ETV Bharat / state

ବୁଢ଼ାରଜା ସଂଗଠନର ରନ୍ଧା ଖାଦ୍ୟ ବଣ୍ଟନ

ସୁବର୍ଣ୍ଣପୁର ସହରର ବୁଢାରଜା ସ୍ବେଚ୍ଛାସେବୀ ସଂଗଠନ ନୀରିହ, ଦୁର୍ବଳଙ୍କ ପାଇଁ ଏବେ ଦେବତୁଲ୍ୟ କାର୍ଯ୍ୟ କରୁଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମରେ ଲୋକଙ୍କୁ ରନ୍ଧା ଖାଦ୍ୟ ସହିତ ଥଣ୍ଡା ପାଣି ପ୍ରଦାନ କରୁଛନ୍ତି । ଅଧିକ ପଢନ୍ତୁ...

author img

By

Published : May 23, 2021, 6:20 PM IST

corona-fight-young-volunteers-share-food-to-the-needy
ବୁଢ଼ାରଜା ସଂଗଠନର ରନ୍ଧା ଖାଦ୍ୟ ବଣ୍ଟନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ବୁଢାରଜା ସ୍ବେଚ୍ଛାସେବୀ ସଂଗଠନ ନିରାଶ୍ରୟ, ନୀରିହ, ଦୁର୍ବଳ ତଥା ବାଟୋଇଙ୍କ ପାଇଁ ଏବେ ଦେବତୁଲ୍ୟ କାର୍ଯ୍ୟ କରୁଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମରେ ଲୋକଙ୍କୁ ରନ୍ଧା ଖାଦ୍ୟ ସହିତ ଥଣ୍ଡା ପାଣି ପ୍ରଦାନ କରୁଛନ୍ତି ।

ବୁଢାରଜା ସ୍ବେଚ୍ଛାସେବୀ ସଂଗଠନର ମୁଖ୍ୟ ଶିବଶଙ୍କର ନାୟକଙ୍କ ନେତୃତ୍ବରେ ସ୍ବେଚ୍ଛାସେବୀମାନେ ଲୋକଙ୍କ ଖାଇବା ପିଇବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏପରିକି ସୁବର୍ଣ୍ଣପୁର ସହର ସମେତ ବିନିକା ଓ ବୀରମହାରାଜପୁର ଅଞ୍ଚଳକୁ ବି ଗାଡି ଯୋଗେ ଖାଦ୍ୟ ପଠାଇଛନ୍ତି ।

ବୁଢ଼ାରଜା ସଂଗଠନର ରନ୍ଧା ଖାଦ୍ୟ ବଣ୍ଟନ

କୋରୋନାକୁ ପ୍ରତିହତ କରିବା ପାଇଁ ଏବେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଲକଡାଉନ, ସଟଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି । ହେଲେ ଏହି ବେଳାରେ ଅତି ଜରୁରୀ କାର୍ଯ୍ୟରେ ଆସୁଥିବା ଲୋକଙ୍କ ପାଇଁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ଏପରିକି ବିଭିନ୍ନ ଗାଡିରେ ସହର ଭିତରକୁ ଆସୁଥିବା ମାଲବୋଝେଇ ଗାଡିର ଡ୍ରାଇଭର, ହେଲପର ଆଦିଙ୍କୁ ବି ମାଗଣାରେ ଖାଦ୍ୟ ବଣ୍ଟନ କରାଯାଉଛି ।

ଆଜି ଭାତ, ଡାଲି, ଭଜା ସହିତ ଅଣ୍ଡା ଆଦି ଖାଦ୍ୟ ପ୍ରସ୍ତୁତ କରି ବାଟୋଇ ଓ ବିଭିନ୍ନ ଜାଗାରେ ରହୁଥିବା ନିରାଶ୍ରୟ ଲୋକଙ୍କୁ ପ୍ରଦାନ କରିଛନ୍ତି ।

ବିଶେଷ କରି ଶନିବାର ଓ ରବିବାର ଦୁଇଦିନ ପାଇଁ ସ୍ବେଚ୍ଛାସେବୀମାନେ ପ୍ରଚଣ୍ଡ ଖରାତାତିରେ ଘରେ ନ ରହି ଲୋକଙ୍କ ପାଇଁ ନିଜକୁ ସମର୍ପିତ କରିଛନ୍ତି । କିଛି ବଦାନ୍ୟ ବ୍ୟକ୍ତି ଏହି କାର୍ଯ୍ୟ ପାଇଁ କିଛି ଆର୍ଥିକ ସହାୟତା ପ୍ରଦାନ କରୁଥିବାବେଳେ ସଂଗଠନର କାର୍ଯ୍ୟକର୍ତ୍ତାମାନେ ନିିଜସ୍ବ ପକେଟରୁ ଖର୍ଚ୍ଚ କରୁଛନ୍ତି । ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ବୁଢାରଜା ସ୍ବେଚ୍ଛାସେବୀ ସଂଗଠନ ସାମାଜିକ କାର୍ଯ୍ୟ କରିଥାଏ । ତେବେ ଏହି ମହାମାରୀ ବେଳାରେ ସଂଗଠନର ଏହି ଉଦ୍ୟମକୁ ଉଭୟ ସରକାରୀ ଓ ବେସରକାରୀ ମହଲରେ ପ୍ରଶଂସା କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.