କରୁଛନ୍ତି । ୧୨୦ବାଟାଲିୟନ ଭିତରେ ତାଙ୍କୁ ପଚରାଉଚରା କରାଯାଉଛି।
କ୍ରାଇମ୍ ସିନ୍ ରିକ୍ରିଏସନ-
![Assault on Army Major fiancee case](https://etvbharatimages.akamaized.net/etvbharat/prod-images/21-09-2024/od-bbs-01-crimebranch-investigation-avb-7203832_21092024132120_2109f_1726905080_573.jpg)
ଏପଟେ ତଦନ୍ତକାରୀ ଅଫିସର ନରେନ୍ଦ୍ର ବେହେରା କ୍ରାଇମବ୍ରାଞ୍ଚ ଅଫିସରୁ ବାହାରିବା ସମୟରେ କହିଛନ୍ତି, "ଆମେ ବର୍ତ୍ତମାନ ଯାଉଛୁ । ସେ ଯେଉଁ ମାଡାମ ଆଉ କ୍ୟାପ୍ଟେନ ମେଜରଙ୍କୁ ପଚରାଉଚରା କରିବୁ । ତାଙ୍କର ବୟାନ ରେକର୍ଡ କରିବୁ ମଲ୍ଟିପୁଲ୍ ଟିମ୍ ଆମର କାମ କରୁଛୁ । ପ୍ରାରମ୍ଭିକ ପଚରାଉଚରା ଚାଲିଛି । କାପ୍ଟେନ ଆଉ ମାଡାମ ଆମକୁ ସ୍ପେଶିଫିକ ଟାଇମ୍ ଦେଇଛନ୍ତି । ସେନେଇ ପଚରା ଉଚରା କରିବୁ ।"
![Assault on Army Major fiancee case](https://etvbharatimages.akamaized.net/etvbharat/prod-images/21-09-2024/od-bbs-01-crimebranch-investigation-avb-7203832_21092024132120_2109f_1726905080_347.jpg)
ନିଲମ୍ବିତ IICଙ୍କୁ ଜେରା-
ସେ ଏପରି ମଧ୍ୟ କହିଛନ୍ତି 'ଘଟଣାରେ ଯିଏ ସସପେଣ୍ଡ ଆଇଆଇସି ତାଙ୍କୁ ମଧ୍ୟ ଜେରା କରାଯାଇଛି । ଯାହା ନାଁରେ ଅଭିଯୋଗ ଅଛି ସେ ପୋଲିସ ହୁଅନ୍ତୁ ବା ଅନ୍ୟ କିଏ ହୁଅନ୍ତୁ । ତାଙ୍କୁ ପଚରାଉଚରା କରାଯାଉଛି । ସାକ୍ଷ୍ୟ ପ୍ରମାଣ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । '
![Assault on Army Major fiancee case](https://etvbharatimages.akamaized.net/etvbharat/prod-images/21-09-2024/od-bbs-01-crimebranch-investigation-avb-7203832_21092024132120_2109f_1726905080_1086.jpg)
ନିଲମ୍ବିତ IIC ଓ ପୋଲିସକୁ ଜେରା-
ସେଦିନ ଭରତପୁର ଥାନା ଆଇଆଇସି (ଏବେ ସସପେଣ୍ଡ) ଦୀନକୃଷ୍ଣ ମିଶ୍ର, ମହିଳା ଏସଆଇ ଏବଂ ଆର୍ମି ମେଜର ଓ ତାଙ୍କ ବାନ୍ଧବୀ ଥାନାକୁ ଆସିଥିବା ସମୟରେ ଯେଉଁ ଲେଡି ଏଏସଆଇ ତାଙ୍କ ସହ କଥା ହୋଇଥିଲେ ତାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ସାଇବର କମ୍ପ୍ଲେକ୍ସରେ ଜେରା କରାଯାଇଛି । ଏନେଇ ଘଟଣା କ୍ରମ କିପରି ଥିଲା, କଣ କରିଥିଲେ ସେମାନେ । ଏପରିକି ଅଭିଯୋଗ ପାଇ ଆସିଥିବା ମେଜର ଓ ତାଙ୍କ ପ୍ରେମିକା କଣ ସବୁ କହିଥିଲେ । ସେ ସମ୍ପର୍କରେ ପୂରା ତଥ୍ୟ ସଗ୍ରହ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ ।
