ETV Bharat / state

ଷ୍ଟଲ ସିକ୍ୟୁରିଟି ବାବଦ ଅର୍ଥ ଦାବିକୁ ପ୍ରତିବାଦ କରି କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

author img

By

Published : Sep 29, 2020, 2:03 PM IST

ସଦର ପୌର ପରିଷଦ ଅଧିନରେ ତିଆରି କରାଯାଇଥିବା ଷ୍ଟଲ ସିକ୍ୟୁରିଟି ବାବଦକୁ ଢେର ଅଧିକ ଅର୍ଥ ଦାବି କରୁଥିବା ପ୍ରତିବାଦରେ ନଗର କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଅଧିକ ପଢନ୍ତୁ...

ଷ୍ଟଲ ସିକ୍ୟୁରିଟି ବାବଦ ଅର୍ଥକୁ ପ୍ରତିବାଦ କରି କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର: ଜିଲ୍ଲା ନଗର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଦର ପୌର ପରିଷଦ ଅଧିନରେ ତିଆରି କରାଯାଇଥିବା ଷ୍ଟଲ ସିକ୍ୟୁରିଟି ବାବଦକୁ ଢେର ଅଧିକ ଅର୍ଥ ଦାବି କରୁଥିବା ପ୍ରତିବାଦରେ ନଗର କଂଗ୍ରେସ ଏହି ଆନ୍ଦୋଳନ କରିଛି । ସହରର ନଳିନୀ ଛକଠାରେ ତିଆରି ହୋଇଥିବା 11 ଗୋଟି ଷ୍ଟଲ ବଣ୍ଟନ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି।

ବିଜ୍ଞାପନରେ ସିକ୍ୟୁରିଟି ବାବଦକୁ 2 ଲକ୍ଷ ଟଙ୍କା ଓ ମାସିକ ଭଡା ବାବଦକୁ ଦୁଇ ହଜାର ଟଙ୍କା ଦେବାକୁ କୁହାଯାଇଛି । ତେବେ ବେକାରୀ ଯୁବକ ମାନଙ୍କୁ ରୋଜଗାର ଯୋଗାଇ ଦେବା ନାଁରେ ପୌର ପରିଷଦ ଆର୍ଥିକ ଶୋଷଣ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଏହି ମହାମାରୀ ସମୟରେ ସିକ୍ୟୁରିଟି ବାବଦକୁ ଲକ୍ଷେ ଟଙ୍କା ନେବା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସି ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.