ETV Bharat / state

ହଳିଆ ଗୀତରେ କୋରୋନା ସଚେତନତା - ସୁବର୍ଣ୍ଣପୁର ହଳିଆ ଗୀତ

ଗୀତରେ ଗୀତରେ କୋରୋନା ସଚେତନତା ବାର୍ତ୍ତା । ମନଛୁଆଁ ହଳିଆ ଗୀତରେ କୋରୋନା ସଚେତନତା ବାର୍ତ୍ତା ଥିବା ଭିଡିଓଟି ସୋସିଆଲ ମିଡିଆରେ ଗଣମାଧ୍ୟମରେ ବେଶ୍ ଭାଇରାଲ ହୋଇଛି।

Corona awareness in songs
ହଳିଆ ଗୀତରେ କୋରୋନା ସଚେତନତା
author img

By

Published : Aug 9, 2020, 8:38 PM IST

ସୁବର୍ଣ୍ଣପୁର: ହଳିଆ ଗୀତ । ଦୂରରୁ ଭାସି ଆସୁଥିବା ହଳିଆ ଗୀତର ମଧୂର ମୂର୍ଚ୍ଛନାରେ ଘଡ଼ିଏ ବାନ୍ଧି ହୋଇ ରହିଯାଏ ବାଟୋଇ। କାନରେ ସଙ୍ଗୀତ ସ୍ବର ପଡିଲେ ଦେହ ମନ ଶିହରି ଉଠେ। ରାମାୟଣ, ମହାଭାରତର ବିଷୟ ବସ୍ତୁ ହେଉ ଅବା ଦିଅର ଭାଉଜଙ୍କ ସାରସ୍ବତ ପ୍ରେମ, ଗୀତଟି କଣ୍ଠଶିଳ୍ପୀର କଣ୍ଠରୁ ବନ୍ଦ ନ ହେବା ଯାଏଁ ବାଟୋଇ ଆଉ ଆଗକୁ ପାଦ ବଢ଼େଇ ପାରେ ନାହିଁ।

ସେହିପରି ମନକୁ ଛୁଇଁବା ପରି ହଳିଆ ଗୀତ ସ୍ବରରେ କୋରୋନାର ସଚେତନତାର ବାର୍ତା ପରସିଦେଇଛନ୍ତି ଶିକ୍ଷକ କାମପାଳ ପଣ୍ଡା। ଏହି ଗୀତରେ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ମହାମାରୀର ଉଲ୍ଲେଖ କରିଛନ୍ତି। ଏହାକୁ ଦୈବୀ ଦୁର୍ବିପାକ ସହିତ ତୁଳନା କରି ହାତ ଧୋଇବା, ମାସ୍କ ପିନ୍ଧିବା, ଅଭିବାଦନ ସମୟରେ ନମସ୍କାର କରିବା, ସାମାଜିକ ଦୂରତ୍ବ ରକ୍ଷା କରିବା ଆଦି ବାର୍ତ୍ତା ଦେଇଛନ୍ତି।

ଆହୁରିବି ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୀତରେ ଗୀତରେ ଉତ୍ସାହିତ କରିଛନ୍ତି। ଗୀତରେ ଗୀତରେ କୋରୋନା ସଚେତନତା ବାର୍ତ୍ତା ଥିବା ଭିଡିଓଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.