ଭରତପୁର ଥାନାରୁ ରକ୍ତ ନମୁନା ସଂଗ୍ରହ-
![Assault on Army Major fiancee case](https://etvbharatimages.akamaized.net/etvbharat/prod-images/21-09-2024/od-bbs-01-crimebranch-investigation-avb-7203832_21092024132120_2109f_1726905080_398.jpg)
![Assault on Army Major fiancee case](https://etvbharatimages.akamaized.net/etvbharat/prod-images/21-09-2024/od-bbs-02-student-arrested-avb-7203832_21092024175026_2109f_1726921226_1018.jpg)
![Assault on Army Major fiancee case](https://etvbharatimages.akamaized.net/etvbharat/prod-images/21-09-2024/od-bbs-02-student-arrested-avb-7203832_21092024175026_2109f_1726921226_473.jpg)
ଭରତପୁର ମାମଲାରେ ୭ ରୋଡ୍ ରୋମିଓ ଗିରଫ
- ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣା
- ୭ ଦୁର୍ବୃତ୍ତଙ୍କୁ ଗିରଫ କରିିଥିଲା କମିଶନରେଟ ଚନ୍ଦକା ଥାନା ପୋଲିସ
ଗିରଫ ହେଲେ ତୁରନ୍ତ ବେଲ ପାଇଲେ:
![ଗିରଫଙ୍କୁ ଜାମିନ](https://etvbharatimages.akamaized.net/etvbharat/prod-images/21-09-2024/od-bbs-02-student-arrest-flp-avo-7203832_21092024201526_2109f_1726929926_355.jpg)
ଯୁବତୀଙ୍କ ସହ ଯୁକ୍ତିତର୍କ କରି ଗିରଫ ହୋଇଥିବା ୭ ଅଭିଯୁକ୍ତଙ୍କୁ ମିଳିଲା ଜାମିନ । ଭୁବନେଶ୍ବର ଜେଏମଏଫସି 2 କୋର୍ଟରେ ମିଳିଲା ଜାମିନ । ଗିରଫ ପରେ କୋର୍ଟ ଚାଲାଣ କରିଥିଲା କମିଶନରେଟ୍ ପୋଲିସ । ସନ୍ଧ୍ୟାରେ କୋର୍ଟ ଚାଲାଣ ହୋଇଥିବା ୭ ଅଭିଯୁକ୍ତଙ୍କୁ ଜାମିନ ମଞ୍ଜୁର ହୋଇଛି । ଦଫା U/s-126(2)/115(2)/117(2)/296/3(5) BNSରେ ସାତ ବର୍ଷରୁ କମ ସଜ୍ଜା ଥିବାରୁ ଜାମିନ ମିଳିଛି । ଏନେଇ ଜାମିନ ଆଧାରରେ ମୁକୁଳିଛନ୍ତି ସମସ୍ତ ସାତ ଜଣ ଛାତ୍ର ।
ନିଲମ୍ବିତ ପୋଲିସଙ୍କ ସପକ୍ଷରେ ବାହାରିଲା ରାଜ୍ୟ ପୋଲିସ ସଂଘ
ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ନିର୍ଯାତନା ଘଟଣାକୁ ନେଇ ସାରା ଦେଶରେ କମିଶନରେଟ ପୋଲିସ ନିନ୍ଦିତ ହେଉଥିବା ବେଳେ ନିଲମ୍ବିତ ପୋଲିସ କର୍ମଚାରୀଙ୍କ ସପକ୍ଷରେ ବାହାରିଲା ଓଡ଼ିଶା ପୋଲିସ ଆସୋସିଏସନ । ଘଟଣାର ତଦନ୍ତ ଚାଲିଥିବା ବେଳେ ସେମାନଙ୍କ ଉପରେ ନିଲମ୍ବନ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛି ରାଜ୍ୟ ପୋଲିସ ସଙ୍ଘ ।
