ETV Bharat / state

ସରକାରୀ ଜମି ଜବରଦଖଲ ଉଚ୍ଛେଦ, ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିସ୍ଥାପିତଙ୍କ ଧାରଣା

ସରକାରୀ ଜମି ଜବରଦଖଲ ଉଚ୍ଛେଦ । ଥଇଥାନ ଦାବିରେ ବିସ୍ଥାପିତଙ୍କ ଧାରଣା । ସୁବର୍ଣ୍ଣପୁର ଜିଲ୍ଲା ପଟାଭାଡିର ବିସ୍ଥାପିତ ପରିବାରର ଲୋକେ ଥଇଥାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଅଧିକ ପଢ଼ନ୍ତୁ

displaced people protest in front of collector office in subarnapur
ସରକାରୀ ଜମି ଜବରଦଖଲ ଉଚ୍ଛେଦ, ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିସ୍ଥାପିତଙ୍କ ଧାରଣା
author img

By

Published : Oct 28, 2022, 3:40 PM IST

ସୁବର୍ଣ୍ଣପୁର: ସରକାରୀ ଜମି ଜବରଦଖଲ ଉଚ୍ଛେଦ । ଥଇଥାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ କ୍ଷତିଗସ୍ତ । ସହରର ପଟାଭାଡିର କ୍ଷତିଗ୍ରସ୍ତ ପରିବାରର ଲୋକେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ପିଲାଙ୍କୁ ଧରି ଧାରଣା ଦେବା ସହିତ ସେଠାରେ ରୋଷେଇ ମଧ୍ୟ କରିଛନ୍ତି । ରାଜସ୍ବ ବିଭାଗ ଓ ସଦର ପୌର ପରିଷଦ ପକ୍ଷରୁ ପଟାଭାଡିରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ଏହାର ପ୍ରତିବାଦ କରି ଲୋକେ ଆନ୍ଦୋଳନ କରିଛନ୍ତି ।

ସରକାରୀ ଜମି ଜବରଦଖଲ ଉଚ୍ଛେଦ

ଗୁରୁବାର ପ୍ରାୟ ସାତୋଟି ପରିବାରର ଘର ଭାଙ୍ଗିବା ପାଇଁ ପ୍ରଶାସନ ଘଟଣାସ୍ଥଳକୁ ପହଞ୍ଚିଥିଲା । ଘଟଣାସ୍ଥଳରେ ଲୋକେ ଏହାକୁ ବିରୋଧ କରିବାରୁ ପ୍ରଶାସନ ପକ୍ଷରୁ 7 ଦିନ ସମୟ ଦିଆଯାଇଛି । ତେବେ ବାଧ୍ୟ ହୋଇ ଏମାନେ ଘର ନିଜେ ଭାଙ୍ଗିବା ଆରମ୍ଭ କରିଛନ୍ତି । ପ୍ରାୟ ତିନି ବର୍ଷ ହେଲା ସହରର ତଳି ଅଞ୍ଚଳ ଭାବେ ପରିଚିତ ପଟାଭାଡିର ଲୁଲୁ ପଡିଆ ପାର୍ଶ୍ବରେ ଘର ତିଆରି କରି ଏମାନେ ରହି ଆସୁଥିଲେ । ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜବରଦଖଲ ନୋଟିସ ଦିଆ ଯାଇଥିଲା । ତେବେ ଲୁଲୁ ପଡିଆକୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ପ୍ରଶାସନ ଓ ସଦର ପୌର ପରିଷଦ ପଡିଆ ପାର୍ଶ୍ବରେ ଲୋକେ ମାଡି ବସିଥିବା ସରକାରୀ ଜମିକୁ ଉଚ୍ଛେଦ କରିବା ପାଇଁ ତହସିଲଦାର ନୋଟିସ ଜାରି କରିଥିଲେ । ଏପରିକି ନୋଟିସ ଅବଧି ସରିବା ପରେ ଜବରଦଖଲକାରୀ ସରକାରୀ ଜମି ଖାଲି ନ କରିବାରୁ ଘର ଗୁଡିକ ଭାଙ୍ଗି ଦେବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଖୋର୍ଦ୍ଧା ବଲାଙ୍ଗିର ରେଳପଥ ତ୍ବରାନ୍ବିତ ଦାବିରେ ଗଣଧାରଣା

ଏହି ପରିପ୍ରେକ୍ଷୀରେ ସରକାରୀ ଅଧିକାରୀମାନେ ଘଟଣାସ୍ଥଳକୁ ଯିବା ପରେ ଧାରଣାରତ ଲୋକେ ନିଜ ନିଜ ଘର ଭାଙ୍ଗିବା ଆରମ୍ଭ କରିଥିଲେ । ତେବେ ଆଜି ଏମାନେ ସହରର କୌଣସି ଏକ ସ୍ଥାନରେ ଥଇଥାନ କରିବା ଦାବିରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଧାରଣାରତ ଲୋକେ ଗତକାଲି ରାତିରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି । ଯାଗା ମିଶନ ଯୋଜନାରେ ପଟ୍ଟା ଦେବା ପାଇଁ ଦାବି କରିଥିବା ବେଳେ ଜବର ଦଖଲ ପାଇଁ ଲୋକେ ତହସିଲଦାରଙ୍କୁ ଦାୟୀ କରିଛନ୍ତି । ଆନ୍ଦୋଳନକାରୀ କହିଛନ୍ତି, " ଆମର ଘର ଦ୍ବାର ନାହିଁ । ଆମେ ଗରିବ ଲୋକ । ଆମେ ପିଲାଛୁଆ ଧରି କେଉଁଠି ରହିବୁ । ଆମକୁ ଥଇଥାନ କରାନଗଲେ ଆମେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବୁ ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.