ETV Bharat / state

ବସଷ୍ଟାଣ୍ଡ ସ୍ଥାନାନ୍ତର ନକରିବା ଦାବିରେ ସୁବର୍ଣ୍ଣପୁର ବିଜେପିର ଆନ୍ଦୋଳନ - ଆଧୁନିକ ବସଷ୍ଟାଣ୍ଡ ନିର୍ମାଣ

ସୁବର୍ଣ୍ଣପୁର ସହରରେ ଏବେ ଥିବା ବସଷ୍ଟାଣ୍ଡ ଜାଗାରେ ଆଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆନ୍ଦୋଳନ କରିଛି ବିଜେପି । ଅଧିକ ପଢନ୍ତୁ

ବସଷ୍ଟାଣ୍ଡ ସ୍ଥାନାନ୍ତର ନ କରିବା ଦାବିରେ ବିଜେପିର ଆନ୍ଦୋଳନ

author img

By

Published : Aug 25, 2022, 11:31 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ଦାବିରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପୁଣି ଆନ୍ଦୋଳନକୁ ଓହ୍ଲାଇଛି । ସହରରେ ଏବେ ଥିବା ବସଷ୍ଟାଣ୍ଡ ଜାଗାରେ ଆଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆନ୍ଦୋଳନ କରିଛି ବିଜେପି । ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ବସଷ୍ଟାଣ୍ଡ ସ୍ଥାନାନ୍ତର ନ କରିବା ଦାବିରେ ବିଜେପିର ଆନ୍ଦୋଳନ

ନୂନତ ବସଷ୍ଟାଣ୍ଡ ନିର୍ମାଣ ଦାବିରେ ପୁଣି ତେଜିଲା ବିଜେପି ଆନ୍ଦୋଳନ । ସହରରେ ଏବେ ଥିବା ବସଷ୍ଟାଣ୍ଡ ଜାଗାରେ ଆଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୌର ପରିଷଦ ସହରର ଅନ୍ୟତ୍ର ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିବା ଅଭିଯୋଗ କରି ବୁଧବାର ବିଜେପି କର୍ମୀ ଏହି ଆନ୍ଦୋଳନ କରିଛନ୍ତି । ଉଭୟ ସରକାରୀ ଓ ଘରୋଇ ଦୁଇଟି ବସଷ୍ଟାଣ୍ଡ ପାଇଁ ଯଥାକ୍ରମେ 5 କୋଟି ଓ 14 କୋଟି ଟଙ୍କାର ଅନୁଦାନ ମିଳିଥିବା ବେଳେ ଏବେକାର ବସଷ୍ଟାଣ୍ଡକୁ ସରକାରୀ ବସଷ୍ଟାଣ୍ଡ କରିବା ପାଇଁ ପୌର ପରିଷଦ ନିଷ୍ପତ୍ତି ନେଇଛି ।

ସେହିପରି ଘରୋଇ ବସଷ୍ଟାଣ୍ଡ ଅନ୍ୟତ୍ର କରିବା ପାଇଁ ସ୍ଥିର ହୋଇଛି । ଯାହାକୁ ବିଜେପି ତୀବ୍ର ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି । ସହରର ପୁରୁଣା ଟାଉନ ହଲଠାରୁ ଏକ ବାଇକ ଶୋଭାଯାତ୍ରାରେ ବାହାରିଥିଲା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ଦାବି ଜଣାଇଛି ଜିଲ୍ଲା ବିଜେପି । ବସଷ୍ଟାଣ୍ଡଟି ସହରର ମଧ୍ୟ ଭାଗରେ ଥିବାରୁ ଏହାକୁ ସ୍ଥାନାନ୍ତର ନ କରିବାକୁ ନେଇ ଆନ୍ଦୋଳନ କରିଛନ୍ତି । ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହିତ ଜନସାଧାରଣଙ୍କ ଏହି ଦାବି ପୂରଣ ନ କଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ବସଷ୍ଟାଣ୍ଡଟି ସହରର ମଧ୍ୟ ଭାଗରେ ଥିବାରୁ ଏହାକୁ ସ୍ଥାନାନ୍ତର ନ କରିବାକୁ ନେଇ ଆନ୍ଦୋଳନ କରିଛନ୍ତି । ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହିତ ଜନସାଧାରଣଙ୍କ ଏହି ଦାବି ପୂରଣ ନ କଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ସୁବର୍ଣ୍ଣପୁରରେ ବସଷ୍ଟାଣ୍ଡର ଉନ୍ନତିକରଣ ପାଇଁ ସରକାରୀ ଅନୁଦାନ ଆସିଛି । ଏଠାରେ ଥିବା ବର୍ତ୍ତମାନ ବସଷ୍ଟାଣ୍ଡରେ ସୋନପୁର ସହର ମଝିରେ ରହିଛି । ତେବେ ନୂତନ ବସଷ୍ଟାଣ୍ଡଟି ସହର ବାହାରେ ନ କରାଯାଇ ସହର ଭିତରେ ହେଲେ ସୋନପୁରବାସୀଙ୍କୁ ସୁବିଧା ହେବ ବୋଲି କହିଛନ୍ତି ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.