ଏନେଇ ଆଜି ରାଜ୍ୟ ପୋଲିସ ସଂଘ ପକ୍ଷରୁ କଟକରେ ସାମ୍ବାଦିକ ସମ୍ମଳିନୀ ଅନୁଷ୍ଠିତ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ପୋଲିସ ସଙ୍ଘ ସମ୍ପାଦକ ଉମେଶ ସାହୁ କହିଛନ୍ତି, ‘ଆମେ ଏହି ଘଟଣାକୁ ନେଇ ମର୍ମାହତ । ଘଟଣାର ପ୍ରକୃତ କାରଣ ସମସ୍ତେ ଜାଣିଛନ୍ତି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି । ଏହି ସମୟରେ ୫ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରିବା ଗ୍ରହଣୀୟ ନୁହେଁ । ନିଲମ୍ବନ ପ୍ରତ୍ୟାହାର କରାଯାଉ। ତଦନ୍ତ ପରେ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ପୋଲିସ ସଂଘର DG ଙ୍କୁ ଅନୁରୋଧ। ପୋଲିସ କର୍ମଚାରୀ ଓ ଅଧିକାରୀ ଦୋଷୀ ନୁହଁନ୍ତି। ପ୍ରକୃତ ତଦନ୍ତ ପରେ ଜଣାପଡ଼ିବ। ପୋଲିସ ଡିଜିପିଙ୍କ କାର୍ଯ୍ୟାନୁଷ୍ଠାନକୁ ସଂଘ ବିରୋଧ କରୁନି କିନ୍ତୁ ବିଚାର ବିଭାଗୀୟ ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା। ଥାନାରେ ଯାହା ଘଟଣା ଘଟିଛି ସେଥିରେ ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ସଂପୃକ୍ତି ନାହିଁ। ସଂଘ ନିକଟରେ ଯାହା ବି ଭିଡିଓ ପ୍ରମାଣ ଅଛି ସେଥିରେ ସ୍ପଷ୍ଟ ହୋଇଛି କି ପୋଲିସ କର୍ମଚାରୀ ଓ ଅଧିକାରୀ ଘଟଣାରେ ସଂପୃକ୍ତ ନାହାଁନ୍ତି। ସେଥିପାଇଁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପରେ ଯାହା ବି ରିପୋର୍ଟ ଆସିବ ସେ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।’
ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି, ‘ନିଜ ଆଡୁ କରନ୍ତୁ ମାମଲା, ନିଅନ୍ତୁ କାର୍ଯାନୁଷ୍ଠାନ’-
ଘନଉଛି ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା । ଏନେଇ ଅବହେଳାର ଅଭିଯୋଗ ନେଇ ମୁଖ୍ୟ ବିଚାରପତିଙ୍କୁ ଲେଖି ଲେଖାଯାଇଛି । କିଭଳି ଭରତପୁର ଥାନା କେସରେ ପୋଲିସର ବର୍ବରତା, ଜେଲ ବିଭାଗର ଅବହେଳା, ହସ୍ପିଟାଲ ରିପୋର୍ଟରେ ଟାମ୍ପରିଂ ଭଳି ଅନେକ ଅବହେଳାର ଅଭିଯୋଗ କରି ନିଜ ଆଡୁ ମାମଲା କରି ତଦନ୍ତ ପାଇଁ ଅପିଲ କରିଛନ୍ତି ଜଣେ ଅବସରପ୍ରାପ୍ତ ଆର୍ମି ଅଫିସର ।
ଭରତପୁର ଥାନାରେ ଘଟିଥିବା ନିର୍ଯାତନା ଘଟଣା ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ-
ଭରତପୁର ଥାନାରେ ଘଟିଥିବା ନିର୍ଯାତନା ଘଟଣା ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ । ବାସଭବନ ଘେରାଓ ସହ ଅଣ୍ଡା ଓ ଟମାଟୋ ମାଡ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ ସହ ଅଣ୍ଡା ଓ ଟମାଟୋ ମାଡ କଲା ଯୁବ କଂଗ୍ରେସ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଇସ୍ତଫା ଦାବି କରି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଲୋୟର ପିଏମଜିରେ ହଲ୍ଲାବୋଲ ସହ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିଛି ।
