ETV Bharat / state

କେନାଲକୁ ଓଲଟିଲା ବରଯାତ୍ରୀ ବୋଲେରୋ, ଚାପି ହୋଇ ଜଣେ ମୃତ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ହରିନାପାଲି ଗାଁରୁ ମାଣିକପୁର ଗାଁକୁ ବରଯାତ୍ରୀ ନେଇ ଯାଉଥିବା ଗୋଟିଏ ଗାଡି ଓଲଟି ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

author img

By

Published : Feb 15, 2021, 12:32 PM IST

ଓଲଟିଲା ବୋଲେରୋ
ଓଲଟିଲା ବୋଲେରୋ

ସୁବର୍ଣ୍ଣପୁର: ଓଲଟିଲା ବରଯାତ୍ରୀ ଗାଡି । ଗତକାଲି ରାତିରେ ଉଲୁଣ୍ଡା ବ୍ଳକ ହରିନାପାଲି ଗାଁରୁ ବିରମହାରାଜପୁର ବ୍ଳକ ମାଣିକପୁର ଗାଁକୁ ଗୋଟିଏ ବରଯାତ୍ରୀ ଗାଡି ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ।

ଓଲଟିଲା ବୋଲେରୋ,ଜଣେ ମୃତ

ସୂଚନାଅନୁସାରେ,ରିନାପାଲି ଗାଁରୁ ମାଣିକପୁର ଗାଁକୁ ଏକ ବୋଲେରୋ ଗାଡିରେ ବରଯାତ୍ରୀ ଯାଉଥିଲେ । ରାତିରେ ରାସ୍ତା ଦେଖା ନ ଯିବାରୁ ଭାରସାମ୍ୟ ହରାଇ ଗାଡିଟି କେନାଲକୁ ଓଲଟି ପଡିଥିଲା ।

ଫଳରେ ଗାଡି ତଳେ ଚାପି ହୋଇ ଜଣେ ବରଯାତ୍ରୀ ରାଜାରାମ ପୁଝାହାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଅନ୍ୟ ବରଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ବିରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.