ETV Bharat / state

MahaShivaratri: ଜାଗରରେ ଚଳଚଞ୍ଚଳ ଅଷ୍ଟଶମ୍ଭୁଙ୍କ ପୀଠ - ସୁବର୍ଣ୍ଣପୁରରେ ମହାଶିବରାତ୍ରୀ ପାଳନ

ଆଜି ପବିତ୍ର ମହାଶିବରାତ୍ରୀ । ରାଜ୍ୟରେ ଅନ୍ୟତମ ମନ୍ଦିର ମାଳିନୀ ସହର କୁହାଯାଉଥିବା ସୁବର୍ଣ୍ଣପୁରର ଜାଗର ଯାତ୍ରା ପାଇଁ ଉତ୍ସବ ମୁଖର ହୋଇ ଉଠିଛି । ଅଧିକ ପଢ଼ନ୍ତୁ

devotees obeisance at asthasambhu temple on the occasion of mahashivratri in subarnapur
ଜାଗରରେ ଚଳଚଞ୍ଚଳ ଅଷ୍ଟଶମ୍ଭୁଙ୍କ ପୀଠ
author img

By

Published : Mar 1, 2022, 11:59 AM IST

ସୁବର୍ଣ୍ଣପୁର: ଆଜି ପବିତ୍ର ମହାଶିବରାତ୍ରୀ । ରାଜ୍ୟରେ ଅନ୍ୟତମ ମନ୍ଦିର ମାଳିନୀ ସହର କୁହାଯାଉଥିବା ସୁବର୍ଣ୍ଣପୁରର ଜାଗର ଯାତ୍ରା ପାଇଁ ଉତ୍ସବ ମୁଖର ହୋଇ ଉଠିଛି । ଏହି ଅବସରରେ କୋଭିଡ କଟକଣା ଭିତରେ ଶ୍ରଦ୍ଧାଳୁ ଅଷ୍ଟଶମ୍ଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ।

ଜାଗରରେ ଚଳଚଞ୍ଚଳ ଅଷ୍ଟଶମ୍ଭୁଙ୍କ ପୀଠ

ସୁବର୍ଣ୍ଣପୁରରେ ଶିବରାତ୍ରୀ ଉପଲକ୍ଷେ ପ୍ରସିଦ୍ଧ ରାମେଶ୍ବର ମନ୍ଦିର ,ସୁବର୍ଣ୍ଣମେରୁ ,ପଶ୍ଚିମ ସୋମନାଥ ,ଗୋକର୍ଣ୍ଣେଶ୍ବର ପୀଠ ଆଦିରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ସାମାଜିକ ଦୂରତା ପାଳନ କରିବା ସହ ସମସ୍ତ ଗାଇଡଲାଇନକୁ ମାନିବା ପାଇଁ ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି। ମନ୍ଦିର ଦର୍ଶନରେ କଟକଣା କୋହଳ କରାଯାଇ ଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇ ନଥିବା ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଦୀର୍ଘ ଦୁଇ ବର୍ଷ ପରେ ମହାଦେବଙ୍କ ଜାଗର ଯାତ୍ରାରେ ସାମିଲ ହେବାକୁ ଭକ୍ତମାନେ ସୁଯୋଗ ପାଇଛନ୍ତି । ଯାହାକୁ ଭକ୍ତମାନେ ଏବଂ ମନ୍ଦିର ପୂଜକ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ସହରର ପ୍ରମୁଖ ଶୈବପୀଠମାନଙ୍କରେ ଭକ୍ତଙ୍କ ଭିଡ଼ ଲାଗିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.