ମହିଳା ବିଜେଡିର ବିକ୍ଷୋଭ-
"ଆମ ସରକାରରେ CCTV ଥିଲା...ପରିବର୍ତ୍ତନ ସରକାରରେ କୁଆଡ଼େ ଗଲା ? ଯେତେବେଳେ ମହିଳା ଉପରେ ଅତ୍ୟାଚାର ହୋଇଛି କିନ୍ତୁ ଏ ସରକାର ସାଜିଛି ନୀରବଦ୍ରଷ୍ଟା," ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।
ବିଳମ୍ବରେ ହେଉ ପଛେ ଗିରଫ ହେଲେ ୭ ଅଭିଯୁକ୍ତ-
୧୫ରାତିରେ ଆର୍ମି ମେଜର ଓ ପ୍ରେମିକାଙ୍କୁ ଅସଦାଚରଣଓ ଗଣ୍ଡଗୋଳ ଘଟଣାରେ ୭ଜଣ ଛାତ୍ରଙ୍କୁ ଗିରଫ କରାଯାଇଛି ।ଯେ କି ଚନ୍ଦକା ଥାନା ସୁନ୍ଦରପୁର,ଚନ୍ଦକା ଇନଫୋସିଟି ରାସ୍ତାରେ ଜଣେ ଯୁବତିଙ୍କ ସହ ଝଗଡ଼ା କରିଥିଲେ। ଏନେଇ ଅତିରିକ୍ତ ଡିସିପି କୃଷ୍ଣ ପ୍ରସାଦ ଦାସ କହିଛନ୍ତି, "ଗତ ୧୫ତାରିଖ ରାତିରେ ସୁନ୍ଦରପୁର ଚନ୍ଦକା ଓ ଇନଫୋସିଟ ରାସ୍ତାରେ ।ଯୁବତିଙ୍କ ସହ କିଛି ଷ୍ଟୁଡେଣ୍ଟ୍ ମାନଙ୍କ ଝଗଡ଼ା ହୋଇଥିଲା । ଚନ୍ଦକା ଥାନାରେ ୩୧୫/୨୪ରେ କେସ ହେଇଥିଲା । ଭରତପୁର ଥାନାର ବର୍ତମାନ ଆଇଆଇସିଙ୍କୁ ରିପୋର୍ଟ ଆଧାରରେ ସେହି କେସରେ ତଦନ୍ତ ସମୟରେ ୭ ଜଣଙ୍କୁ ଗିରଫ କରାଯାଇଛି । ଗୋଟିଏ ଗାଡି ଓ ୧୧ଟି ମୋବାଇଲ ଜବତ ହୋଇଛି । କିଛି ଭିଡିଓ ମଧ୍ୟ ମିଳିଛି ଆଉ ଅଡିଓ ମଧ୍ୟ ମିଳିଛି।ଯେଉଁଥିରେ ଭିଡ଼ିଓରେ ସେହି ଯୁବକମାନଙ୍କ ସହ ଯୁବତିଙ୍କ ସହ ଧକାମୁଖିର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି ।"
ओडिशा में पुलिस से मदद मांगने गए सेना के ऑफिसर की मंगेतर के साथ पुलिस ने जिस तरह बर्बरता और यौन हिंसा की, उससे पूरा देश स्तब्ध है।
— Priyanka Gandhi Vadra (@priyankagandhi) September 20, 2024
अयोध्या में गैंगरेप पीड़ित दलित लड़की के साथ पुलिस ने अन्यायपूर्ण बर्ताव किया और न्याय दिलाने की जगह उस पर ही दबाव बनाया, क्योंकि खबरों के अनुसार…
ओडिशा में घटित भयंकर घटना ने देश की कानून व्यवस्था पर गंभीर सवाल खड़े कर दिए हैं।
— Rahul Gandhi (@RahulGandhi) September 20, 2024
पुलिस से मदद मांगने गए एक सेना अधिकारी को बेरहमी से पीटा गया और उनकी मंगेतर को कस्टडी में उत्पीड़ित किया गया। यह घृणित घटना पूरी मानवता को शर्मसार करने वाली है।
भाजपा सरकार में महिलाओं के विरुद्ध…